• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କେଵେ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ହେଵେ ?

ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ନିଯୁକ୍ତ ହେବେ ସ୍ଥାୟୀ ଲାଇଫଗାର୍ଡ ? ପର୍ଯ୍ୟଟନ ବିଭାଗ ପକ୍ଷରୁ ୩୦୦ ଲାଇଫଗାର୍ଡ ଟ୍ରେନିଂ ନେବେ । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିବ କୁହାଯାଇଛି । କିନ୍ତୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ, ଲାଇଫଗାର୍ଡ ନିଯୁକ୍ତି ହେଉନାହାନ୍ତି, ଫଳରେ ବେଳାଭୂମିରେ ବାରମ୍ବାର ଘଟୁଛି ଦୁର୍ଘଟଣା ।

ଶ୍ରୀଗୁଣ୍ଡିଚା ଯାତ୍ରାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଜମିବ ଶ୍ରୀକ୍ଷେତ୍ରରେ । ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ସମୁଦ୍ର ସ୍ନାନର ମଜା ନେଇଥାନ୍ତି ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ । କିନ୍ତୁ ଲାଇଫଗାର୍ଡ ନିଯୁକ୍ତିରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।

ବର୍ଷ ୨୦୧୧ରେ ୧୦୦ଜଣ ଲାଇଫଗାର୍ଡଙ୍କୁ ଟ୍ରେନିଂ ପରେ ନିଯୁକ୍ତି ମିଳିଥିଲା । ସେତେବେଳେ ୧୦୦ରୁ ୭୫ଜଣ ଟ୍ରେନିଂ ନେଇଥିଲେ । ଏହ ଭିତରେ ୧୨ ବର୍ଷ ବିତି ଗଲାଣି କିନ୍ତୁ ୧୨ବର୍ଷରେ ୧୨ଜଣଙ୍କୁ ନିଯୁକ୍ତି ମିଳିନି ।

୭କିଲୋମିଟର ଦୀର୍ଘ ବେଳାଭୂମିରେ ୩୦୦ ଲାଇଫଗାର୍ଡ ଆବଶ୍ୟକ ଥିବା ଟୁର୍ ଅପେରେଟର ଆସୋସିଏସନ ଓ ଲାଇଫଗାର୍ଡ ମହାସଂଘ ଦାବି କରିଥିବା ବେଳେ, ପର୍ଯ୍ୟଟକମାନେ ମଧ୍ୟ ଲାଇଫଗାର୍ଡ ଆବଶ୍ୟକତା ଥିବା କହିଛନ୍ତି ।

ଗତ ମାସ ୩ ଓ ୪ତାରିଖରେ ପୁରୀ ସମୁଦ୍ରରେ ଅଘଟଣ ଦୁଇ ଦୁଇଟି ଅଘଟଣ ଘଟିଛି । ଗୋଟିଏ ଅଘଟଣରେ ବାପ ପୁଅଙ୍କର ଜୀବନ ଯାଇଥିବା ବେଳେ ଆଉ ଏକ ଅଘଟଣରେ ଦୁଇ ସାଙ୍ଗଙ୍କର ଜୀବନ ଯାଇଛି । ଫଳରେ ଏଠି ପ୍ରଶ୍ନ ଉଠୁଛି ଯେ କେବେ ଲାଇଫଗାର୍ଡ ସ୍ଥାୟୀ ନିଯୁକ୍ତି ହେବେ ଏବଂ ପର୍ଯ୍ୟଟକ କିପରି ସୁରକ୍ଷିତ ହେବେ ।