Advertisment

‘ଓମିକ୍ରନ୍‌’ ଭୟ: ବୁଷ୍ଟର ଡୋଜ୍‌କୁ ଅନୁମୋଦନ ପାଇଁ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ର ଆବେଦନ

ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିଛି।

author-image
Rajalaxmi Sahoo
Booster Dose

Booster Dose

ନୂଆଦିଲ୍ଲୀ: ଦେଶରେ ଦିଆଯାଇପାରେ କରୋନା ଟିକାର ବୁଷ୍ଟର ଡୋଜ୍। ବିଶ୍ୱରେ କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ କୋଭିଡ୍ ଟିକାର ବୁଷ୍ଟର ଡୋଜ ପାଇଁ ଅନୁମତି ଦେବାକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ନିକଟରେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଆବେଦନ କରିଛି।

Advertisment

କୋଭିସିଲ୍ ଭ୍ୟାକ୍ସିନକୁ ଏହି ଅନୁମତି ଦେବାରୁ କମ୍ପାନୀ ପକ୍ଷରୁ ଆବେଦନ କରାଯାଇଥିବା ସୂଚନା ମିଳିଛି। ସେରମ୍‌ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଗଚ୍ଛିତ ଥିବା ମଧ୍ୟ ଏହି ଆବେଦନରେ ଦର୍ଶାଯାଇଛି। ୟୁକେରେ ଆଷ୍ଟ୍ରାଜେନେକା ଟିକାକୁ ବୁଷ୍ଟର ଡୋଜ୍ ପାଇଁ ଅନୁମତି ମିଳିଥିବାରୁ ଭାରତରେ ମଧ୍ୟ ଅନୁମତି ଦେବାକୁ ଅନୁରୋଧ କରାଯାଇଛି।

ତେବେ ଦେଶରେ ବୁଷ୍ଚର ଡୋଜ୍‌ର ଆବଶ୍ୟକତା ନେଇ ଜାତୀୟ ଟେକ୍ନିକାଲ ଆଡ୍‌ଭାଇଜରି ଗ୍ରୁପ୍ ଓ ଜାତୀୟ ଏକ୍ସପର୍ଟ ଗ୍ରୁପ ଏନେଇ ଚିନ୍ତା କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, କେରଳ, ରାଜସ୍ଥାନ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଷ୍ଟର ଡୋଜ୍ ପାଇଁ କେନ୍ଦ୍ର ନିକଟରେ ଆବେଦନ କରି ସାରିଛନ୍ତି। 

Advertisment
COVID19 Covishield Serum Institute Of India DCGI Booster Dose
Advertisment
Advertisment