• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୁରୁଗ୍ରାମ : ମଧ୍ୟରାତ୍ରୀରେ ମର୍ମନ୍ତୁଦ ଦୁର୍ଘଟଣା । ଘରକୁ ଫେରିବା ସମୟରେ ଚାଲିଗଲା ଜୀବନ । ଇଟାଗଦା ସହ ଧକ୍କା ହେଲା କାର୍ । ହରିୟାଣାର ଗୁରୁଗ୍ରାମ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସ୍ୱିଫ୍ଟ ଡିଜାୟାରରେ ଥିବା ସମସ୍ତ ଯାତ୍ରୀଙ୍କର ଜୀବନ ଚାଲିଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦହେ ଉଦ୍ଧାର କରି ପୋଷ୍ଟମୋଟମ୍ ପାଇଁ ପଠାଇ ଦେଇଛି । ଏବେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ ହୋଇଛି ।

ରାସ୍ତା କଡ଼ରେ ପଡ଼ିଥିବା ଇଟା ଗଦାକୁ ଧକ୍କା ଦେବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି । କାରରେ ସମୁଦାୟ ୫ ଜଣ ଯାତ୍ରୀ ଥିଲେ । ସମସ୍ତେ ଏକ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ଜଣାପଡ଼ିଛି । ଡ୍ୟୁଟି ଶେଷ କରିବା ପରେ ସମସ୍ତେ ମିଶିକି ଘରକୁ ଫେରୁଥିଲେ । ଏହି ସମୟରେ ସାଢ଼ରାଣାରୁ ପଟୌଦି ଯାଉଥିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲା କାର୍ । ଏହି ଦୁର୍ଘଟଣା ଏତେ ବିପଜ୍ଜନକ ଥିଲା ଯେ ସ୍ୱିପ୍ଟ ଡିଜାୟାରଟି ପୂରା ନଷ୍ଟ ହୋଇଯାଇଛି । ରାତି ୨ଟାରୁ ୩ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ୍ ସୂଚନାରୁ ପ୍ରକାଶ ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡ଼ିଟି ମହେନ୍ଦ୍ରଗଡର କନିନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି । ତେବେ ମୃତକଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ସମସ୍ତ ମୃତକ ଏକ ଘରୋଇ ଡାକ୍ତରଖାନାର କର୍ମଚାରୀ ବୋଲି ପୋଲିସ ସ୍ପଷ୍ଟ କରିଛି । ସମସ୍ତ ମୃତକଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି।