Advertisment

କାର୍‌ ଦୁର୍ଘଟଣାରେ ୨ ମଡେଲ୍‌ ମୃତ, ଗାଡ଼ିର ପିଛା କରୁଥିଲେ ନିଶାଖୋର ଯୁବକ...

କାର୍‌ ଦୁର୍ଘଟଣାରେ ୨ ଜଣ ମଡେଲ୍‌ଙ୍କ ମୃତ୍ୟୁ ଘଟିଛି। ୨ ମଡେଲ୍‌ ହୋଟେଲ୍‌ରୁ ବାହାରିବା ଦେଖି ସେମାନଙ୍କ ଗାଡ଼ିକୁ ପିଛା କରିବା ଆରମ୍ଭ କରି ଦେଇଥିଲେ ଜଣେ ନିଶାଖୋର ଯୁବକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
car accident

car accident

ଥିରୁଅନନ୍ତପୁରମ୍‌: କାର୍‌ ଦୁର୍ଘଟଣାରେ ୨ ଜଣ ମଡେଲ୍‌ଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବର ୩୧ରେ କେରଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାରେ ସିଜୁ ନାମକ ଜଣେ ଡ୍ରଗ୍ସ ସେବନକାରୀ ଯୁବକ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ୍‌ ବୁଧବାର ସୂଚନା ଦେଇଛି। 

Advertisment

ମୃତକ ଦ୍ୱୟ ମଡେଲ୍‌ ହେଲେ- ୨୫ ବର୍ଷୀୟ ଅନ୍‌ସି କବିର୍‌(ମିସ୍‌ ସାଉଥ୍‌ ଇଣ୍ଡିଆ) ଓ ୨୬ ବର୍ଷୀୟ ଅଞ୍ଜନା ଶାହଜନ(ପୂର୍ବତନ ମିସ୍‌ କେରଳ)। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସେମାନଙ୍କର ଅନ୍ୟ ଜଣେ ସାଙ୍ଗ, ଯିଏକି କାର୍‌ର ସାମ୍ନା ସିଟ୍‌ରେ ବସିଥିଲେ ଦୁର୍ଘଟଣାର ୬ ଦିନ ପରେ ସେ ମଧ୍ୟ ଆଖି ବୁଜିଥିଲେ। କେବଳ କାର୍‌ ଡ୍ରାଇଭର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସେ ମଡେଲ୍‌ଙ୍କ ବନ୍ଧୁ ବୋଲି ଜଣାପଡ଼ିଛି। 

ସୂଚନା ଅନୁସାରେ, ୨ଜଣ ମଡେଲ୍‌ ସେମାନଙ୍କ ୨ ସାଙ୍ଗଙ୍କ ସହ ଏକ ହୋଟେଲ୍‌ରେ ରହିଥିଲେ। ସିଜୁ ମଧ୍ୟ ସେଇ ହୋଟେଲ୍‌ରେ ଥିଲେ। ପାର୍ଟିରେ ସିଜୁ ଜଣେ ମଡେଲ୍‌ଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ। ଏହାସହ ହୋଟେଲ୍‌ରେ ସାରା ରାତି ରହିବା ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିବା ଦେବା ଲାଗି ସିଜୁ ମଡେଲ୍‌ଙ୍କୁ ଅଫର ମଧ୍ୟ ଦେଇଥିଲେ। ହେଲେ ସିଜୁଙ୍କ ଏହି ଅଫର୍‌କୁ ମଡେଲ୍‌ ମନା କରି ଦେଇଥିଲେ। 

Advertisment

ସେଇଦିନ ରାତିରେ ୨ ମଡେଲ୍‌ ସେମାନଙ୍କ ସାଙ୍ଗଙ୍କ ସହ ହୋଟେଲ୍‌ରୁ ବାହାରି ଯାଇଥିଲେ। ଏହା ଦେଖି ସିଜୁ ସେମାନଙ୍କ ଗାଡ଼ିକୁ ପିଛା କରିବା ଆରମ୍ଭ କରି ଦେଇଥିଲା। ସିଜୁ ପିଛା କରୁଥିବା ଦେଖି କାର୍‌ ଡ୍ରାଇଭର ଅବଦୁଲ୍‌ ରେହେମନ୍‌ ଗାଡ଼ି ଜୋରରେ ଚଲାଇଥିଲେ। ଫଳରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଦୁର୍ଘଟଣାରେ କାର୍‌ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି। ମୃତ ମଡେଲ୍‌ଙ୍କ ପରିବାର ଲୋକ ଅଭିଯୋଗ ଆଣିବା ପରେ ପୋଲିସ୍‌ ସିଜୁକୁ ଧରିଥିଲା। 

Car Accident Models Killed In Car Accident
Advertisment
Advertisment