ରାସ୍ତାକଡ଼ରେ ବାସିଖାଦ୍ୟର ପସରା ଧରିବାକୁ କେହିନାହିଁ..ଜିଲ୍ଲାରେ ନାହାନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ ।
ଅଭିଯୋଗ କଲେ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି ୭୦ ରୁ ଊର୍ଦ୍ଧ୍ୱ ଫ୍ୟାନ ଖରାପ ହୋଇଛି ।
ସ୍ଵାଧୀନତାର ସାତ ଦଶନ୍ଧି ବିତି ଯାଇଥିଲେ ମଧ୍ୟ ଅପହଞ୍ଚ ହୋଇ ରହିଛି ମୌଳିକ ସୁବିଧା । ଗାଁକୁ ଯିବାକୁ ହେଲେ ଗୋଡି ମାଟି ଘାଟି ରାସ୍ତା ଦେଇ ପ୍ରାୟ ୭ କିମି ଗଲେ ଜଙ୍ଗଲ ଭିତରେ ପଡେ ଏହି ଗାଁ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତ ଅନ୍ତର୍ଗତ ପୀଢପୋଖରୀ ଗାଁର କଥା...
ନାରାଦେଲେ ସୁରଭାଇ ପାଳି ଧରିବାକୁ କେହିନାହିଁ
ଆଜି ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ । ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି । ଗତକାଲି ହିଂସାକାଣ୍ଡ ଘଟଣାରେ ଆଉ ୬ଜଣ ଗିରଫ ହୋଇଛନ୍ତି ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆହୁରି ୪ ଦିନ ଲାଗି ରହିପାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସ୍ଥିତି। ୨୧ ତାରିଖ ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ।
ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।
ଖାଲି ପାଦରେ ପେନ୍ସନ୍ ପାଇଁ କୋଷେ ଦୂର ଚାଲି ଚାଲି ଯାଉଛନ୍ତି ବୃଦ୍ଧା । ପ୍ଲାଷ୍ଟିକ ଚୌକିଟିଏ ଭରସା ମାତ୍ର ।
ଆଡମିଶନ୍, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...
ଜରୁରୀ ସେବାରେ ବ୍ୟାଘାତ ନଘଟାଇବା ପାଇଁ ଲାଗୁ ହେଲା ଏସମା ।
ଓଡ଼ିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଶେଷ...ଏଥର ଆସିଛନ୍ତି ରେକର୍ଡ ସଂଖ୍ୟକ ଅତିଥି...
ଦିନେ ଅଭାବ ଅସୁବିଧାରେ ଥିଲେ ଓ ଦାନାଗଣ୍ଡେ ପାଇଁ ସଂଘର୍ଷ କରୁଥିଲେ । ଏବେ କିନ୍ତୁ ନିୟମଗିରି ପାଦଦେଶରେ କୁଟିଆ ଜନଜାତି ମହିଳାଙ୍କ ଜୀବନ ସାଜିଛି ଷ୍ଟ୍ରବେରୀ ଚାଷ
ହଇରେ ନାରଣ, ୟାର କ’ଣ କାରଣ …ଭାଇମାନେ କ’ଣ ମୁହଁ ଲୁଚେଇ ଚାଲିଛନ୍ତି…
ଆଜିକାଲି କର୍ମଚାରୀମାନଙ୍କୁ ଛୁଟି ଦେବା ନେଇ କର୍ପୋରେଟ୍ ଦୁନିଆ ପ୍ରାୟତଃ ଉଦାର ନୁହେଁ। ଗୋଟେ ଜରୁରୀ ଛୁଟି ପାଇଁ ବେଳେବେଳେ ତ ବସ୍ଙ୍କ ସହ ତେରିମେରି ବି ହୋଇଯାଏ। କିନ୍ତୁ ଏମିତି ଏକ କମ୍ପାନୀ ଜଣେ କର୍ମଚାରୀଙ୍କୁ ଏକ ବର୍ଷ ଛୁଟି ଦେଇଛି ତାହା ପୁଣି ପୂରା ଦରମା ସହିତ।
ବିଜୁ ବାବୁ ସେବା, ତ୍ୟାଗ ଏବଂ ଉତ୍କଳୀୟ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ ।
ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ଜଣଙ୍କୁ ଗିରଫ କରିଛି ପୋଲିସ ।
ରଥଯାତ୍ରା ପୂର୍ବରୁ ଏହାଶେଷ ପଇତାଲାଗି । ଚନ୍ଦନଯାତ୍ରା ପୂର୍ବରୁ ପ୍ରତିବର୍ଷ ପଇତାଲାଗି କରାଯାଇଥାଏ । ଏହି ନୀତି ଅତି ଗୁପ୍ତ ଭାବେ କରାଯାଇଥାଏ ।
ଅଲିଭ୍ ରିଡଲେ କଇଁଛଙ୍କର ନିଜ ଜନ୍ମସ୍ଥାନ କହିଲେ ସମୁଦ୍ର ବେଳାଭୂମି। ଏବେ ସମୟ ଆସିଛି... ଅଣ୍ଡାରୁ ଫୁଟି ବାହାରିବା ପରେ କୂଳରେ ବିଚରଣ କରୁଛନ୍ତି ଛୋଟ ଛୋଟ ଅଲିଭ ରିଡଲେ। ଦେଖନ୍ତୁ ଋଷିକୂଲ୍ୟା ବେଳାଭୂମିର କିଛି ଝଲକ୍...
ମାସେ ବ୍ୟାପୀ ବାଘ ଆତଙ୍କ ଭିତରେ ନୂଆପଡ଼ାରେ କାବୁ ହେଲା କଲରାପତରିଆ। ଅସୁସ୍ଥ ବାଘକୁ ନେଇ ଚିକିତ୍ସା କରୁଛି ବନ ବିଭାଗ, ସନ୍ ଷ୍ଟ୍ରୋକରୁ ମୁର୍ଛା ଯାଇଥିବା ଅନୁମାନ, ସେପଟେ ପୁଣି ଏକ ବାଛୁରୀ ଶିକାର ପରେ ସ୍ଥାନୀୟ ଲୋକଙ୍କ ଆଶଙ୍କା, ଅଛନ୍ତି ଆହୁରି ବାଘ।
ବିଦେଶରେ ଆଇଟିଆଇ ବ୍ୟବସ୍ଥା ଓ ସେଠାରୁ ଅଧିକ ଜ୍ଞାନକୌଶଳ ହାସଲ ଲାଗି ରାଜ୍ୟର ୫ ଜଣ ଛାତ୍ରଛାତ୍ରୀଙ୍କୁ ଦୁବାଇ ପଠାଉଛି ଇପିକଲ ସଂସ୍ଥା । ରାଜ୍ୟ ବୈଷୟିକ ଓ ଦକ୍ଷତା ବିକାଶ ବିଭାଗ ପିଲାଙ୍କ ନା ମନୋନୀତ କରିଛି । ତେବେ ସେଇ ତାଲିକାରେ ମାଲକାନଗିରିର ବଣ୍ଡା ଛାତ୍ରୀ ବୁଦ୍ରୀ କିର୍ସାନୀ ସାମିଲ ହୋଇଥିବାରୁ ତାକୁ ନେଇ ବେଶ ଖୁସି ବୁଦ୍ରୀ ।
ନୂଆପଡ଼ାରେ ବାଘ ଆତଙ୍କ ଭିତରେ କାବୁ ହେଲା କଲରାପତରିଆ । ବନ ବିଭାଗ ଜାଲରେ ଧରାପଡ଼ିଲା ଶିକାରୀ ବାଘ । ନୂଆପଡ଼ା ଜିଲ୍ଲାର ତିନିଟି ରେଞ୍ଜ୍ ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ବାଘ ଭୟ ।
କାଲି ଭଳି ଆଜି ବି ସକାଳେ ଓ ଅପରାହ୍ଣରେ ୨ ଘଣ୍ଟା ଲେଖାଏଁ କୋହଳ ହୋଇଥିଲା କଫ୍ୟୁ । ତା’ପରଠୁ କିନ୍ତୁ କଡ଼ା ପହରା । ଲକ୍ଷ୍ମୀ ଟକିଜ ଛକରୁ ଗେଇଟି ଟକିଜ ରୋଡ୍, ଗୋଲବଜାର ଛକରୁ ଭିଏସଏସ୍ ମାର୍ଗ ।
୧୬ ତାରିଖ ଅର୍ଥାତ୍ ଆଜି ଯାଏଁ ରାଜ୍ୟର ସବୁ ସ୍କୁଲଗୁଡ଼ିକ ଛୁଟି ରହିବା ନେଇ କୁହାଯାଇଥିଲା । ସ୍କୁଲ୍ ସମେତ ଅଙ୍ଗନବାଡ଼ି କେନ୍ଦ୍ର ବି ବନ୍ଦ ରହିଥିଲା ।
ପରିସ୍ଥିତି ସ୍ୱାଭାବିକ ହେଲେ କର୍ଫ୍ୟୁ କୋହଳ ଉପରେ ଚିନ୍ତା କରାଯିବ ବୋଲି କହିଲେ ସମ୍ବଲପୁର ଏସପି ବି ଗଙ୍ଗାଧର ।