Advertisment

ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି, ୨୦ରୁ ୨୫ ଫୁଟ୍ ଯାଏ ଲାଗିଥିଲା ସାଉଣ୍ଡ ବକ୍ସ ଓ ଲାଇଟ

ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
DJ Vehicle Overturns During A Procession In Mayurbhanj

DJ Vehicle Overturns During A Procession In Mayurbhanj

ଡିଜେ ପ୍ରତିଯୋଗିତା ବେଳେ ଓଲଟି ପଡ଼ିଲା ଡିଜେ ଗାଡ଼ି। ଫଳରେ ଗାଡ଼ି ତଳେ ଚାପି ହୋଇ ୧୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଉଡ଼ା ପର୍ବ ପାଳନ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିଜେ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉତ୍ସବରେ ୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ତେବେ ଡିଜେ ଗାଡ଼ି ଗୁଡ଼ିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ୨୦ରୁ ୨୫ ଫୁଟ ଉଚ୍ଚ ଯାଏ ମାଇକ ଓ ଲାଇଟ୍  ବନ୍ଧା ଯାଇଥିଲା। ଏହି କାରଣରୁ ଏକ ଡିଜେ ଗାଡ଼ି ଭାରସାମ୍ୟ ହରାଇ ଲୋକଙ୍କ ଉପରେ ହିଁ ଓଲଟି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ଆହତଙ୍କୁ ପ୍ରଥମେ ବାରମାଇଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ପରେ ପୋଲିସ ପହଞ୍ଚି ଡିଜେ ଗାଡ଼ି ଗୁଡ଼ିକୁ ଜବତ କରିଛି। ସେପଟେ ଦୁର୍ଘଟଣାଗ୍ରସ୍ତ ଡିଜେ ଗାଡ଼ିର ମାଲିକ ଓ କର୍ମଚାରୀ ଫେରାର ଅଛନ୍ତି।

DJ Vehicle Overturns
Advertisment
Advertisment