Advertisment

ସନ୍ଧ୍ୟା ୫ଟା ଯାଏ କଟକଣା କୋହଳ, ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମିଳିଲା ଅନୁମତି

ଆଜି କେନ୍ଦୁଝରରେ ଜିଲ୍ଲା ପ୍ରଶାସନ ୧୪୪ ଧାରା କୋହଳ କରିଛି। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଏହି କଟକଣାକୁ କୋହଳ କରାଯାଇଛି। ଏହି ସମୟ ଭିତରେ ଲୋକେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Communal Clash In Joda

Communal Clash In Joda

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଉତ୍ତେଜନା ପ୍ରକାଶ ପାଇଛି। ଅଧିକ ଗଣ୍ଡଗୋଳ ଆଶଙ୍କାରେ ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ତେବେ ଅଞ୍ଚଳରେ ଧୀରେ ଧୀରେ ସ୍ୱାଭାବିକ ସ୍ଥିତି ଫେରୁଥିବା ଦେଖିବାକୁ ମିଳିଛି। 

Advertisment

ଆଜି ସହରରେ ଜିଲ୍ଲା ପ୍ରଶାସନ ୧୪୪ ଧାରା କୋହଳ କରିଛି। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଏହି କଟକଣାକୁ କୋହଳ କରାଯାଇଛି। ଏହି ସମୟ ଭିତରେ ଲୋକେ ନିଜ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ। ସନ୍ଧ୍ୟା ୫ଟାରୁ ସକାଳ ୧୦ଟା ଯାଏ ୧୪୪ ଧାରା ପୁଣି ବଳବତ୍ତର ରହିବ। ପରିସ୍ଥିତି ଦେଖି ଆସନ୍ତାକାଲି ପୁଣି ଯାହା କିଛି ନିଷ୍ପତ୍ତି ନିଆଯିବ। 

ଆଜି ୧୪୪ ଧାରା କୋହଳ ହେବା ପରେ ଦୋକାନ ବଜାର ଖୋଲିଛି। ଲୋକେ ଜିିନିଷ ପତ୍ର କିଣାକିଣି କରୁଥିବା ନଜର ଆସିଛି। ଅନ୍ୟପକ୍ଷେ, ଶାନ୍ତି ବଜାୟ ରଖିବା ପାଇଁ ସହରରେ ଏବେ ମଧ୍ୟ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ପରିସ୍ଥିତି ତଦାରଖ କରୁଛନ୍ତି। ଶାନ୍ତି ଫେରାଇ ଆଣିବା ପାଇଁ ସହଯୋଗ କରିବାକୁ ସାଧାରଣ ଲୋକଙ୍କୁ ପ୍ରଶାସନ ଆହ୍ୱାନ କରିଛି। 

Advertisment

ସୂଚନାଥାଉ କି, ରାମନବମୀ ଅବସରରେ ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା। ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ। କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ। କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ ବଜାର ଗଳିର ମୁସଲିମ କମ୍ୟୁନିଟିର କିଛି ଲୋକ ଏହାକୁ ବିରୋଧ କରିଥିଲେ, ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।

Communal Clash In Joda
Advertisment
Advertisment