/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681698010.jpg)
Lord Jagannath
ଆଜି ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି ଯୋଗୁଁ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ବୈଶାଖ-କୃଷ୍ଣ ଦ୍ୱାଦଶୀ ତିଥିରେ ଏହି ନୀତି ହୋଇଥାଏ । ରଥଯାତ୍ରା ପୂର୍ବରୁ ଏହାଶେଷ ପଇତାଲାଗି । ଚନ୍ଦନଯାତ୍ରା ପୂର୍ବରୁ ପ୍ରତିବର୍ଷ ପଇତାଲାଗି କରାଯାଇଥାଏ । ଏହି ନୀତି ଅତି ଗୁପ୍ତ ଭାବେ କରାଯାଇଥାଏ ।
Advertisment
ଦଇତାପତି ସେବକଙ୍କ ଦ୍ୱାରା ଏହି ନୀତି ସଂପନ୍ନ କରାଯାଇଥାଏ । ଏଣୁ ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଶେଷ ହେବାପରେ ପ୍ରାୟତଃ ସାନ୍ଧ୍ୟ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ନୀତି ସଂପନ୍ନ କରାଯିବ । ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି । ସେହି ସମୟରେ ଶ୍ରଦ୍ଧାଳୁମାନେ ବେଢାରେ ଦେବଦେବୀଙ୍କର ଦର୍ଶନ କରିପାରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)