• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆନ୍ଦୋଳନର ପ୍ରମୁଖ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ କରାଯାଇଛି 

  • ତୁରନ୍ତ ଦେବେନ୍ଦ୍ରଙ୍କ ସମେତ ଅନ୍ୟ ଗ୍ରାମବାସୀଙ୍କୁ ମୁକ୍ତ କରିବାକୁ ଦାବି

  • ଦାବି ପୂରଣ ନହେଲେ ଢିଙ୍କିଆ ସମେତ ସମଗ୍ର ରାଜ୍ୟରେ ପ୍ରତିବାଦ ହେବ

JSW ପ୍ରକଳ୍ପ ତଥା ଜିନ୍ଦଲ ଷ୍ଟିଲ କମ୍ପାନୀ ସ୍ୱାର୍ଥରେ ପୋଲିସ ଢିଙ୍କିଆରେ ଆତଙ୍କରାଜ ଜାରି ରଖିଛି । ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି କଂପାନୀ ପାଇଁ ପରିବେଶ ମଞ୍ଜୁର କରାଯାଇଛି । ଏହାସହ ପୋଲିସର ଆତଙ୍କରାଜ ଓ ଗିରଫଦାରୀ ବଢିଯାଇଛି ବୋଲି ପରିବେଶବିତ୍ ତଥା ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି । କେବଳ ଏତିକି ନୁହେଁ, ଜିନ୍ଦଲ ବିରୋଧୀ ଜନ ଆନ୍ଦୋଳନର ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ୨୬ରୁ ଅଧିକ ମିଛ ମୋକଦ୍ଦମାରେ ହଜାତରେ ରଖାଯାଇ ମାନସିକ ନିର୍ଯାତନା ଦିଆଯାଉଛି ବୋଲି ସେ କହିଛନ୍ତି ।

ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ଜେଲରେ ଥିବା ଗ୍ରାମବାସୀଙ୍କୁ ନିସର୍ତ୍ତରେ ଖଲାସ ଓ ଢିଙ୍କିଆରୁ ପୋଲିସ କ୍ୟାମ୍ପ ଉଠାଇବାକୁ ସେ ଦାବି କରିଛନ୍ତି । ନହେଲେ ଆସନ୍ତା ମାସରେ ଢିଙ୍କିଆ ସମେତ ସାରା ରାଜ୍ୟରେ ପ୍ରତିବାଦ କରାଯିବ ବୋଲି ପ୍ରଫୁଲ୍ଲ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନାଯୋଗ୍ୟ ଢିଙ୍କିଆ ମାମଲାରେ ସତ୍ୟପାଠ ଦ୍ୱାରା ଅଭିଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାର୍ଚ୍ଚ ୫ ତାରିଖରେ ଆଡ଼ଭୋକେଟ କମିଟିର ଜନଶୁଣାଣୀ ସମୟରେ ସପକ୍ଷବାଦୀଙ୍କ ପ୍ରତିରୋଧ ଯୋଗୁ କିଛି ଲୋକ ଉପସ୍ଥିତ ହୋଇପାରିନଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ଏସବୁକୁ ଦୃଷ୍ଟିରେ ରଖି ସତ୍ୟପାଠ ଜରିଆରେ ଅଭିଯୋଗ ପାଇଁ କୋର୍ଟ ଅନୁମତି ଦେଇଥିଲେ । ସେହିପରି ଜାନୁଆରୀ ୧୪ ତାରିଖ ହିଂସାକାଣ୍ଡ ପରେ କେତେ ଜଣଙ୍କୁ ଗିରଫ କରାଯାଇଛି ଓ କେଉଁ ଦଫାରେ ଗିରଫ କରାଯାଇଛି ସେ ନେଇ ତଥ୍ୟ ଲୋଡିଥିଲେ ହାଇକୋର୍ଟ ।