• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ବଦଳିବ ଭାରତୀୟ ଯବାନଙ୍କ ୟୁନିଫର୍ମ । ଯବାନଙ୍କ ତେଜ ଓ ପରାକ୍ରମକୁ ପ୍ରତିପାଦିତ କରୁଥିବା ଡିଜିଟାଲ ଓ ଶତ୍ରୁଙ୍କୁ ଚକମା ଦେଉଥିବା ବା କାମୋଫ୍ଲାଜ୍ ପୋଷାକ ପ୍ରସ୍ତୁତ ଲାଗି ନିଷ୍ପତ୍ତି ଏଭଳି ନେଇଛି ସେନା । ଆସନ୍ତା ଜାନୁଆରୀ ୧୫ ଆଓର୍ମି ଡେ ପରେଡ୍ ଅବସରରେ ଯବାନ ଏଭଳି ୟୁନିଫର୍ମ ପରିଧାନ କରିବେ ସେନାର ବିଭିନ୍ନ ୟୁନିଟ୍‌ ପୋଷାକରେ ସାମଞ୍ଜସ୍ୟ ରଖିବା ଓ ୟୁନିଫର୍ମକୁ ଆରାମ ଦାୟକ କରିବା ଲକ୍ଷ୍ୟରେ ଏଭଳି ପରିବର୍ତ୍ତନ କରାଯିବ । ଫଳରେ ଭାରତୀୟ ଯବାନଙ୍କ ପାରମ୍ପରିକ ୟୁନିଫର୍ମ ଇତିହାସ ପାଲଟିବ ।

ସୂଚନା ଅନୁସାରେ, ନ୍ୟାସନାଲ ଇନଷ୍ଟିଟ୍ୟୁଟ୍‌ ଅଫ୍ ଫ୍ୟାସନ ଟେକ୍ନୋଲୋଜି ସହାୟତାରେ ସୈନ୍ୟଙ୍କ ୟୁନିଫର୍ମ ଡିଜାଇନ୍କୁ ଚୂଡ଼ାନ୍ତ କରାଯାଇଛି । କେବଳ ଏତିକି ନୁହେଁ, ଏହା ଅପେକ୍ଷାକୃତ ହାଲୁକା କିନ୍ତୁ ମଜବୁତ କପଡ଼ାରେ ତିଆରି କରାଯିବ । ଏହା ଉଭୟ ଖରା ଓ ଶୀତରେ ପିନ୍ଧିବାକୁ ଆରାମଦାୟକ ହେବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି, ଯବାନଙ୍କ ସୁବିଧା ଦୃଷ୍ଟିରୁ ଆଉ ୟୁନିଫର୍ମକୁ ଇନ୍ ବା ଟକିଂ କରାଯିବ ନାହିଁ ବେଲ୍ଟ ଭିତରେ ଲୁଚି ରହିବ ।

ୟୁନିଫର୍ମ ପରିବର୍ତ୍ତନ ପରେ ଭାରତୀୟ ସୈନ୍ୟ ଅଧିକ ତେଜସ୍ୱୀ, ପରାକ୍ରମୀ ଓ ସ୍ମାର୍ଟ ଦେଖାଯିବେ । କେବଳ ଏତିକି ନୁହେଁ ଶତ୍ରୁଙ୍କ ମନରେ ଭୟ ସୃଷ୍ଟି ଲାଗି ବଦଳିବ ସୈନ୍ୟଙ୍କ ପରିପାଟୀ । ଆଉ ଫରେଷ୍ଟ୍ କାମଫ୍ଲାଜ୍ ବା ଜଙ୍ଗଲ୍ କାମଫ୍ଲାଜ୍ ନୁହେଁ, ଭାରତୀୟ ସେନାର ଯବାନଙ୍କ କମ୍ବାଟ୍ ୟୁନିଫର୍ମରେ ରହିବ ଡିଜିଟାଲ କାମୋଫ୍ଲାଜ୍ ପାଟର୍ଣ୍ଣ୍ । ଆମେରିକା ଭଳି ବହୁ ବିକଶିତ ଦେଶର ସେନା ଏଭଳି ଡିଜିଟାଲ୍ ପାଟର୍ଣ୍ଣ୍ ୟୁନିଫର୍ମ ପିନ୍ଧୁଥିବା ବେଳେ, ଏହି ପୋଷାକ ଚତୁପାର୍ଶ୍ୱର ଭୌଗଳିକ ସ୍ଥିତି ସହ ମେଳ ଖାଇଥାଏ । ପର୍ବତାଞ୍ଚଳ, ଜଙ୍ଗଲ ଓ ମରୁଭୂମିର ପାରିପାର୍ଶ୍ୱିକ ସ୍ଥିତି ଅନୁସାରେ ହେବ ଯବାନଙ୍କ ପରିପାଟୀ । ଯାହା ଦ୍ୱାରା ଶତ୍ରୁଙ୍କ ନଜର ଏଡ଼ାଇବା ସୈନ୍ୟଙ୍କ ପାଇଁ ସହଜ ହେବ ।

କଂବାଟ ୟୁନିଫର୍ମ ଅର୍ଥାତ୍ ଫରଓ୍ୱାର୍ଡ ପୋଜିସନ ଓ ଯୁଦ୍ଧ ବେଳେ ଯବାନ ପରିଧାନ କରୁଥିବା ୟୁନିଫର୍ମକୁ ଅଧିକ ପାରଦର୍ଶୀ କରିବା ଲାଗି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲା । ବିଶ୍ୱର ବଡ଼ ବଡ଼ ସେନାର ଯବାନଙ୍କ ଭଳି ଭାରତୀୟ ସୈନ୍ୟ ମଧ୍ୟ ସ୍ମାର୍ଟ ଦେଖାଯିବା ଦରକାର ବୋଲି ମତ ପ୍ରକାଶ ହୋଇଥିଲା । ଯାହାକୁ ନେଇ ସୈନ୍ୟଙ୍କ ୟୁନିଫର୍ମରେ ପରିବର୍ତ୍ତନ କରାଯାଇଛି । ତେବେ ଭାରତୀୟ ସୈନ୍ୟଙ୍କ ନୂଆ ୟୁନିଫର୍ମରେ ବ୍ରିଟିଶ ସେନାର ଛାପ ଥିବା କୁହାଯାଉଛି ଯାହାକୁ ଆସନ୍ତା ଜାନୁଆରୀ ୧୫ ତାରିଖ ଆର୍ମି ଡେ ଅବସରରେ ଭାରତୀୟ ସୈନ୍ୟ ଏହି ୟୁନିଫର୍ମ ପରିଧାନ କରିବେ । ସେହିପରି ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଯବାନମାନଙ୍କୁ ଏହି ୟୁନିଫର୍ମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।