Advertisment

ଯାଜପୁର କିନ୍ନର ଶିଶୁ ବିବାଦ ଘଟଣା; ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ

ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି ।

author-image
Otv Khabar Bureau
New Born Baby

New Born Baby

ଯାଜପୁରର ଘରୋଇ ମେଡିକାଲରେ ଶିଶୁ ଜନ୍ମ ନେଇ ବିବାଦ ଘଟଣା । ଲିଙ୍ଗ ନିରୂପଣ ପାଇଁ ନବଜାତକଙ୍କୁ ଅଣାଯିବ ଶିଶୁଭବନ । ଏନେଇ ଯାଜପୁର ସିଡିଏମଓ ସ୍ୱାସ୍ଥ୍ୟ ବିଭାଗକୁ ଚିଠି କରିଥିବା ସୂଚନା ଦେଇଛନ୍ତି । କ୍ରମୋଜୋମ ଷ୍ଟଡି ଓ ଅଲଟ୍ରାସାଉଣ୍ଡ କରି ଲିଙ୍ଗ ନିରୂପଣ କରାଯିବ ।

Advertisment

ତେବେ ଯାଜପୁର ମେଡିକାଲରେ ଏ ସବୁ ଟେଷ୍ଟିଂ ସୁବିଧା ନଥିବାରୁ କଟକ ସ୍ଥାନାନ୍ତର ପାଇଁ ସୁପାରିଶ କରିଥିବା ସେ କହିଛନ୍ତି । ସେପଟେ ନବଜାତକଙ୍କୁ ବାପାମାଆ ଗ୍ରହଣ ନକରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଘରୋଇ ମେଡିକାଲର ମାଲିକ । ସେ କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଲିଙ୍ଗ ବିଷୟରେ ନଜାଣିପାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ପରାମର୍ଶ ନେବାକୁ କହିଥିଲେ ।

ତେବେ ସେ ମଧ୍ୟ ଲିଙ୍ଗ ନିରୂପଣ ନକରିପାରି କଟକ ନେବାକୁ କହିଥିଲେ । ଡିଏଡବଲ୍ୟୁ ଓ ସଖୀ ଟିମ୍ ଆସିଥିଲେ, ରିପୋର୍ଟ ନେଇ ଯାଇଥିବାର ସେ କହିଛନ୍ତି । ସେପଟେ ଦଂପତ୍ତି ଚିକିତ୍ସା ପରେ ନବଜାତକଙ୍କୁ ଘରକୁ ନେଇଯାଇଥିବା ସେ କହିଛନ୍ତି ।

Advertisment

ସୂଚନା ଅନୁଯାୟୀ ଯାଜପୁର ଟାଉନର ଏକ ଘରୋଇ ନର୍ସିଂ ହୋମରେ ମଙ୍ଗଳବାର ଏକ ଶିଶୁ ଜନ୍ମ ହୋଇଥିଲା । ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କରିନଥିଲେ ପରିବାର ଲୋକେ । କାରଣ ନବଜାତ ସନ୍ତାନ ଥାର୍ଡ ଜେଣ୍ଡର ଭାବେ ଜନ୍ମ ହୋଇଥିଲା । ଡାକ୍ତରଙ୍କଠାରୁ ଏହା ଶୁଣିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ ।

ତେବେ ନବଜାତଟି ଥାର୍ଡ ଜେଣ୍ଡର ବା କିନ୍ନର ବୋଲି ଜଣାପଡିବା ପରେ ଗ୍ରହଣ କଲେନି ପରିବାର ଲୋକେ । ସ୍ୱାମୀ ଓ ଶ୍ୱଶୁର ଘର ଲୋକ ସନ୍ତାନଟିକୁ ପାଳନ କରିବାକୁ ଅନିଛା ପ୍ରକାଶ କରିଥିଲେ । ନିଜ ପାଖରେ ପିଲାଟିକୁ ରଖିବାକୁ ଚାହୁଁ ଥିଲେବି ପରିବାର ଲୋକ ରାଜି ହେଉ ନଥିବା ଶିଶୁର ମା ଅଭିଯୋଗ କରିଥିଲେ ।

ତେବେ ଯାଜପୁର କିନ୍ନର ସଂଘ ଏହି ଖବର ପାଇବା ପରେ ନବଜାତ ଶିଶୁର ମା କୁ ଭେଟିବା ସହ ସାନ୍ତ୍ୱନା ଦେବା ସହ ସାହାଯ୍ୟ କରିବାର ପ୍ରତିଶୃତି ଦେଇ ଯାଜପୁର ଜିଲ୍ଲାପାଳଙ୍କୁ ଭେଟି ପିଲାଟିର ମାକୁ ସହୟତା କରିବା ସହ ରକ୍ଷଣାବେକ୍ଷଣ କରିବା ଲାଗି ଦାବି କରିଥିଲେ ।

New Born Baby Gender Determination
Advertisment
Advertisment