• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଗରମରେ ଆଉଟପାଉଟ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । ୫ ମହଲା ବିଶିଷ୍ଟ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶତାଧିକ ଫ୍ୟାନ ମାସମାସ ଧରି ଅଚଳ ହୋଇଛି । ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଏଭଳି ସମୟରେ ରୋଗୀ ଗରମରେ ସଡି ସୁସ୍ଥ ହେବା ବଦଳରେ ଅସୁସ୍ଥ ହେଉଛନ୍ତି ।

ଅଭିଯୋଗ କଲେ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି ୭୦ରୁ ଊର୍ଦ୍ଧ୍ୱ ଫ୍ୟାନ ଖରାପ ହୋଇଛି । ୭ ଦିନ ଭିତରେ ଅଚଳ ଫ୍ୟାନକୁ ସଚଳ ନକଲେ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ନୂତନ ଫ୍ୟାନ ଲଗାଯିବ ।

ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କ’ଣ ନୂଆ ନିୟମ ?

ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ଲାଗି ଆସୁଥିଲେ ଗରମରୁ ବର୍ତ୍ତିବାଲାଗି ରୋଗୀ ବା ସମ୍ପର୍କୀୟଙ୍କୁ ନିଜ ଉଦ୍ୟମରେ ଫ୍ୟାନ କିଣି ଆଣିବାକୁ ପଡିବ । ଚିକିତ୍ସା ଲାଗି ଆସୁଥିବା କେତେକ ରୋଗୀ ନୂଆ ଫ୍ୟାନ କିଣି ଆଣୁଛିତ ଆଉ କିଏ ଘରୁ ଫ୍ୟାନ ଆଣି ଲଗାଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ।

ଅଧିକ ପଢ଼ନ୍ତୁ: ବିଜୁଳିକାଟ୍‌ର ବିକଳ ଚିତ୍ର; ଗାଁଠୁ ସହର ସବୁଠି ଲୋକେ କଲବଲ

ମାସ ମାସ ହେବ ୫ ମହଲା ବିଶିଷ୍ଟ ମାତୃତ୍ୱ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକାଥରକେ ଶତାଧିକ ଫ୍ୟାନ ଅଚଳ ହୋଇପଡିଛି । ତଳ ତାଲାରୁ ଉପର ତାଲା ଶିଶୁ ୱାର୍ଡ ଯାଏ ଫ୍ୟାନ ଖୋଲା ହୋଇଯାଇଛି ଏହାର ମରାମତି ଲାଗି ନେଇଥିବା ସଂସ୍ଥା ଅସହ୍ୟ ଗରମରେ ବି ମରାମତି କରୁନାହିଁ । ଯାହା ଫଳରେ ପ୍ରସୂତି ଓ ଶିଶୁ ରୋଗୀ ଅସହ୍ୟ ଗରମରେ ଆଉଟପାଉଟ ହେଉଛନ୍ତି । ଏହାର ସମଧାନ ଲାଗି ରୋଗୀ ବା ସମ୍ପର୍କୀୟ ଅଭିଯୋଗ କଲେ ନିଜେ ଫ୍ୟାନ କିଣି ଆଣି ଲଗାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ପରାମର୍ଶ ଦେଉଥିବା ରୋଗୀ ଅଭିଯୋଗ କରିଛନ୍ତି ।

ଯାଜପୁର ସଦରମହକୁମା ଚିକିତ୍ସାଳୟ ଉପରେ ଯାଜପୁର ଭଦ୍ରକ ଓ କେନ୍ଦ୍ରାପଡା ଅଂଚଳର ରୋଗୀ ନିର୍ଭର କରୁଥିବାବେଳେ ଏଠାରେ ମେଡିକାଲ କଲେଜ ନିର୍ମାଣଧୀନ ହେଉଛି । ମେଡିକାଲ ୫ଟି ଅଧୀନରେ ଯାଉଥିବାବେଳେ ସଦର ମହକୁମା ଚିକିତ୍ସାଳୟରେ ଡାକ୍ତର ଅଭାବ ସାଙ୍ଗକୁ ପାଣି ଅଭାବ ମଧ୍ୟ ଲାଗି ରହିଛି ।

ପୁଣି ଅସହ୍ୟ ଗ୍ରୀଷ୍ମରେ ଠିକାସଂସ୍ଥାକୁ ଅନୁକମ୍ପା ଦେଖାଇ ଲାଭ ଦେବା ଲାଗି ରୋଗୀଙ୍କୁ ହନ୍ତସନ୍ତ କରିବା ୫ଟି ନାମରେ ବାହାଷ୍ପୋଟ ବୋଲି ନିଜ ପୁଅକୁ ଚିକିତ୍ସା ଲାଗି ଆଣିଥିବା ଅବସର ପ୍ରାପ୍ତ ସୈନିକ ଅଭିଯୋଗ ଆଣିଛନ୍ତି । ସେପଟେ ଏନେଇ ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଫ୍ୟାନ ଓ ଏସି ମରାମତି ଲାଗି ଠିକା ନେଇଥିବା ସଂସ୍ଥାକୁ ଡକାଯାଇଛି । ଆଗାମୀ ସପ୍ତାହ ମଧ୍ୟରେ ସମସ୍ତ ଫ୍ୟାନ ଓ ଏସି ମରାମତି କରାଯିବ ।

ସରକାରୀ ମେଡିକାଲରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ଓ କିଭଳି ବିକାଶ ନାମରେ ଠିକାଦାରୀ ପ୍ରୀତି ରେ ରୋଗୀ ହନ୍ତସନ୍ତ ହେଉଛନ୍ତି ଏହା ଉଦାହରଣ ପାଲଟିଛି ।

  • Reported by:
  • Sanjeeb Nayak