Advertisment

ଓଟିଭି କେୟାର୍ସ ପକ୍ଷରୁ ଡାଟା ଏଣ୍ଟ୍ରି ପାଇଁ କାଉନସେଲିଂ, ମେ ୧ରୁ କୋର୍ସ ଆରମ୍ଭ

ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ବହନ କରିବ OTV Cares...

author-image
Chandan Shishu
ଅଦ୍ୟତନ ହୋଇଛି
OTV Cares

OTV Cares

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଓଟିଭି କେୟାର୍ସ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଫଳତାର ସହ ଆରମ୍ଭ ହୋଇଛି। ଯୁବତୀଙ୍କୁ ସିଲେଇ-ଡିଜାଇନିଂ-ବ୍ୟୁଟିସିଆନ୍‌, ହୋମ୍‌ ନର୍ସିଂ ଓ ଡାଟା ଏଣ୍ଟ୍ରି ଭଳି ଧନ୍ଦାମୂଳକ ଶିକ୍ଷାର ମାଗଣା ଟ୍ରେନିଂ ଦିଆଯିବ। ୧୮ରୁ ଉର୍ଦ୍ଧ୍ୱ ବୟସର ଶତାଧିକ ପ୍ରାର୍ଥୀ ପ୍ରତ୍ୟେକ ବିଭାଗ ପାଇଁ ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ରେ ଆବେଦନ କରିଥିଲେ। ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୫ ତାରିଖ ଥିଲା।

Advertisment

ବିଶେଷକରି ପ୍ରାର୍ଥୀ ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥିବା ଦରକାର। ପିତାଛେଉଣ୍ଡ ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ଏହି ଶିକ୍ଷା ପାଇଁ ଆଡମିଶନ୍‌, କୋର୍ସ ଫି, ହଷ୍ଟେଲ ସୁବିଧା ନିମନ୍ତେ ସମସ୍ତ ଅର୍ଥ ଓଟିଭି କେୟାର୍ସ ବହନ କରିବ।

CSR Initiative under OTV Cares(CSR Initiative under OTV Cares)

ଆଜିଠୁ ଆରମ୍ଭ ହୋଇଛି ଡାଟା ଏଣ୍ଟ୍ରି ପାଇଁ ପ୍ରଥମ କାଉନସେଲିଂ। ଏହି କାର୍ଯ୍ୟକ୍ରମରେ ହ୍ୟୁମାନ ଲାଇଫ୍‌ ସେଣ୍ଟରର ଡାଇରେକ୍ଟର ଫାଦର୍ ଜେରମ୍‌ ସିକ୍ୱେରିଆ, OTVର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା, ଓ CSR ଟିମ୍‌ ଉପସ୍ଥିତ ଥିଲେ। ଏଥିରେ ପିଲାଙ୍କ Course Clarification, About the Organisation, Moto of CSR Project ଓ Doubt Clearing Class କରାଯାଇଥିଲା। ଆସନ୍ତା ମେ ୧ରୁ Data Entry କୋର୍ସ ଆରମ୍ଭ ହେବ।

Advertisment

ସବୁ ବିପତ୍ତି ବେଳେ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହୋଇଛି ଓଟିଭି । ବିପନ୍ନଙ୍କୁ ବଢ଼ାଇ ଦେଇଛି ସହାୟତାର ହାତ। ଓଟିଭି କେୟାର୍ସ ମାଧ୍ୟମରେ ବନ୍ୟାରେ ପ୍ରପୀଡ଼ିତଙ୍କୁ ରିଲିଫ୍ କିଟ୍ ଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏପରିକି ଲକ୍‌ଡାଉନ୍‌ ସମୟରେ କରୋନା ରୋଗୀଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଓଟିଭି କେୟାର୍ସ। ସେହି ଧାରାକୁ ବଜାୟ ରଖି ଓଟିଭି କେୟାର୍ସ ଆଉ ଏକ ପ୍ରୟାସ ଆରମ୍ଭ କରିଛି।

Otv CSR OTV Cares
Advertisment
Advertisment