Advertisment

ଜୁନ୍‌ରେ ଶିଳାନ୍ୟାସ, ଖୁବ୍‌ଶୀଘ୍ର ଆରମ୍ଭ ହେବ ମେଟ୍ରୋ କାମ...

ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।

author-image
Satyendu Shekher Mishra
Metro Train Work In Odisha From June

Metro Train Work In Odisha From June

ଆସନ୍ତା ଜୁନରେ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଟ୍ରୋ ଟ୍ରେନ ପାଇଁ ଶିଳାନ୍ୟାସ କରିବେ ବୋଲି ସୂଚନା ମିଳିଛି । ପ୍ରେସମିଟରେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନ ଏହି ସୂଚନା ଦେଇଛନ୍ତି । ଭୁବନେଶ୍ୱର-କଟକ ପାଇଁ ଡିପିଆର୍ ପ୍ରସ୍ତୁତ ଓ ସର୍ଭେ କାମ ସରିଛି । କେଉଁ ରୁଟରେ ଯିବ ମେଟ୍ରୋ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବରରୁ କଟକ ମଧ୍ୟରେ ମେଟ୍ରୋ ଚଳାଚଳ କରିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା କରାଯାଉଥିବା ନଗର ଉନ୍ନୟନ ସଚିବ ସୂଚନା ଦେଇଛନ୍ତି ।

Advertisment

ତେବେ ପୂର୍ବ ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏ ମେଟ୍ରୋ ଟ୍ରେନ୍‌ ଚଳାଚଳ ନେଇ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ସଂସ୍ଥା ଲିମିଟେଡ- ORIEDLକୁ ଗତ ଏପ୍ରିଲରେ ଏକ ରିପୋର୍ଟ ମାଗିଥିଲା ଦିଲ୍ଲୀ ମେଟ୍ରୋ ରେଳ ନିଗମ- DMRC । ଏହା ଆଗରୁ ଏହି ମେଟ୍ରୋ ରେଳ ପ୍ରକଳ୍ପର DPR ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଥିଲା । ତେଣୁ DPR ପ୍ରସ୍ତୁତ ପୂର୍ବରୁ ଭୁବନେଶ୍ୱରକୁ ନେଇ ପ୍ରସ୍ତୁତ ହୋଇଥିବା ବିସ୍ତୃତ ଗମନାଗମନ ଯୋଜନା-CMP ରିପୋର୍ଟ ମାଗିଥିଲା DMRC ।

DMRC କହିଥିଲା, ଏହି ରିପୋର୍ଟ ପାଇବା ପରେ ହିଁ DPR ପ୍ରସ୍ତୁତ କରାଯାଇପାରିବ । କିନ୍ତୁ ସୂଚନା ଅନୁସାରେ ନଗର ଉନ୍ନୟ ବିଭାଗ ପାଖରେ ଭୁବନେଶ୍ୱରର ସିଏମପି ନାହିଁ । ତେଣୁ ୨୦୧୮ରେ ବିଡିଏ ପ୍ରସ୍ତୁତ କରିଥିବା ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଭୁବନେଶ୍ୱରରେ କେଉଁ ପ୍ରକାର ଗାଡ଼ି ଚଳାଚଳର ଯୋଜନା ଅଛି, କେଉଁ ଅଞ୍ଚଳରେ କେତେ ପୁଟ ରାସ୍ତା ଅଛି, ଭବିଷ୍ୟତେର ଏହାକୁ କେତେ ସଂପ୍ରସାରଣ କରାଯିବ, କେଉଁ ଅଞ୍ଚଳରେ ନୂଆ ରାସ୍ତା ନିର୍ମାଣ କରିବାର ଯୋଜନା ଅଛି, କେଉଁଠି ଭବିଷ୍ୟତରେ ସଂପ୍ରସାରଣ ହେବ, କେତେ ଜମି ଅଛି, ସେଠାରେ କ’ଣ କରିବାର ଯୋଜନା ଅଛି, ଏହାର ବିସ୍ତୃତ ରିପୋର୍ଟ ମାଗିଛି DMRC ।

Advertisment
Advertisment
Advertisment