Fire At Wedding Ground
ଥାନେ: ସୁଆଦିଆ ଖାଇବା ନାଁ ଶୁଣିଲେ ପାଟିରୁ ଲାଳ ବାହାରି ଆସେ। ଆଉ ଯଦି ସୁଆଦିଆ ଖାଦ୍ୟ ମିଳିଯାଏ, ତା’ହେଲେ ଖୁସି କହିଲେ ନସରେ। ହେଲେ ଖାଇବା ପାଇଁ କ’ଣ କେହି କେବେ ନିଜ ଜୀବନକୁ ବିପଦ ମୁହଁକୁ ଠେଲି ଦେଇପାରିବେ କି ? ହେଲେ ଏମିତି କିଛି ଅଜବ ଘଟଣା ମହାରାଷ୍ଟ୍ରର ଥାନେରେ ଦେଖିବାକୁ ମିଳିଛି। ଗୋଟିଏପଟେ ନିଆଁ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟପଟେ ଖାଇବାରେ ବ୍ୟସ୍ତ ଥିଲେ ଅତିଥି। ସୋସିଆଲ ମିଡିଆରେ ଏହାର ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ବିବାହାରେ ଯୋଗ ଦେବାକୁ ଆସିଥିବା ଅତିଥିଙ୍କ ମଧ୍ୟରୁ ଦୁଇ ଜଣ ଅତିଥି ହଲ୍ରେ ଆରାମରେ ବସି ଖାଉଛନ୍ତି। ସବୁଠାରୁ ବଡ଼ କଥା, ଏହି ସମୟରେ ୱେଡିଂ ହଲ୍ ବାହାରେ ହୁତୁହୁତୁ ହୋଇ ନିଆଁ ଜଳୁଛି। ଲୋକଙ୍କ ପାଟି ଶୁଣି ୨ ଅତିଥିଙ୍କ ମଧ୍ୟରୁ ଜଣେ ବାରମ୍ବାର ପଛକୁ ବୁଲି ଚାହିଁବା ସହ ନିଆଁ ଜଳୁଥିବା ଦେଖିଥିଲେ। ତଥାପି ସେ ତାଙ୍କ ସିଟ୍ରେ ବସି ସେମିତି ଖାଇବା ଜାରି ରଖିଥିବା ଭିଡିଓରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଯେଭଳି ଭାବରେ କୌଣସି ଜିନିଷକୁ ଖାତିର୍ ନକରି ଖାଇବାରେ ପୁରାପୂରି ବ୍ୟସ୍ତ ଥିଲେ, ତାହା ସମସ୍ତଙ୍କୁ ଚକିତ କରିଛି।
Wedding pandal catches fire. The guest is torn between checking it out and gobbling the delicious meal.#bhiwandi
pic.twitter.com/X2w28yKbRi— Musab Qazi (@musab1) November 29, 2021
ବାଣ ଯୋଗୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ରବିବାର ସନ୍ଧ୍ୟାରେ ଅନ୍ସାରି ୱେଡିଂ ହଲ୍ରେ ଏହି ଘଟଣା ଘଟିଥିଲା। ନିଆଁ ଲାଗିଯିବା ଯୋଗୁ ୬ଟି ୨ ଚକିଆ ଯାନ, କିଛି ଚେୟାର, ସାଜସଜ୍ଜା ହୋଇଥିବା କିଛି ଜିନିଷ ଜଳି ଯାଇଥିବା ସୂଚନା ମିଳିଛି। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)