ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ପାଇଁ କମିଶନରେଟ୍ ପୋଲିସ୍ ପଦକ୍ଷେପ ଗ୍ରହଣ କରିଛି। ଏଥିପାଇଁ ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗିବା ପରେ ଜରିମାନା ଦେଉ ନାହାନ୍ତି ସେମାନଙ୍କୁ ଟାର୍ଗେଟ କରାଯାଇଛି। ଟ୍ୱିନ୍ସିଟିର ଅପରାଧ ସମୀକ୍ଷାରୁ ଜଣାପଡିଛି ଯେ, ଅନେକ ଖିଲାପକାରୀ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗିବା ସହ ଫାଇନ ଦେଉ ନାହାନ୍ତି।
ଯେଉଁମାନେ ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନାହାନ୍ତି ସେମାନଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ କଟକ-ଭୁବନେଶ୍ୱର ଅପରାଧ ନିୟନ୍ତ୍ରଣ ଉପରେ ଅଧିକ ଫୋକସ ଦିଆଯାଇଛି। ୫ବର୍ଷ ହେବ ପଡ଼ି ରହିଥିବା ମାମଲାର ତଦନ୍ତ ସାରିବା ସହ ଚାର୍ଜସିଟ୍ ଦାଖଲ କରିବାକୁ ସବୁ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଥାଉ କି, ଟ୍ରାଫିକ ନିୟମ ଯେତେ କଡ଼ାକଡ଼ି ହେଲେ ମଧ୍ୟ କିଛି ଲୋକ ଏହାକୁ ଠିକ୍ ଭାବେ ପାଳନ କରୁ ନାହାନ୍ତି। ଏପରିକି ଫାଇନ୍ ପଡ଼ୁଥିଲେ ମଧ୍ୟ ଏହାକୁ ଦେଉ ନାହାନ୍ତି। ତେଣୁ ଏଭଳି ଲୋକଙ୍କୁ ସାବାଡ୍ କରିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଏଭଳି ପପକ୍ଷେପ ଗ୍ରହଣ କରାଯାଇଛି। ୫ ଥର ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଦେଇ ନଥିବା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି।
- Reported by:
- ATULYA BOUT