Advertisment

ସୁଧୁରୁଛି ସ୍ଥିତି; ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ ।

author-image
Manoranjan Behera
ଅଦ୍ୟତନ ହୋଇଛି
Sambalpur Violence

Curfew Relaxation

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦର୍ଶାଇ କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ। କର୍ଫ୍ୟୁ କୋହଳ ଅବଧିକୁ ବୃଦ୍ଧି କରାଯାଇଥିବା କହିଛନ୍ତି ସମ୍ବଲପୁର ଜିଳ୍ଲାପାଳ ଅନନ୍ୟା ଦାସ। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୋହଳ ହେବ କର୍ଫ୍ୟୁ। ସେହିପରି ଅପରାହ୍ନରେ ସାଢେ ୩ଟାରୁ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ କୋହଳ କରାଯାଇଛି। ଆସନ୍ତାକାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିଲେ ସୁଦ୍ଧା ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ ରହିବ । ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସୋସିଆଲ ମିଡିଆ ଅପବ୍ୟବହାର ଆଶଙ୍କାରେ କଟକଣା ବୃଦ୍ଧି କରାଯାଇଛି।

ସେପଟା ହିଂସା (Sambalpur Violence) ଘଟଣାରେ ଗିରଫଦାରୀ ସଂଖ୍ୟା ଆଉ ୬କୁ ବୃଦ୍ଧି ପାଇଛି । ୧୨ ତାରିଖ ପଥରମାଡ଼ ପାଇଁ ୩ ଗିରଫ ହୋଇଥିବାବେଳେ ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଗିରଫ ହୋଇଛନ୍ତି । ଏହି ୬ ଗିରଫଙ୍କୁ ମିଶାଇ ମୋଟ ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି। ହିଂସାକାଣ୍ଡ ସମୟର ସିସିଟିଭି ଫୁଟେଜକୁ ନେଇ ଛାନଭିନ ଚଳାଇଛି ସମ୍ବଲପୁର ପୋଲିସ ।

Advertisment

ଅନ୍ୟପଟେ ସମ୍ବଲପୁରରେ ଆଜିଠୁ କର୍ଫ୍ୟୁ କୋହଳ ହୋଇଛି। ସମ୍ବଲପୁର ସହରରେ ସ୍ଥିତିରେ ସୁଧାର ଆସୁଥିବା ଦେଖି ଲାଗୁ ହୋଇଥିବା କର୍ଫ୍ୟୁକୁ ପୁଣି କୋହଳ କରିଛି ଜିଲ୍ଲା ପ୍ରଶାସନ । ସକାଳେ ଏବଂ ଅପରାହ୍ନରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପୂର୍ବରୁ ଯେଉଁ ୨ ଘଣ୍ଟିଆ କୋହଳ କରାଯାଇଥିଲା, ତାର ସମୟ ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି ।

Curfew
Advertisment
Advertisment