• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସୁନା ପ୍ରତି ପ୍ରାୟ ସମସ୍ତଙ୍କ ଦୁର୍ବଳତା ରହିଛି । ବିଶେଷକରି ମହିଳାମାନଙ୍କର ତ ସୁନା ଅଧିକ ପସନ୍ଦ । ଗହଣାରେ ସଜେଇ ହେବାକୁ ମହିଳାମାନଙ୍କୁ ଅଧିକ ପସନ୍ଦ ଆସିଥାଏ । ଆଉ ଯଦି ସେହି ସୁନାକୁ ନେଇ କୌଣସି ଖବର ସାମ୍ନାକୁ ଆସେ ତେବେ ସେହି ଖବରକୁ ଜାଣିବାକୁ ସମସ୍ତେ ଇଚ୍ଛୁକ ରହିଥା’ନ୍ତି । ବର୍ତ୍ତମାନ ସେହିଭଳି ଏକ ଖବର ସାମ୍ନାକୁ ଆସିଛି । ଏକ ଜଙ୍ଗଲର ସବୁଆଡ଼େ ସୁନା ବିଛାଡ଼ି ହୋଇପଡ଼ିଥିବା ପରି ଦେଖିବାକୁ ମିଳିଛି ।

ପେରୁରେ ସୁନାଖଣି ରହିଥିବା ନେଇ ପ୍ରାୟ ସମସ୍ତେ ଜଣନ୍ତି । ପୂରା ଦୁନିଆ ପେରୁର ସୁନାଖଣି ଉପରେ କିଛିନା କିଛି ନିଶ୍ଚୟ ଜାଣିଥିବେ । ହେଲେ ଜଙ୍ଗଲରେ ସୁନାଖଣ୍ଡ ପଡ଼ିଥିବା ନେଇ କେହି ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ସେହି ଜଙ୍ଗଲ ବିଷୟରେ ।

ଅଧିକ ପଢ଼ନ୍ତୁ: ବୈଜ୍ଞାନିକଙ୍କ ଖୋଜ୍, ଏମିତି ହେବ ପୃଥିବୀର ଅନ୍ତ

ଏପରି ଏକ ଘଟଣା ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ୍‌ (ISS)ରୁ ଆସିଛି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ପେରୁର ଆମାଜନ ଘନ ଜଙ୍ଗଲ ଉପରେ ପଡ଼ୁଥିବା ସୂର୍ଯ୍ୟଙ୍କ ସୁନେଲି କିରଣ ଏହିପରି ଦିଶୁଥାବା କୁହାଯାଇଛି ।

ଆମେ ଏଠାରେ କହିରଖିବୁ ଯେ, ଏହି ଘଟଣା ଡିସେମ୍ବର ୨୪ ତାରିଖ ୨୦୨୦ର । ଏକ ଅନ୍ତରୀକ୍ଷ ଯାତ୍ରୀ ପୂର୍ବ ପେରୁରେ ଖଣ୍ଡଖଣ୍ଡ ସୁନାରେ ଭରିଥିବା ସୂଚନା ଦେଇଥିଲେ ।

ପେରୁ ବିଶ୍ୱର ଷଷ୍ଠ ବୃହତ୍ତମ ସୁନା ଖଣି । ଏହି ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବାର ମୁଖ୍ୟ କାରଣ ହେଉଛି ଖଣି । ସୁନା ଉତ୍ତୋଳନ ପ୍ରକ୍ରିୟାରୁ ମର୍କୁର ପ୍ରଦୂଷଣର କାରଣ ହୋଇପାରେ । ତଥାପି ହଜାର ହଜାର ଲୋକ ଏହି ପଞ୍ଜୀକୃତ ଖଣିରୁ ରୋଜଗାର କରନ୍ତି ।