Advertisment

ବାଲେଶ୍ୱରିଆଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇଥିଲେ କି ନବୀନ ?

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି ।

author-image
Manoranjan Behera
Bus Stand

Bus Stand

ବାଲେଶ୍ୱର ସହର ଉପକଣ୍ଠରେ ୧୨ ବର୍ଷ ତଳେ ୮ ଏକର ପରିମିତ ଯାଗାରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ୧୨ ବର୍ଷ ପରେ ସେ ବସ୍‌ଷ୍ଟାଣ୍ତ ତ ହେଲାନି, ବରଂ ସେଥିରୁ ସାଢ଼େ ୬ ଏକର ଜାଗାକୁ ପିପିପି ମୋଡରେ ଶିଳ୍ପସଂସ୍ଥା ପାଇଁ ବିଲ୍ଡିଂ ତିଆରି ଲାଗି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଏବେକାର ଜିଲ୍ଲାପାଳ। ଯାହାକୁ ନେଇ ତେଜିଛି ବିବାଦ ।

Advertisment

ବାଲେଶ୍ୱର ସହରବାସୀଙ୍କୁ ୧୨ ବର୍ଷ ତଳେ ଲଲିପପ୍ ଧରେଇ ଦେଇଥିଲେ କି ମୁଖ୍ୟମନ୍ତ୍ରୀ ? ୨୦୧୦ରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କଲେ । ସହରର ପରିବର୍ଦ୍ଧିତ ଜନସଂଖ୍ୟା ଓ ଆବଶ୍ୟକତାକୁ ଦେଖି ରେମୁଣା ତହସିଲ ଅଧିନସ୍ଥ ଗଣେଶ୍ୱରପୁରଠାରେ ଜାତୀୟ ରାଜପଥକୁ ଲାଗି ଏକ ସ୍ଥାନରେ ନୂଆ ଅତ୍ୟାଧୁନିକ ବସଷ୍ଟାଣ୍ଡ ଲାଗି ଭିତ୍ତି ପକାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୮ ଏକର ଜାଗା ନିଆଯାଇ ବାଲେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା ବ୍ରିଟ୍ କୁ ଜାଗା ବି ଦିଆଯାଇଥିଲା । ହେଲେ ୧୨ ବର୍ଷ ପରେ ଏବେ ଦେଖିଲା ବେଳକୁ ସେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ତ ତ ହେଲାନି, ସେଇ ଯାଗାରେ ବାଲେଶ୍ୱର-ଭଦ୍ରକ ଅର୍ବାନ୍ ଟ୍ରାନ୍ସପୋର୍ଟର ୧୦, ୧୫ଟି ସିଟିବସ୍ ରହଣି ପାଇଁ ନିର୍ମାଣ କାମ ଚାଲିଛି । ତାହା ପୁଣି ମାତ୍ର ଦେଢ଼ ଏକର ଜାଗାରେ । ଯାହାକୁ ନେଇ ତେଜିଛି ବିବାଦ, ବିରୋଧ। 

ବାଲେଶ୍ୱର ସିଭିଲ ସୋସାଇଟି ସହ ବିଭିନ୍ନ ସଂଗଠନ ସହରବାସୀଙ୍କୁ ପ୍ରତାଡ଼ିତ କରାଯାଇଥିବା ଅଭିଯୋଗ ଆଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେବାସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ବସଷ୍ଟାଣ୍ଡ ପାଇଁ ଥିବା ଉଦ୍ଦିଷ୍ଟ ଜାଗାରୁ ସାଢ଼େ ୬ ଏକର ଜାଗାକୁ ବିକ୍ରି କରିବା ପାଇଁ ଜିଲ୍ଲାପାଳ ମସୁଧା କରୁଛନ୍ତି, ଯାହାର ଦୃଢ଼ ବିରୋଧ କରାଯିବ।

Advertisment

ତେବେ ବିଜେପି ମଧ୍ୟ ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାବାକୁ ସଜବାଜ ହେଉଥିଲା ବେଳେ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ କହିବା କଥା, ଯେଉଁମାନେ ଏପ୍ରସଙ୍ଗରେ ପ୍ରଶ୍ନ ଉଠାଇଛନ୍ତି ସେମାନେ ଜାଣିନାହାଁନ୍ତି ନୂଆ ବସଷ୍ଟାଣ୍ଡ କେଉଁ ଉଦ୍ଦେଶ୍ୟରେ ଶିଳାନ୍ୟାସ ହୋଇଥିଲା । କେବଳ ବିବିୟୁଟି ବା ବାଲେଶ୍ୱର ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟର ସିଟି ବସ ସେବାପାଇଁ ଏହା ଉଦ୍ଦିଷ୍ଟ ଥିଲା ଏବଂ ତାହା ହିଁ ସେଠାରେ ତିଆରି ଚାଲିଛି। ବାକି ଯାଗାରେ ଶିଳ୍ପ କରିଡରକୁ ଆଖିରେ ରଖି ନୂଆ ବିଲଡିଂ ତିଆରି ଲାଗି ସରକାରଙ୍କୁ କେବଳ ପ୍ରସ୍ତାବ ଦିଆଯାଇଛି ।

CM Naveen Patnaik Bus Stand
Advertisment
Advertisment