କି ବୁଦ୍ଧି ! କୁକୁଡାକୁ ରଙ୍ଗ ମାରି କରିଦେଲେ ଶୁଆ...ପୁଣି ଦାମ୍ କହିଲେ ୭ ହଜାର । ୟାଙ୍କ ବୁଦ୍ଧିକୁ ମାନିବାକୁ ପଡିବ
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଛି ୭ କୋଟି ୯୦ ଲକ୍ଷ ୩୫ ହଜାରରୁ ଅଧିକ ଟଙ୍କାର ବିଦ୍ୟୁତ୍ ବିଲ୍। ତା’ବି ପୁଣି ସ୍ମାର୍ଟ ମିଟର ଜରିଆରେ।
ପୁଣି ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ମୁଣ୍ଡଳି ବ୍ୟାରେଜ ଉପରେ ସ୍କୁଟି ରଖି ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି।
ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ, ବର୍ଷର ୩୬୫ ଦିନ ମଧ୍ୟରୁ ଏଭଳି ୨ ଦିନ ରହିଛି ଯେଉଁ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରହିବ। ସେହି ସମୟରେ ଆମ ନିଜ ଛାଇ ଆଉ ଦେଖାଯିବ ନାହିଁ।
ବେଆଇନ ଭାବେ ବସ୍ ଭଡ଼ା ଆଦାୟ ନେଇ ଓଟିଭିରେ ଖବର ପ୍ରସାରଣ ପରେ ପରିବହନ ବିଭାଗ ଏହି ଚିଠି ଲେଖିଛି।
ସୋନପୁରକୁ ଛୁଇଁଲା ରେଳ ଲାଇନ୍ । ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗିର ବିଛୁପାଲି ଯାଏଁ ଗଡୁଥିଲା, ହେଲେ ଏବେ ସୋନପୁରର ଝାରତରଭା ଯିବ ଟ୍ରେନ୍
ରାଜଧାନୀ ଭୁବନେଶ୍ୱରକୁ ଜଗିବ ପୋଲିସ୍ ଡ୍ରୋନ୍। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍। ଡ୍ରୋନ୍ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ
୨୦୧୮ରେ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦିନଠୁ ଏଠାରେ ମୋଟ ୨୨୭ଟି ଏସି ଲାଗିଥିଲା । ସେଥିରୁ ରୋଗୀସେବା ପାଇଁ ୧୭୫ଟି ଉଦ୍ଦିଷ୍ଟ ଥିଲା । ଆଉ ଏବେ ସେଥିରୁ ୧୨୫ ଅଚଳ ହୋଇ ପଡିଛି । ଏପରିକି ପ୍ରସୂତି ୱାର୍ଡ, ଆଉଟଡୋର, ଇଂଜେକସନ ରୁମ ସମେତ ମେଡିସିନ ବଣ୍ଟନ ପ୍ରକୋଷ୍ଠରେ ବି ଏସି କାମ କରୁନି।
ବରଗଡ଼ ସହର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର
ଠକମାନଙ୍କ କବଳରୁ ବର୍ତ୍ତିବା ପାଇଁ WhatsApp ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁଜର୍ସ ମଧ୍ୟ ଜାଣିବା ଦରକାର କିଭଳି ସ୍କାମ୍ରୁ ବର୍ତ୍ତିବେ ଓ ନିଜ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ସୁରକ୍ଷିତ ରଖିବେ।
ଭୁବନେଶ୍ୱରକୁ ଜଗିବ ପୋଲିସ୍ ଡ୍ରୋନ୍। ଡ୍ରୋନ୍ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍।
ବସ୍ତିର କିଛି ବାସିନ୍ଦା ୨୦୧୭ରୁ ପଟ୍ଟା ପାଇଥିଲେ ବି ଜମି ଚିହ୍ନଟ କରାଉନି ପ୍ରଶାସନ । ସ୍ଥାୟୀ ଜମି କିମ୍ବା ସରକାରୀ ପଟ୍ଟା ମିଳିନଥିବାରୁ ଘର ଖଣ୍ଡିଏ କରି ପାରୁନାହାନ୍ତି ହିତାଧିକାରୀ । ଏମିତି ସ୍ଥିତିରେ ଦୋଛକିରେ ଛିଡା ହୋଇ ଭାଗ୍ୟକୁ ନିନ୍ଦିବା ଛଡ଼ା ଆଉ କିଛି ଚାରା ବି ନାହିଁ।
ବସ୍ତି ବାସିନ୍ଦାଙ୍କୁ ଯାଗା ଯୋଗାଇ ଦେବାକୁ ସରକାରଙ୍କ ଅନେକ ଯୋଜନା କିନ୍ତୁ ଯୋଜନା ଯୋଜନ ଦୂରରେ । ନିଜ ନାଁ ଜାଗା ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି କେନ୍ଦ୍ରାପଡ଼ା ପୌରପରିଷଦରେ ଥିବା ବସ୍ତିବାସିନ୍ଦା ।
ଟ୍ରକ୍ ଟ୍ରକ୍ ବାଲି ଓଡିଶାରୁ ଆନ୍ଧ୍ରକୁ ଛତିଶଗ଼ଡକୁ ଚାଲାଣ କରାଯାଉଛି । କାହା ପାଖରେ ବି ହିସାବ ନାହିଁ । ପ୍ରଶାସନ ଜାଣି ମଧ୍ୟ ଚୁପ୍ I
କୋମାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଥଣ୍ଡା ବ୍ୟବସ୍ଥା..କାମକରୁନି ଏସି, ଏମର୍ଜେନ୍ସି ଆୱାର୍ଡରେ ଗରମରେ ଆଉଟପାଉଟୁ ରୋଗୀ । ଲିଫ୍ଟ ମଧ୍ୟ ଅଚଳ, ପାହାଚ ଚଢି ଯାଉଛନ୍ତି ରୋଗୀ ।
ଦିବ୍ୟାଙ୍ଗ ସତ୍ତ୍ୱେ କାହା ଉପରେ ବୋଝ ନହୋଇ ନିଜେ ମୂଲ ଲାଗୁଛନ୍ତି ଆଉ ଝାଳ ବୁଝା ଟଙ୍କାରେ ପରିବାର ପୋଷୁଛନ୍ତି...ଭଦ୍ରକର ଦୁଇ ସ୍ୱାଭିମାନୀ ଦିବ୍ୟାଙ୍ଗ ଯୋଦ୍ଧା ଏବା ଚର୍ଚ୍ଚାରେ..
ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ ଯାଇଥିଲେ, ସେଠାରୁ ଫେରିବା ବେଳେ ପ୍ରଚଣ୍ଡ ଖରାର ପ୍ରକୋପ ସହି ପାରିଲେନି ବୃଦ୍ଧ। ଶେଷରେ ଏକ ଗଛ ତଳେ ଆଶ୍ରୟ ବେଳେ ସେ ବେହୋସ ହୋଇଗଲେ।
କେବଳ ଗୋଟିଏ ପ୍ରକଳ୍ପ ନୁହେଁ, ନବରଙ୍ଗପୁର ପୌର ପରିଷଦରେ ଏପରି ଅନେକ ପ୍ରକଳ୍ପ ନିଖୋଜ ଅବସ୍ଥାରେ ରହିଛି । ସ୍ଥାନୀୟ ଦଶହରା ପଦାସାହି ଓ ମହିଳା ମହାବିଦ୍ୟାଳୟ ନିକଟ ଶ୍ମଶାନ ଘାଟରେ ନିର୍ମାଣ ହୋଇଥିବା ବର୍ଷାଜଳ ଅମଳପ୍ରକଳ୍ପର ଅବସ୍ଥା ନକହିଲେ ଭଲ।
ମାର୍ଚ୍ଚ ୨୦ରେ ସରିଥିଲା ମାଟ୍ରିକ୍ ପରୀକ୍ଷା । ବାପା-ମାଆଙ୍କ ସହ ବାହାରିଥିଲେ ମାମୁଁ ଘର ବୁଲିବାକୁ । ହେଲେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏବେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପ୍ରାୟ ୨ ମାସ ତଳର ଏହି ଦୁର୍ଘଟଣା ପୁଣି ତାଜା ହୋଇଛି।
ରାଉରକେଲାରୁ ବେଦବ୍ୟାସ ଯାଉଥିବା ଏକ ମୋ ବସ୍ ଟିସିଆଇ ଛକ ନିକଟରେ ଜଳି ଯାଇଛି।
ଏମାନଙ୍କର ବାପା ମାଆ ନାହାନ୍ତି ତଥାପି ଏମାନେ ମାଟ୍ରିକ୍ ପରୀକ୍ଷାରେ ବାଜିମାତ୍ କରିଛନ୍ତି । ପ୍ରମାଣ କରିଦେଇଛନ୍ତି ଆମକୁ ବଞ୍ଚିବାକୁ ହେଲେ କେବଳ ପାଠ ହିଁ ଆମର ସାହା ।
ରେଜଲ୍ଟ ବାହାରିବା ଆଗରୁ ଆଖିବୁଜି ଦେଲେ ମେଧାବି ଛାତ୍ରୀ । ମାମୁଁ ଘରକୁ ଯିବା ହେଲା କାଳ । ରେଜଲ୍ଟ ବାହାରିଲା A1ରେ ନାଁ ଅଛି । ହେଲେ ଖୁସି ମନାଇବା ପାଇଁ ସ୍ୱାତୀ ନାହିଁ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କାନ୍ଥରେ ଆଙ୍କୁଛନ୍ତି ପଦ୍ମଫୁଲ । କିନ୍ତୁ ପାଖରେ ଛିଡା ହୋଇଥିବା ଅନ୍ୟମାନେ ଏତେ ସିରିୟସ୍ ରେ ଦେଖୁଛନ୍ତି କଣ ?
ଖୋଲିବ ‘ଟାଇଟାନିକ୍’ ବୁଡ଼ିର ଗୁମର। ଆଟଲାଣ୍ଟିକ୍ ମହାସାଗରର ପ୍ରାୟ ୪ ହଜାର ମିଟର ତଳେ ପଡ଼ି ରହିଥିବା ଜାହାଜର ସାତ ଲକ୍ଷ ଚିତ୍ର ଉତ୍ତୋଳନ କରାଯାଇ ଏହି ମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ଦେହରେ ବାଜିଲେ କୁଣ୍ଡେଇ ହେଉଛି, ଘା ଭଳି ଫଳି ଯାଉଛି । ସମୁଦ୍ର ସ୍ନାନକୁ ଡରିଲେଣି ପର୍ଯ୍ୟଟକ, ଟେନସନରେ ପରିବେଶବିତ୍ । ପୁରୀ ସମୁଦ୍ରକୂଳରେ ବିକ୍ଷିପ୍ତ ହୋଇ ମରି ପଡ଼ିଛନ୍ତି ଶହ ଶହ ହ୍ବାଇଟ୍ ଜେଲିଫିସ୍ ।