• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରାୟ ଲୋକଙ୍କ ନିକଟରେ ଟଙ୍କାର ଅଭାବ ରହିଥାଏ । ଯେକୌଣସି କାମ କରିବାକୁ ହେଲେ ଉଧାର ଆଣିବାକୁ ପଡ଼ିଥାଏ । ଏମିତିକି କିଛି ଚାକିରି କରିଥିବା ବ୍ୟକ୍ତିଙ୍କ ନିକଟରେ ବେତନ ପାଇବାର ମାତ୍ର କିଛି ଦିନ ପରେ ଟଙ୍କା ଶେଷ ହୋଇଯାଇଥାଏ । ଫଳରେ ଅନ୍ୟ ଲୋକଙ୍କ ନିକଟରୁ ତାଙ୍କୁ ଉଧାର ଆଣିବାକୁ ପଡ଼ିଥାଏ । ହେଲେ ଆପଣ ଜାଣନ୍ତି କି ? କେଉଁ ବ୍ୟକ୍ତିଙ୍କ ନିକଟରେ ସବୁବେଳେ ଟଙ୍କାର ଅଭାବ ଲାଗି ରହିଥାଏ । ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ଅଧିକ ପଢ଼ନ୍ତୁ: ଆପଣଙ୍କୁ ମଧ୍ୟାହ୍ନ ଭୋଜନ ପରେ ନିଦ ଲାଗୁଛି କି… ଜାଣନ୍ତୁ କ’ଣ କଲେ ଏଥିରୁ ମିଳିବ ମୁକ୍ତି

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।

୧. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଅପରିଷ୍କାର ରହିଥା’ନ୍ତି ଅର୍ଥାତ୍‌ ମଇଳା ପୋଷାକ ପିନ୍ଧିଥା’ନ୍ତି ସେହିପରି ବ୍ୟକ୍ତିଙ୍କ ନିକଟରେ ସବୁବେଳେ ଧନର ଅଭାବ ଲାଗିରହିଥାଏ ।

୨. ଯେଉଁ ବ୍ୟକ୍ତି ଭଲଭାବେ ମୁଖ ସଫା କରିନଥା’ନ୍ତି ଅର୍ଥାତ ସେମାନଙ୍କ ପାଟି ସଦାସର୍ବଦା ଦୁର୍ଗନ୍ଧ ହୋଇଥାଏ । ସେହି ବ୍ୟକ୍ତିମାନଙ୍କ ନିକଟରେ କେବେ ଟଙ୍କା ରହେନାହିଁ ।

୩. ସେହିପରି ଯେଉଁମାନଙ୍କ ଖାଦ୍ୟ ପ୍ରତି ବେଶୀ ଦୁର୍ବଳତା ରହିଥାଏ ଏବଂ ସବୁବେଳେ ଖାଇବାକୁ ପସନ୍ଦ କରିଥା’ନ୍ତି । ସେମାନଙ୍କ ନିକଟରେ ମଧ୍ୟ ଧନର ଅଭାବ ଦେଖାଦେଇଥାଏ ।

୪. ସବୁଠାରୁ ବଡ଼ କଥା ହେଉଛି ନିଜର ଆଳସ୍ୟ । ଯେଉଁ ବ୍ୟକ୍ତିମାନେ ନିଜର ଆଳସ୍ୟ କାରଣରୁ ବିଳମ୍ୱରେ ନିଦ୍ରାରୁ ଉଠିଥା’ନ୍ତି ସେମାନଙ୍କ ନିକଟରେ ମଧ୍ୟ ଧନର ଅଭାବ ଲାଗିରହେ । ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ଲୋକ ସୂର୍ଯ୍ୟ ଉଦୟ ପରେ ମଧ୍ୟ ଶୋଇରହେ ସେହି ବ୍ୟକ୍ତିଙ୍କ ନିକଟରେ କେବେ ଧନ ରହେନାହିଁ ।

ଆଚାର୍ଯ୍ୟ ଚାଣକ୍ୟ ଆହୁରି କହିଛନ୍ତି କି, ଏପରି ଲୋକ ନିଜକୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ମଧ୍ୟ ତାହା ସଫଳ ହୁଏନାହିଁ । କାରଣ ଆଳସ୍ୟ ଲୋକଙ୍କ ନିକଟକୁ ଲକ୍ଷ୍ମୀ ଯିବାକୁ ପସନ୍ଦ କରନ୍ତିନାହିଁ । ଅପରିଷ୍କାର ଓ ଆଳସ୍ୟ ଲୋକଙ୍କ ଠାରୁ ମା’ ଲକ୍ଷ୍ମୀ ଦୂରେଇ ରୁହନ୍ତି । ତେଣୁ ଏହି ସ୍ୱଭାବର ବ୍ୟକ୍ତିମାନେ ନିଜର ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି ।