ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି
ରାଜ୍ୟରେ ଚାଲିଥିବା ଓବିସି ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି।
ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି ।
ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?
ଜମି କିଣାବିକାରେ ବଦଳିଲା ନିୟମ । ଏଣିକି ଜମି ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ଅନଲାଇନ ସ୍ଲଟ୍ ବୁକିଂ । ବିନା ସ୍ଲଟ ବୁକିଂରେ ହୋଇ ପାରିବନି ଜମି କିଣାବିକା । ଇନସ୍ପେକ୍ଟର ଜେନେରାଲ ଅଫ ରେଭେନ୍ୟୁ ପକ୍ଷରୁ ପ୍ରକାଶିତ ହୋଉଛି ଏହି ବିଜ୍ଞପ୍ତି।
ଜମିଜମା ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ହେଲା ଅନଲାଇନ ସ୍ଲଟ ବୁକିଂ । ଯେଉଁ ସମୟ ପାଇଁ ସ୍ଲଟ୍ ନେଇଥିବେ ସେଇ ସମୟରେ ରେଜିଷ୍ଟାର ଅଫିସରେ ହୋଇପାରିବ ବିକ୍ରିଖର୍ଦ୍ଦି, ଇଣ୍ଟରନେଟ୍ କାମ କରୁନଥିବା ଅଞ୍ଚଳରେ କେମିତି କାମ କରିବ ବ୍ୟବସ୍ଥା ଉଠିଲା ପ୍ରଶ୍ନ
ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।
ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।
ଟ୍ରାଫିକ ନିୟମ ଭାଙ୍ଗିବା ପରେ ଯେଉଁମାନେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ।
ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ି ରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ୭ ଦିନ ମଧ୍ୟରେ ଗାଡ଼ି ମାଲିକ ନିଜ ଅକ୍ତିଆରକୁ ଗାଡ଼ିକୁ ନେବା ଲାଗି ନୋଟିସ୍ ଦିଆଯାଇଛି ।
ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଶେଷ ହେଉଛି, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାପରି ମଉଳୁଛି କୋରାପୁଟରେ ମଡେଲ ଡିଗ୍ରୀ କଲେଜର ସ୍ୱପ୍ନ...
ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...
ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ସ୍ଥାୟୀ ନିଯୁକ୍ତ ହେବେ ଲାଇଫଗାର୍ଡ । କାହା ସହ ଖେଳୁଛନ୍ତି ସରକାର ? ଲାଇଭଗାର୍ଡ ନା ପର୍ଯ୍ୟଟକ
ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ ସମଗ୍ର ବିଶ୍ୱ ବିଶ୍ୱାସ କରେ। ସେ ୨୦୨୩ ପାଇଁ କରିଥିଲେ ଅନେକ ଭବିଷ୍ୟବାଣୀ। ସେଥିରୁ କେତେ ସତ ମଧ୍ୟ ହୋଇଛି। ଆହୁରି ୬ ମାସ ଭିତରେ ରହିଛି ଅନେକ ଭୟଙ୍କର ଭବିଷ୍ୟବାଣୀ। ଭାରତ ପାଇଁ କରିଥିବା ଭବିଷ୍ୟବାଣୀ ମଧ୍ୟ ସତ ହୋଇଛି।
ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି ।
ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମାନ ପରଖିବାକୁ ଦେଶବ୍ୟାପୀ ଆରମ୍ଭ ହେବ ଯାଞ୍ଚ୍ ପ୍ରକ୍ରିୟା । ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦରେ ଅପମିଶ୍ରମଣ ରୋକିବା ତଥା ଏହାର ମାନକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ FSSAI ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ଏହି ନମୁନା ଯାଞ୍ଚ ସର୍ଭେ ।
କଟକ ସହରର ଅନ୍ୟତମ ଲାଇଫଲାଇନ୍ କାଠଯୋଡ଼ି ଏବେ ବିଷାକ୍ତ । କାରଣ ବର୍ଷ ତମାମ ଏ ନଦୀରେ ମିଶୁଛି ସହର ଯାକର ଆବର୍ଜନା ପାଣି । ଲୋକେ ହେଉଛନ୍ତି ରୋଗାକ୍ରାନ୍ତ ।
ସରପଞ୍ଚ ବନାମ ବିଡିଓ ଜନ ପ୍ରତିନିଧି-ପ୍ରଶାସନିକ ଅଧିକାରୀ ତୁତୁ ମେଁମେଁ । ଜନ ପ୍ରତିନିଧି ବନାମ ପ୍ରଶାସନିକ ଅଧିକାରୀ । ମାଲକାନଗିରିରେ ବିଡିଓ ଓ ସରପଂଚଙ୍କ ମଧ୍ୟରେ ବଢୁଛି ବିବାଦ।
ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ?
କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।
ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ
ସ୍କୁଲ୍ ଛାଡ଼ି DEO ଅଫିସରେ ଶିକ୍ଷକଙ୍କ ଫାଇଲ ଚାଷ.. ପଚାରିଲାରୁ ରାଗିଗଲେ
କଲବଲ କରୁଛି ତାତି..ଏମିତି ସ୍ଥିତିରେ ପିଇବାକୁ ପାନୀୟ ଜଳ ନାହିଁ । ଚୁଆ ପାଣି ସାଜିଛି ସାହାରା..
ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ