Advertisment

ଚିକିତ୍ସା ବେଳେ ନର୍ସଙ୍କ ପ୍ରେମରେ ପଡିଲା କୁକୁର

ଭାଇରାଲ ହେଉଛି କୁକୁରର ନର୍ସଙ୍କ ପ୍ରତି ପ୍ରେମର ଭିଡିଓ। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

author-image
Pramod Behera
Dog watching nurse with love

Dog watching nurse with love

ପଶୁମାନେ ଅତ୍ୟନ୍ତ ସୁନ୍ଦର ହୋଇଥାନ୍ତି। ସେମାନଙ୍କର ନିରିହପଣ କାହାର ବି ହୃଦୟ ଜିତିପାରେ। ପଶୁମାନଙ୍କର ଏପରି ଅନେକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଏସବୁକୁ ଦେଖିବା ପରେ ଲୋକଙ୍କ ଖରାପ ଦିନ ବି ଭଲ ହୋଇଯାଏ।

Advertisment

ଆଜିକାଲି ଏମିତି ଗୋଟିଏ କୁକୁରର ଭିଡିଓ ଭାଇରାଲ ହେଉଛି ଯିଏ ଜଣେ ନର୍ସଙ୍କ ପ୍ରେମରେ ପଡିଯାଇଛି। ନର୍ସ ଜଣକ କୁକୁରଟିର ସେବା କରୁଥିବା ବେଳେ ତାଙ୍କ ଉପରୁ କୁକୁରଟିର ନଜର ହଟୁନି। ସେ ତାଙ୍କୁ ବୁଲି ବୁଲି ଚାହୁଁଥିବା ଦେଖାଯାଉଛି। କୁକୁରର ନର୍ସ ପ୍ରତି ଏଭଳି ପ୍ରେମ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

ଅନେକ ଲୋକ ଏହି ଭିଡିଓକୁ ଫେସ୍‌ବୁକ୍ ଏବଂ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। କୁହାଯାଉଛି ଯେ କୁକୁରଟି ତା’ ଜୀବନରେ ପ୍ରଥମ ଥର ପାଇଁ ଚିକିତ୍ସା ପାଇଁ ଆସିଥିଲା।​ ନର୍ସ ତାକୁ ଇଞ୍ଜେକ୍ସନ ଦେଉଥିବାର ଦେଖି ସେ ତାଙ୍କ ମୁହଁକୁ ଚାହିଁ ରହିଥିଲା। ସେ ନର୍ସକୁ ବହୁତ ପ୍ରେମରେ ଦେଖୁଥିଲା। ଯେତେବେଳେ ନର୍ସ ଇଞ୍ଜେକ୍ସନରେ ଔଷଧ ଭରୁଥିଲେ, ସେତେବେଳେ ମଧ୍ୟ କୁକୁର ତାଙ୍କ ଆଡକୁ ଚାହିଁ ରହିଥିଲା।

Advertisment

ଯେତେବେଳେ ନର୍ସ କୁକୁରକୁ ଏହିପରି ଅବସ୍ଥାରେ ଦେଖିଲେ, ସେତେବେଳେ ସେ ପ୍ରଥମେ ତା’ର ପ୍ରେମରେ ପଡ଼ିଗଲେ ଓ ସେ ତା ମୁଣ୍ଡରେ ହାତ ବୁଲାଇଦେଲେ। ତା’ପ ତା ଗୋଡରେ ଏକ ଇଞ୍ଜେକ୍ସନ ଦେଲେ। ଏହା ପରେ ବି କୁକୁରଟି ତାଙ୍କ ଆଡକୁ ଚାହିଁ ରହିଥିଲା। କୁକୁରକୁ ଏହିପରି ଦେଖି ନର୍ସ ବହୁତ ଖୁସି ହୋଇଥିଲେ। ସେ ମଧ୍ୟ ବାରମ୍ବାର କୁକୁରକୁ ପ୍ରେମର ସହିତ ଯତ୍ନ ନେଉଥିଲେ। କୁକୁରର ମାଲିକ ପାଖରେ ଠିଆ ହୋଇ ଏହି ଘଟଣାକୁ କ୍ୟାମେରାରେ କଏଦ କରୁଥିଲେ। ଯେତେବେଳେ ଏହା ଅନ୍‌ଲାଇନ୍‌ରେ ଶେୟାର କରାଯାଇଥିଲା, ଏହା ଭାଇରାଲ ହୋଇଥିଲା।

ଲୋକମାନେ ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି। ଅଦ୍ୟାବଧି ଏହାକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି। ଏହା ସହିତ ହଜାର ହଜାର ମନ୍ତବ୍ୟ ମଧ୍ୟ ଆସିଛି। ଜଣେ ବ୍ୟକ୍ତି କମେଣ୍ଟ ବକ୍ସରେ ଲେଖିଛନ୍ତି ଯେ ସେ ସ୍ୱପ୍ନ ଦେଖନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଏହିପରି ପ୍ରେମରେ ଦେଖନ୍ତୁ ବୋଲି। ଏହି ସମୟରେ, ଅନେକ ଏହାକୁ ନିଚ୍ଛକ ପ୍ରେମର ପ୍ରତୀକ ବୋଲି କହିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଥିବା ଦେଖାଯାଏ।

Viral Dog Viral News
Advertisment
Advertisment