ବେଦାନ୍ତ ୟୁନିଭର୍ସିଟି ଏବେ ବି ତାଙ୍କର ସ୍ୱପ୍ନ ବୋଲି ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ।
କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...
କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି। ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା ।
ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ ଅଧିକ ଟଙ୍କା ଗଣିବା ପରେ ଥମିଥିଲା ସ୍ଥିତି ।
ମାଟିରେ ମିଶିଛି ମଠବାଡ଼ି । ଧୂଳିସାତ୍ ହୋଇଛି ଧର୍ମଶାଳା । ଦୂରଦୂରାନ୍ତରୁ ଜଗଦର୍ଶନ ପାଇଁ ଆସୁଥିବା ଗରିବ ଗୁରୁବା ଭକ୍ତ ରାତି ରାତି ବଡ଼ଦାଣ୍ତରେ ପଡ଼ିରହିଛନ୍ତି ।
୧୯୭୪ରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନ ଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟରେ କେସ୍ କରିଥିଲେ ଠିକା ସଂସ୍ଥାର ତତ୍କାଳୀନ ମୁଖ୍ୟ ବୀରେନ୍ଦ୍ର କୁମାର ପାଠକ।
ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।
ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।
ଏନେଇ ତ୍ରିପୁରା ବିଏସଏଫ କମାଣ୍ଡାଣ୍ଟ ପକ୍ଷରୁ ଘରକୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟିପଡୁଛି ଘର । ସେ ୨୦୦୯ମସିହାରେ ବିଏସଏଫ ଯବାନ ଭାବେ ଯୋଗ ଦେଇ ତ୍ରିପୁରାରେ କାର୍ଯ୍ୟରତ ଥିଲେ ।
କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ ।
ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।
ରାଜସ୍ବ ବଢୁଛି, ନା ଖର୍ଚ୍ଚ କରୁ ନାହାନ୍ତି ସରକାର ? ରାଜସ୍ବ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ। କାହିଁକିନା, ସରକାରଙ୍କ ବିରୋଧରେ ଅସନ୍ତୋଷ ଜଳ ଜଳ।
ବିଜେଡି ଶାସନର ୨୩ ବର୍ଷ ପରେ ବି ରାଜରାସ୍ତାରେ ଚାଷୀ, ଶିକ୍ଷକ, ଅଧ୍ୟାପକ, ଡାକ୍ତର, ଅଙ୍ଗନବାଡି, ଆଶା କର୍ମୀ । କାହାର ଦାବି ଦରମା ବୃଦ୍ଧି, ତ କାହାର ଦାବି ସ୍ଥାୟୀ ନିଯୁକ୍ତି...ପୁଣି ଗୋଟିଏ ମାସରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ।
ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ ।
ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ ।
ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିବ ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ ।
କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିୟମିତ ନିର୍ଦ୍ଦେଶକ ପଦବୀ ପୂରଣ ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଗତ ଅଗଷ୍ଟ ୩୧ ତାରିଖରେ ରାଜ୍ୟ ସରକାର ଏବଂ କର୍କଟ କେନ୍ଦ୍ରକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ ।
ପ୍ରଶ୍ନ ଉଠୁଛି, ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ କେତେ କ’ଣ ଯୋଜନା କରିଛନ୍ତି ସରକାର । ମାତ୍ର ଟଙ୍କା ଉଠାଣ ପାଇଁ ଦିବ୍ୟାଙ୍ଗଙ୍କୁ ୩୦ କି.ମି. ବାଟ ଗୁରୁଣ୍ଡି ଗୁରୁଣ୍ଡି ଯିବା ଏସବୁ ଯୋଜନାକୁ ଉପହାସ କରିଲା ଭଳି ଲାଗୁଛି ।
ରାଉରକେଲାରେ ବଡ଼ ଧରଣର ବିସ୍ଫୋରଣ । କାରଖାନାରେ ବିସ୍ଫୋରଣ ଘଟି ଜଣେ ମୃତ ।
ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । କ୍ରାକ୍ ବିମ୍ ତଳେ ରୋଟ୍ ଆଇରନ୍ ବିମ୍ କାମ ଆଜିଠୁ ଆରମ୍ଭ ହେବ ।
କୁଚିଣ୍ଡା.. ଅମଳ ସମୟରେ ପାଳଗଦା ପାଲଟିଥିବା ଏଦୃଶ୍ୟ ସମ୍ବଲପୁର କୁଚିଣ୍ଡା ପତ୍ରପାଲି ଅଂଚଳର । ସାରା ବିଲରେ ଚରିଯାଇଛି ଚକଡା । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲକୁ ଖାଇ ଖୋଳ କରିଦେଇଛନ୍ତି ।
ସରଳୀକରଣ ହେବ ହସ୍ପିଟାଲ ବ୍ୟବସ୍ଥା । ‘ଆମ ହସ୍ପିଟାଲ’ ଯୋଜନାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ।