/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649991534.jpg)
Locals Stage Protest After Youth Killed In Accident In Binika
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଲେ ଲୋକେ । ସୁବର୍ଣ୍ଣପୁର ବିନିକା ଥାନା ଦାନିପାଲି ଛକରେ ଦୁର୍ଘଟଣା ପରେ କଲେଜ୍ ଛକରେ ବହୁ ସଂଖ୍ୟାରେ ସ୍ଥାନୀୟବାସିନ୍ଦା ରାସ୍ତାରୋକୋ କରିଛନ୍ତି । ମୃତଦେହକୁ ରାସ୍ତା ଉପରେ ରଖି ଟାୟାର ଜାଳି ଅବରୋଧ କରି ରଖିଛନ୍ତି ।
#ବିନିକା
•ଦାନିପାଲି ଛକରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁରୁ ଉତ୍ତେଜନା
•ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଓ ସ୍ଥାନୀୟ ଲୋକେ
•ଦୁର୍ଘଟଣା ଘଟାଇଥିବା ଗାଡ଼ି ଜବତ ଓ କ୍ଷତିପୂରଣ ଦାବିରେ ରାସ୍ତାରୋକୋ
•ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଲେଜ ଛକରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ#Binka#Subarnapur#Odisha#OTVpic.twitter.com/PwBIwXz2fe— ଓଟିଭି (@otvkhabar) April 15, 2022
ଫଳରେ ବିନିକା-ବରପାଲି ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । ରାତି ତମାମ୍ ଷ୍ଟ୍ରାଇକ୍ରେ ବସିଛନ୍ତି ଲୋକେ । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି ଯେ, ‘ଜଣେ ନିରିହ ଛାତ୍ରଟିର ମୃତ୍ୟୁ ହୋଇଥିବାରୁ ଆମେ ଠେଙ୍ଗାବାଡ଼ି ନେଇ ରାସ୍ତାରୋକୋ କରିଛୁ । ଯେଉଁ ପର୍ଯ୍ୟନ୍ତ ଆମ ଦାବି ପୂରଣ ନ ହୋଇଛି ଆମେ ପ୍ରତିବାଦରୁ ହଟିବା ନାହିଁ । ଦାବି ପୂରଣ ନ ହେବା ଯାଏ କୌଣସି ଗାଡିକୁ ଏହି ରାସ୍ତା ଦେଇ ଛାଡିବୁନି...ଏହିପରି ଭାବେ ରାସ୍ତାରୋକୋ ଜାରି ରଖିବୁ ’
ତେବେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ତାତିଥିବା ଲୋକେ ପ୍ରତିବାଦରୁ ହଟିବାର ନାଁ ନେଉନାହାଁନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)