Advertisment

ସ୍ନାନ ପୂର୍ଣ୍ଣମୀ ଆଗରୁ ସରିବ ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ?

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ?

author-image
Manoranjan Behera
Snana Purnima

Snana Purnima

ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ମଝିରେ ଆଉ ମାତ୍ର ସପ୍ତାହେ । କୋଭିଡ୍ କହର କମିବା ପରେ ଏଥର ସ୍ନାନନୀତି ଓ ଗଜାନନ ବେଶ ଦର୍ଶନ ଲାଗି ଭକ୍ତଙ୍କ ସୁଅ ଛୁଟିବ । ହେଲେ ଭକ୍ତଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ଅଧାପନ୍ତରିଆ ପରିକ୍ରମା ପ୍ରକଳ୍ପ କାମ। ତେଣେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେଣି ୩୦ ତାରିଖ ସୁଦ୍ଧା ବାହ୍ୟ ପ୍ରକଳ୍ପ କାମ ଶେଷ ହୋଇଯିବ। ତେଣେ ଶୃଙ୍ଖଳିତ ନୀତିକାନ୍ତିକୁ ସେବାୟତ ଜୋର ଦେଇଥିବା ବେଳେ ଭକ୍ତଙ୍କ ସୁରକ୍ଷାରେ ୭୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ କହିଛନ୍ତି ପୁରୀ ଏସପି।

Advertisment

ଅଧାପନ୍ତରିଆ ଅବସ୍ଥାରେ ପରିକ୍ରମା ପ୍ରକଳ୍ପ । ଏଣେ ମୁଣ୍ଡ ଉପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । କେମିତି ବଡ଼ଦାଣ୍ଡରେ ଛିଡ଼ା ହୋଇ ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ? ପୁରୀବାସୀ ଓ ଜଗନ୍ନାଥ ଭକ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଆସନ୍ତା ୩୦ ତାରିଖ ସୁଦ୍ଧା ଯୁଦ୍ଧକାଳୀନ ଭିତ୍ତିରେ ବାହାର ପରିକ୍ରମା ପ୍ରକଳ୍ପ କାମ ସାରିବାକୁ ଉଦ୍ୟମ ଚାଲିଛି। ଯେତେ ସବୁ ଯନ୍ତ୍ରପାତି ଓ ଅବ୍ୟବହୃତ ଜିନିଷ ଥିବ ସେଗୁଡ଼ିକୁ ଯଥାଶୀଘ୍ର ହଟାଇବାକୁ ଚେଷ୍ଟା ଚାଲିଛି। ଖରାବେଳେ ଭକ୍ତ ଯେପରି ଖାଲିପାଦରେ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ସ୍ନାନ ନୀତି ଦର୍ଶନ ସହ ଗଜାନନ ବେଶର ସାନିଧ୍ୟ ନେଇପାରିବେ ସେଥିପାଇଁ ମ୍ୟାଟ୍ ବିଛାଯିବା ସହ ଅଗ୍ନିଶମ ବାହିନୀଙ୍କ ଦ୍ବାରା ପାଣି ସିଞ୍ଚନ ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଉଛି ।

ସେପଟେ ଜୁନ ୪ତାରିଖ ଦେବସ୍ନାନ ପୂର୍ଣମୀ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଥିବା କହିଛନ୍ତି ପୁରୀ ଏସପି କେ.ବି.ସିଂ। ସ୍ନାନ ଯାତ୍ରା ପାଇଁ ଏଥର ୭୦ ପ୍ଲାଟୁନ ଫୋର୍ସ ସହ ୨୦ଜଣ ଅତିରିକ୍ତ ଏସପି ଓ ୯୦ଜଣ ଅଧିକାରୀ ଦାୟିତ୍ୱରେ ରହିବେ । ମରିଚିକୋଟ ଛକରୁ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବ। ସେପଟେ ଏଥର ଶୃଙ୍ଖଳିତ ସ୍ନାନନୀତି ସହ ଭକ୍ତ ଯେପରି ସ୍ପଷ୍ଟ ଭାବେ ଗଜାନନ ବେଶ ଦର୍ଶନ କରିବେ, ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

Advertisment

ସବୁବର୍ଷ ପରି ଏଥର ମଧ୍ୟ ଠାକୁରମାନେ ଗୁଣ୍ଡିଚା ଘରେ ଥିବାବେଳେ ଅଗ୍ରାଧିକାର ଭିତିରେ ଶ୍ରୀମନ୍ଦିର ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ସହ ନାଟମଣ୍ଡପ, ଜଗମୋହନ ଓ ରତ୍ନବେଦୀର ରୁଟିନ ଯାଞ୍ଚ ହେବ। ଘୋଷଯାତ୍ରା ସରିଲେ ଲୁହା ଭାରା ବନ୍ଧାଯାଇ ଅଁଳାବେଢ଼ା ଓ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରର ଯାଞ୍ଚ ସହ ମରାମତି ହେବ। ତାସହ ଗର୍ଭଗୃହରେ ପ୍ରଦୁର୍ଭାବ ଚଳାଇଥିବା ମୂଷା ଓ ଅସରପା ଦମନ ପାଇଁ ବି ନିଆଯିବ ଠୋସ୍ ପଦକ୍ଷେପ । 

ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଦସ୍ୟ ଓ ଭାରତୀୟ ପତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଅଧିକାରୀଙ୍କୁ ନେଇ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ସବୁ ପ୍ରସଙ୍ଗରେ ହୋଇଛି ବିସ୍ତୃତ ଆଲୋଚନା। ସେପଟେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ୩୩ ଦିନରେ ପହଁଚିଛି । ତିନିରଥର ଦଣ୍ଡା ଫ୍ରେମ ପଡ଼ିସାରିଛି । ତିନି ରଥର ନାହାକା, ଗୟଳ ଓ ଭୂଇଁ ନିର୍ମାଣ କାମ ଜାରି ରହିଛି ।

Ratha Jatra Snana Purnima Srimandir Corridor Project
Advertisment
Advertisment