/odishatv-khabar/media/post_attachments/uploadimage/library/16_9/16_9_0/s_1685154442.jpg)
Obc Survey Extend In Odisha
ରାଜ୍ୟରେ ଚାଲିଥିବା ଓବିସି(Other Backward Classes) ସର୍ବେକ୍ଷଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଜାରି ରହିଥିବାରୁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ରାଜ୍ୟରେ ଓବିସି ସର୍ଭେ ମେ’ ୧ରୁ ମେ’ ୨୬ ପର୍ଯ୍ୟନ୍ତ ଚାଲିବା ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା।
ତେବେ ତାତିକୁ ଦୃଷ୍ଟିରେ ରଖି ଏହି ଅବଧିକୁ ବୃଦ୍ଧି କରାଯାଇଛି । ଏହି ଅବଧି ସମୟରେ ଛୁଟି ଦିନ ସମେତ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏନୁମରେଟରମାନେ ଘରକୁ ଘର ବୁଲି ପଛୁଆ ବର୍ଗ ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଯେଉଁ ପଛୁଆ ବର୍ଗ ଲୋକମାନେ ତଥ୍ୟ ପ୍ରଦାନ କରି ନାହାନ୍ତି ସେମାନେ ତଥ୍ୟ ପ୍ରଦାନ କରିବାକୁ ଆୟୋଗ ଅନୁରୋଧ କରିଛନ୍ତି।
ଏଠି ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନର ପୂର୍ବରୁ ଏ କସରତ କାହିଁକି ? ରାଜ୍ୟରେ ପଛୁଆ ବର୍ଗ ସଂଖ୍ୟା ବହୁତ ଅଧିକ ଥିବାରୁ ସେମାନଙ୍କ ଭୋଟ୍ ନେବା ପାଇଁ ଏ ଉଦ୍ୟମ ନୁହେଁ ତ ? ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ଲାଗି ସଂରକ୍ଷଣ ବ୍ୟବସ୍ଥା ନକରି କେବଳ ଭୋଟ୍ ପାଇଁ ଏହି ସର୍ଭେ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)