/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681704536.jpg)
Sambalpur violence
ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିଲେ ସୁଦ୍ଧା ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରହିବ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବୃଦ୍ଧି କରାଯାଇଛି ।
ସେପଟା ହିଂସା (Sambalpur Violence) ଘଟଣାରେ ଗିରଫଦାରୀ ସଂଖ୍ୟା ଆଉ ୬କୁ ବୃଦ୍ଧି ପାଇଛି । ୧୨ ତାରିଖ ପଥରମାଡ଼ ପାଇଁ ୩ ଗିରଫ ହୋଇଥିବାବେଳେ ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଗିରଫ ହୋଇଛନ୍ତି । ଏହି ୬ ଗିରଫଙ୍କୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି। ହିଂସାକାଣ୍ଡ ସମୟର ସିସିଟିଭି ଫୁଟେଜକୁ ନେଇ ଛାନଭିନ ଚଳାଇଛି ସମ୍ବଲପୁର ପୋଲିସ ।
#ସମ୍ବଲପୁର_ହିଂସା_ଆଉ_୬ଗିରଫ
ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କଲା ପୋଲିସ । ୧୨ ତାରିଖ ପଥରମାଡ଼ ପାଇଁ ୩, ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଗିରଫ । ଏଯାବତ୍ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବଢ଼ିଲା#Sambalpur#OTV#Odishapic.twitter.com/XqZS3N1DcV— ଓଟିଭି (@otvkhabar) April 17, 2023
ଅନ୍ୟପଟେ ସମ୍ବଲପୁର ରେ ଆଜିଠୁ କର୍ଫ୍ୟୁ କୋହଳ ହୋଇଛି। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା, ତାର ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି ।
#ସମ୍ବଲପୁର_ସହରରେ_କର୍ଫ୍ୟୁ_କୋହଳ
ସକାଳ ଓ ଅପରାହ୍ନର କର୍ଫ୍ୟୁ କୋହଳ,ସମୟ ଅବଧି ବୃଦ୍ଧି । ସକାଳ ୭.୩୦ରୁ ୧୧.୩୦ ଓ ଅପରାହ୍ନ ୩.୩୦ରୁ ସଂଧ୍ୟା ୬ ଯାଏଁ କୋହଳ । ସାଧାରଣ ଜୀବନଯାତ୍ରାକୁ ଦେଖି ସମ୍ବଲପୁର ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । #Sambalpur#OTVpic.twitter.com/QZkc1zXLlR— ଓଟିଭି (@otvkhabar) April 17, 2023
ସକାଳ ସାଢ଼େ ୭ରୁ ସାଢ଼େ ୧୧ ଏବଂ ଅପରାହ୍ନରେ ସାଢ଼େ ୩ଟାରୁ ସଂଧ୍ୟା ୬ଟା ଯାଏଁ କର୍ଫ୍ୟୁକୁ କୋହଳ କରାଯାଇଛି। ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)