• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ନିଜର ଦ୍ୱାଦଶ ସ୍ୱନକ୍ଷତ୍ର ପାଳନ କରୁଛି ଆଧ୍ୟାତ୍ମିକ ଟିଭି ଚ୍ୟାନେଲ ପ୍ରାର୍ଥନା । ଆଜି ମଧ୍ୟ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ହୋଇଥିବାରୁ ନିଜର ସ୍ୱନକ୍ଷତ୍ର ଦିବସ ଅବସରରେ ଚ୍ୟାନେଲ ପକ୍ଷରୁ ପ୍ରାର୍ଥନା ହନୁମାନ ଉତ୍ସବର ଆୟୋଜନ କରାଯାଇଛି । ଏଥିପାଇଁ କଟକ ଉପର ବାଲିଯାତ୍ରା ପଡ଼ିଆରେ କରାଯାଉଛି ୧୦୮ ହନୁମାନ ଚାଲିସା ପାଠ ।

ତା ସହିତ ଚ୍ୟାନେଲ ପକ୍ଷରୁ ନିଜସ୍ୱ ୫ଟି ଭଜନ ପ୍ରସ୍ତୁତ କରାଯାଇଛି । ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଏହି ଭଜନ ଗାଇଛନ୍ତି । ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବ । ତା ସହିତ ଏଥର ଭଜନ ଅନ୍ତାକ୍ଷରୀର ଲାଇଭ୍ ସୋ ହେବ । ମଲଖମ୍ବ ନୃତ୍ୟ ବି ହେବ ।

ବାଲିଯାତ୍ରା ପଡ଼ିଆରେ ୧୪-୧୫ଟି ଷ୍ଟଲ୍ ମଧ୍ୟ ପଡ଼ିଛି । ଏଥିରେ ପିଠାପଣା, ଲଡୁ, ଫୁଡ୍ ଷ୍ଟଲ, ଘର ବଇଦ, ରେକି ମିଶନ, ବୁକ୍ ଷ୍ଟଲ ଆଦି ରହିଛି । ପ୍ରାର୍ଥନା ଚ୍ୟାନେଲର ଏହି ପ୍ରାର୍ଥନା ହନୁମାନ ଉତ୍ସବରେ ସାମିଲ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି ।