• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅସହ୍ୟ ତାତିରେ ଆଉଟୁ ପାଉଟୁ ରାଜଧାନୀ ଭୁବନେଶ୍ୱର । ଏଭଳି ସମୟରେ ସବୁଠି ଖୋଜାପଡେ ପାନୀୟ ଜଳ । ରାଜଧାନୀବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ଲାଗି ହୋଇଥିଲା ୱାଟର ଏଟିଏମ ବ୍ୟବସ୍ଥା । ତେବେ ଖରାଦିନେ ଏହି ୱାଟର ଏଟିଏମ୍ କାମ କରୁଛି ତ ?

ରାଜଧାନୀରେ ଲୋକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିବା ୱାଟର ଏଟିଏମ (Water ATM )ର ଅବସ୍ଥା । ବର୍ଷ ବର୍ଷ ଧରି ଅନେକ ସ୍ଥାନରେ ଖତ ଖାଇଲାଣି ୱାଟର ଏଟିଏମ । କେଉଁଠି ୱାଟର ଏଟିଏମରେ ଲୋକେ କଏନ ଭର୍ତ୍ତି କରିଦେଉଛନ୍ତି, କଏନ ରହିଯାଉଛି, ହେଲେ ପାଣି ବାହାରୁନି । କଳ୍ପନା ଛକ ହେଉ ଅବା ରାଜମହଲ, ଅବା ସଂଗୀତ ମହାବିଦ୍ୟାଳୟ ସାମ୍ନା କିମ୍ବା କେଶରୀ ସିନେମା ହଲ । ସବୁଠି ଅଚଳ ହୋଇପଡିଛି ୱାଟର ଏଟିଏମ ।

ଅଧିକ ପଢ଼ନ୍ତୁ: ଯାଜପୁର ମୁଖ୍ୟ ଚିକିତ୍ସାଳୟର ଏ କି ଅବସ୍ଥା ? ଗରମରେ ଆଉଟୁପାଉଟୁ ରୋଗୀ, ସମ୍ପର୍କୀୟ ଘରୁ ଆଣୁଛନ୍ତି ଫ୍ୟାନ୍‌

ଗୋଟିଏ ୱାଟର ଏଟିଏମ ପିଛା ଖର୍ଚ୍ଚ ହୋଇଥିଲା ପାଖାପାଖି ୧୦ ଲକ୍ଷ ଟଙ୍କା । ୪୦ଟି ୱାଟର ଏଟିମ ସହରର ବିଭିନ୍ନ ସ୍ଥାନରେ ଲାଗିଲା। ସହରବାସୀ ଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ବିଏମସି ଚୁକ୍ତିବଦ୍ଧ ବୋଲି ୨୦୧୮ରେ କହିଲା। ହେଲେ ପ୍ରଥମେ ପ୍ରଥମେ ଠିକଠାକ ଚାଲିଲା, ତାପରେ କିଛି ମାସ ପରେ ସବୁ ବନ୍ଦ। ଖାଲି ସେତିକି ନୁହେଁ। ୱାଟର ଏଟିଏମ ଫେଲ ମାରିବା ପରେ ଏବେ ବିଭିନ୍ନ ଛକରେ ବିଏମସି ପକ୍ଷରୁ ଥଣ୍ଡା ପାନୀୟ ଜଳ ପାଇଁ ଷ୍ଟାଣ୍ଡ କରାଯାଇଛି ।

ହେଲେ କେଉଁଠି ଷ୍ଟାଣ୍ଡ ଅଛି, ପାଣି ଟାଙ୍କି ବି ଅଛି ହେଲେ ପାଣି ସଂଯୋଗୀକରଣ ହୋଇନାହିଁ। ଜୟଦେବ ଭବନଠାରେ ଥିବା ଥଣ୍ଡା ପାନୀୟ ଜଳ ଷ୍ଟାଣ୍ଡ ପାଖକୁ ଆସି ଲୋକେ ନିରାଶ ହେଉଛନ୍ତି ।

ସେପଟେ ୱାଟର ଏଟିଏମ ବିଫଳତା ନେଇ ବିଏମସି ପାଖରେ ଉତ୍ତର ନାହିଁ । ପ୍ରଚଣ୍ଡ ଖରାକୁ ଦେଖି ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା ପାଇଁ ବିଏମସି ଘୋଷଣା କରିଛି । ହେଲେ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା ନକରି ବିଭିନ୍ନ ସଂସ୍ଥା ସହାୟତାରେ ଅସ୍ଥାୟୀ ଜଳଛତ୍ର ଖୋଲାଯାଇଛି । ଏନେଇ ବିରୋଧୀ କର୍ପୋରେଟର କହିଛନ୍ତି, ଅସହ୍ୟ ଖରାରେ କାହିଁକି ଅଚଳ ୱାଟ ଏଟିଏମକୁ ସଚଳ କରାଯାଉ ନାହିଁ। ସେପଟେ ଶାସକ ଦଳର କର୍ପୋରେଟରଙ୍କ କହିବା ଅନୁଯାୟୀ, ଖରାକୁ ଆଖି ଆଗରେ ରଖାଯାଇ ସମସ୍ତ ବ୍ୟବସ୍ଥା କରାଯାଉଛି ।

ସହରରେ କେବଳ ୱାଟକୋ ପକ୍ଷରୁ ଲଗାଯାଇଥିବେ କେତେକ ପାନୀୟ ଜଳ ଷ୍ଟାଣ୍ଡ ସଚଳ ରହିଥିବା ବେଳେ ଆଉସବୁ ଅଚଳ । ଖରାଦିନରେ କିଭଳି ଶୋଷ ମେଣ୍ଟାଉଛନ୍ତି ପଥଚାରୀ, ତାହା ଏଥିରୁ ଅନୁମେୟ।

  • Reported by:
  • BIBARTAN PANDA , CHANDAN PAIKRAY