• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଷ୍ପା ସିନେମାର ସୁପରହିଟ୍‌ ଗୀତ ସାମି ସାମିରେ ଜବରଦସ୍ତ ଡ୍ୟାନ୍ସ ମୁଭ୍ ଦେଖାଇଲେ ଯୁବକ । ଯୁବତୀଙ୍କ ପରି ପୋଷାକ ପିନ୍ଧି ରାସ୍ତାରେ ଝୁମିଲେ ଆଉ ଝୁମାଇଲେ । ‘ଗଙ୍ଗୁବାଇ’ ସିନେମାର ଝୁମେରେ ଗୋରୀ ପରେ ସାମି ସାମି ଗୀତରେ ନାଚି ପୁଣି ଚର୍ଚ୍ଚାରେ ଜୈନିଲ୍‌ ମେହେଟା । ଏକ ସୁନ୍ଦର ସ୍କର୍ଟ ପିନ୍ଧି ସେ ଏହି ନୃତ୍ୟ ପ୍ରଦର୍ଶନ କରିଛନ୍ତି ।

ସିନେମା ରିଲିଜ ହେବା ପରଠାରୁ ସାମି ସାମି ଗୀତର ଚାହିଦା ବଢ଼ିଯାଇଛି । ବର୍ତ୍ତମାନର ଯୁବପିଢ଼ି ଏହି ଗୀତରେ ରିଲ କରୁଥିବା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ କୋରିଓଗ୍ରାଫର ଜୈନିଲ୍‌ ମେହେଟା ମଧ୍ୟ ଏହି ଗୀତରେ ନିଜ ନୃତ୍ୟର ନିପୁଣତା ପ୍ରଦର୍ଶନ କରିଛନ୍ତି । ଏବଂ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଜୈନିଲ୍‌ ମେହେଟା ଜଣେ କୋରିଓଗ୍ରାଫର ହୋଇଥିବା ବେଳେ ଯୁବତୀଙ୍କ ଅଙ୍ଗଭଙ୍ଗୀ କରି ନାଚିବାରେ ସେ ମାହିର ।

 
 
 
 
 
 
 
 
 
 
 
 
 
 
 

A post shared by Jainil Mehta (@jainil_dreamtodance)

ପୂର୍ବରୁ ଆମେରିକା ରାସ୍ତାରେ ସେ ଝୁମେରେ ଗୋରୀ ଗୀତରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ଯୁବତୀ ପୋଷାକ ପିନ୍ଧି ନାଚୁଥିବାରୁ ତାଙ୍କର ସେହି ଭିଡିଓ ଭାଇରାଲ୍‌ ହୋଇଥିଲା । ଆଉ ଏବେ ସାମି ସାମିର ଭିଡିଓ ମଧ୍ୟ ଭାଇରାଲ ହେଉଛି । ତେବେ ଯୁବକ ହେଲେ ସୁଦ୍ଧା ଯୁବତୀଙ୍କ ପରି ନୃତ୍ୟ ପ୍ରଦର୍ଶନ କରୁଥିବାରୁ ତାଙ୍କୁ ଦେଖି ସମସ୍ତେ ଚକିତ ହୋଇ ଯାଉଛନ୍ତି।