Advertisment

ଓମିକ୍ରନ୍‌ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ଡାକ୍ତରଙ୍କ ସଂସ୍ପର୍ଶରେ ଆସି ୫ କରୋନା ସଂକ୍ରମିତ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
covid testing

covid testing

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଦେଶରେ ପ୍ରଥମ ଓମିକ୍ରନ୍ ଭାରିଏଣ୍ଟ୍‌ ଆକ୍ରାନ୍ତ ଭାବେ ଦୁଇ ଜଣ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ। ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି। ସେ କରୋନା ଟିକା ନେଇ ସାରିଥିଲେ।

Advertisment

ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ। ସେ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ସହ ଭାରତ ଆସିଥିଲେ। ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍‌ରେ ଦୁବାଇ ଯାଇଥିଲେ। 

ସବୁଠାରୁ ବଡ଼ କଥା, କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ୪୬ ବର୍ଷୀୟ ଢାକ୍ତରଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ନଭେମ୍ବର ୨୧ରେ ତାଙ୍କୁ ଜ୍ୱର ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସବୁଠାରୁ ଚିନ୍ତା ଜନକ ବିଷୟ, ସମ୍ପୃକ୍ତ ଡାକ୍ତରଙ୍କ ଯୋଗାଯୋଗରେ ଆସି ଆଉ ୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଡାକ୍ତରଙ୍କ ପରିବାରର ୨ ଜଣ ସଦସ୍ୟ ଥିବାବେଳେ ତାଙ୍କର ଜଣେ ବନ୍ଧୁ ଅଛନ୍ତି। ଡାକ୍ତରଙ୍କ ପତ୍ନୀ ଓ ୧୩ ବର୍ଷୀୟ ଝିଅ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ତେବେ ସେମାନେ କେଉଁ ଭାରିଏଣ୍ଟ୍‌ରେ ଆକ୍ରାନ୍ତ ତାହା ଜାଣିବା ଲାଗି ସେମାନଙ୍କ ନମୁନାକୁ ଜେନୋମିକ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଛି। 

Advertisment

ଓମିକ୍ରନ୍ ଭାରିଏଣ୍ଟ୍‌ ଆକ୍ରାନ୍ତ ଡାକ୍ତର ଜଣକ ବୋମ୍ମାନାହାଲ୍ଲି ଅଞ୍ଚଳର। ନଭେମ୍ବର ୨୨ରେ ସେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଜ୍ୱର ଓ ଶରୀରରେ ଯନ୍ତ୍ରଣା ଅନୁଭବ ହେବାରୁ ସେ କରୋନା ଟେଷ୍ଟ କରିଥିଲେ ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମ୍ପୃକ୍ତ ଡାକ୍ତର ଜଣକ କାର୍ଯ୍ୟ କରୁଥିବା ହସ୍ପିଟାଲ୍‌ ପକ୍ଷରୁ ତାଙ୍କର ସାମ୍ପଲକୁ ଜେନୋମିକ୍‌ ସିକ୍ୱେନ୍ସିଂ ପାଇଁ ପଠା ଯାଇଥିଲା। ଗୁରୁବାର ଜଣାପଡ଼ି ଥିଲା, ସେ  ଓମିକ୍ରନ୍ ଭାରିଏଣ୍ଟ୍‌ରେ ଆକ୍ରାନ୍ତ। 

ଡାକ୍ତର ଜଣକ କରୋନା ଟିକା ନେଇ ସାରିଥିବା ବେଳେ ତାଙ୍କ ନିକଟରେ କୌଣସି ଗୁରୁତର ଲକ୍ଷଣ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ସେ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସହ ଯୋଗାଯୋଗରେ ଆସିଥିବା ୧୩ ଜଣ ପ୍ରାଇମେରୀ ଓ ୨୦୫ ଜଣ ସେକେଣ୍ଡାରୀ କଣ୍ଟାକ୍ସ୍‌ଙ୍କ କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରାଇମେରୀ କଣ୍ଟାକ୍ସ୍‌ ଓ ଗୋଟିଏ ସେକେଣ୍ଡାରୀ କଣ୍ଟାକ୍ସ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେମାନଙ୍କ ନମୁନାକୁ ଜେନୋମିକ୍‌ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା। 

ଯେଉଁ ହସ୍ପିଟାଲରେ ଡାକ୍ତର ଜଣକ କାର୍ଯ୍ୟ କରୁଥିଲେ ହସ୍ପିଟାଲ୍‌ର ୨୫୦ ଜଣ ଷ୍ଟାଫ୍‌ଙ୍କ ଟେଷ୍ଟ୍‌ କରାଯାଇଛି। ଏହାସହ ଅପରେସନ୍‌ ଥିଏଟରକୁ ସାନିଟାଇଜ୍‌ କରାଯାଇଛି। ଏହାସହ ଡାକ୍ତରଙ୍କ ଯୋଗାଯୋଗରେ ଆସିଥିବା ୬ ଜଣ ରୋଗୀଙ୍କ ଟେଷ୍ଟ୍‌ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍‌ ଆସିଛି। 

COVID19 Omicron Omicron Variant Omicron Patients
Advertisment
Advertisment