• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିନକୁ ଦିନ ଜନବସତି ଆଡକୁ ମାଡି ଆସୁଛି ସମୁଦ୍ର । ଆଉ ଏଥିରୁ ବାଦ୍ ପଡିନି ପର୍ଯ୍ୟଟନସ୍ଥଳୀ । କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି । ହୁ ହୁ ଗର୍ଜନ କରି ମାଡି ଆସୁଛି ସମୂଦ୍ର ଲହଡ଼ି, ଆଉ କୂଳ ଖାଉଛି ।

ସମୁଦ୍ର ଜଳରେ ଧୀରେ ଧୀରେ ବିଲୀନ ହେଇଯାଉଛି ଜଙ୍ଗଲ ସହ ନିର୍ମିତ କଟେଜ୍ । କେନ୍ଦ୍ରାପଡା ଜିଲ୍ଳା ରାଜନଗରର ପର୍ଯ୍ୟଟନସ୍ଥଳୀ ହବାଳିଖଟିର ଅଞ୍ଚଳକୁ ମାଡ଼ି ଆସୁଛି ସମୁଦ୍ର । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଧୀରେ ଧୀରେ ଏହା ସମୁଦ୍ର ଗର୍ଭରେ ବିଲୀନ ହେବାକୁ ବସିଲାଣି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ପୂର୍ବରୁ ସମୁଦ୍ର ୫୦୦ ମିଟର ପଛକୁ ଥିଲା ।

୨ରୁ ୩ ବର୍ଷ ମଧ୍ୟରେ ଏହା ଜନବସତି ମୁହାଁ ହେଲାଣି । ଶୀତଋତୁ ଆସିଲେ ହବାଳିଖଟିରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଏଠାରେ କଟେଜ୍ ନିର୍ମାଣ କରାଯାଇଥିବା ବେଳେ ବର୍ତ୍ତମାନ ଏହି କଟେଜ୍ ସବୁ ସମୁଦ୍ର ଗର୍ଭରେ ନଷ୍ଟ ହେବାକୁ ବସିଲାଣି ।

ଏପରିକି ହବାଳିଖଟିକୁ ସୁରକ୍ଷା ଦେଉଥିବା ଲୁଣା ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଗତ ୧୦ ବର୍ଷ ମଧ୍ୟରେ ସାତଭାୟାରୁ ଏକକୂଳା ମଧ୍ୟରେ ଲକ୍ଷାଧିକ ଗଛ ସମୁଦ୍ର ପାଣିରେ ନଷ୍ଟ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପଟେ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ କହିଛନ୍ତି ।