Advertisment

ଦକ୍ଷିଣକୁ ପାଦ ରଖି କାହିଁକି ଶୋଇବେ ନାହିଁ; କ’ଣ କୁହେ ବାସ୍ତୁ

ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଦେବା ଉଚିତ ଏବଂ କେଉଁ ଦିଗକୁ ପାଦ ରହିବା ଉଚିତ ସେ ସମ୍ବନ୍ଧରେ ବାସ୍ତୁ ପରାମର୍ଶ ଦେଇଥାଏ। ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। ତେବେ ଆସନ୍ତୁ ଜାଣିବା ଶୋଇବାକୁ ନେଇ କ’ଣ କହୁଛି ବାସ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Vastu Shastra suggests not to sleep with legs in south direction

Vastu Shastra suggests not to sleep with legs in south direction

ଦିଗ ଉପରେ ଆଧାର କରି ବାସ୍ତୁଶାସ୍ତ୍ରରେ ଘର ସହିତ ଜଡିତ ଅନେକ ପ୍ରକାରର ପରାମର୍ଶ ଦିଆଯାଇଛି। ବାସ୍ତୁ ଅନୁଯାୟୀ, ଘରର କିଛି ଦିଗ ଭଲ ହୋଇଥିବା ବେଳେ ଆଉ କିଛି ଦିଗ ପ୍ରତି ନରକାତ୍ମକତା ଥାଏ। ସେ ପ୍ରତି ଯତ୍ନବାନ ହେବା ଉଚିତ। ବାସ୍ତୁ ଅନୁଯାୟୀ ବିଭିନ୍ନ କାମ ପାଇଁ ବିଭିନ୍ନ ଦିଗକୁ ଭଲ ବୋଲି ଧରାଯାଏ।

Advertisment

ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଦେବା ଉଚିତ ଏବଂ କେଉଁ ଦିଗକୁ ପାଦ ରହିବା ଉଚିତ୍ ସେ ସମ୍ବନ୍ଧରେ ମଧ୍ୟ ବାସ୍ତୁ ପରାମର୍ଶ ଦେଇଥାଏ। ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। ତେବେ ଆସନ୍ତୁ ଜାଣିବା ଶୋଇବାକୁ ନେଇ କ’ଣ କହୁଛି ବାସ୍ତୁ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ବେଳେ ଦକ୍ଷିଣକୁ ପାଦ ବଦଳରେ ମୁଣ୍ଡ ରହିବା ଉଚିତ। କୁହାଯାଏ ଯେ ଦକ୍ଷିଣ ଦିଗ ମଙ୍ଗଳ ଗ୍ରହର ଦିଗ ଏବଂ ଏହି ଦିଗରେ ପାଦ ରଖି ଶୋଇବା ଦ୍ୱାରା ମଙ୍ଗଲ ଦସା ପଡିଥାଏ। ବାସ୍ତୁ ଅନୁଯାୟୀ, ଶୋଇବା ବେଳେ ମୁଣ୍ଡକୁ ପୂର୍ବ ଓ ଦକ୍ଷିଣ ଦିଗକୁ ଦେବା ସହିତ ପାଦକୁ ପଶ୍ଚିମ ଓ ଉତ୍ତର ଦିଗକୁ ଦେବା ଉଚିତ। ଏହା ମଧ୍ୟ କୁହାଯାଏ ଯେ ଏହି ଦିଗରେ ଶୋଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ ଘରେ ସୁଖ ରହିଥାଏ।

Advertisment

ବାସ୍ତୁ ଅନୁଯାୟୀ, ଶଯ୍ୟାକୁ ଘରର ଏକ କୋଣରେ ରଖିବା ଉଚିତ ନୁହେଁ। ଆହୁରି ମଧ୍ୟ, ବିଛଣାର ପଛ ପାର୍ଶ୍ୱରେ ଝରକା ରଖିବା ଭଲ ନୁହେଁ। ଝରକା ପାଖରେ ବିଛଣାକୁ ରଖିବା ମଧ୍ୟ ଠିକ୍ ନୁହେଁ ବୋଲି ବିବେଚନା କରାଯାଏ।

ବିଶ୍ୱାସ କରାଯାଏ ଯେ ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଦ୍ୱାରା ନକାରାତ୍ମକ ଚିନ୍ତାଧାରା ମନରେ ପ୍ରବେଶ କରିବାକୁ ଲାଗେ। ସେହିପରି ବାସ୍ତୁରେ ପୂର୍ବ ଦିଗ ପାଇଁ ସମାନ ନିର୍ଦ୍ଦେଶ ରହିଛି। ପୂର୍ବ ଦିଗକୁ ବାସ୍ତୁ ଶାସ୍ତ୍ରରେ ଦେବତାମାନଙ୍କର ଦିଗ ବୋଲି ବିବେଚନା କରାଯାଏ, ତେଣୁ ଏହି ଦିଗକୁ ପାଦ ନ ରଖି ଶୋଇବାକୁ ପରାମର୍ଶ ଦିଆଯାଇଛି।

Vastu Tips For Home Vastu Tips
Advertisment
Advertisment