• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଗାଡ଼କଣ ଡମ୍ପିଂ ୟାର୍ଡ ପାଇଁ କଲବଲ ହେଉଛନ୍ତି ରାଜଧାନୀବାସୀ । ଦୁର୍ଗନ୍ଧ ଏମିତି ଯେ ଆଖ ପାଖରେ ଯା’ଆସ କରିବା ବି ମୁସ୍କିଲ ହୋଇପଡ଼ିଲାଣି । ଲୋକେ ଦୁର୍ଗନ୍ଧରେ ଅଣନିଶ୍ୱାସୀ ହେବାପରେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛି ବିଏମ୍‌ସି । ବାୟୋ ମିଥେନ ଗ୍ୟାସ୍‌ ପ୍ଲାଣ୍ଟ ପ୍ରସ୍ତୁତ କରି ଅଳିଆ ପ୍ରକ୍ରିୟା କରଣ ଏବଂ ଖୁବ୍‌ଶୀଘ୍ର କାର୍ଯ୍ୟ ଶେଷ କରି ସହରକୁ ଅଳିଆ ମୁକ୍ତ କରିବାକୁ ବିଏମ୍‌ସି ଯୋଜନା କରିଛି ।

ଆବର୍ଜନାରେ ଆକ୍ତାମାକ୍ତା ସ୍ମାର୍ଟ ସିଟି ଭୁବନେଶ୍ୱରରେ ରହୁଥିବା ଲୋକେ । ପାଗ ଟିକେ ବଦଳିଲେ ସୈନିକ ସ୍କୁଲ ଆଖ ପାଖରେ ରହିବା ମୁସ୍କିଲ । ସକାଳ କିମ୍ବା ଅପରାହ୍ନ କଥା ନକହିବା ଭଲ । ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡ଼ୁଛି ପ୍ରାୟ ୫ କିଲୋମିଟର ପରିବ୍ୟାପ୍ତ ଅଞ୍ଚଳ। ବାଟ ଚଲା ଲୋକଠୁ ସ୍ଥାନୀୟ ବାସିନ୍ଦା ସମସ୍ତଙ୍କର ଗୋଟିଏ ଅଭିଯୋଗ, ଅସହ୍ୟ ଏ ଦୁର୍ଗନ୍ଧ ।

ଅଳିଆର ପାହାଡ଼ରେ ପରିଣତ ହୋଇଛି ସୈନିକ ସ୍କୁଲ୍‌ ଟିଟିଏସ । ଦୈନିକ ୪୦୦ ଟନରୁ ଅଧିକ ଅଳିଆ ଏବେବି ଆସୁଛି । ସେପଟେ ରାଜଧାନୀକୁ ଦୁର୍ଗନ୍ଧ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଛି ବିଏମ୍‌ସି । ଭୁବନେଶ୍ୱର ଉପକଣ୍ଠରେ ୪ ଟି ବାୟୋ ମିଥେନ ଗ୍ୟାସ୍‌ ପ୍ଲାଣ୍ଟ ନିର୍ମାଣ କରିବ ବିଏମ୍ସି‌ । ରୋକଟ, ମେହେର ପଲ୍ଲୀ, କୋଚିଲାପୁଟ ଓ ବାସୁଆଘାଇରେ ୫୦ ଟିବିଟି ବିଶିଷ୍ଟ ୪ଟି ପ୍ଲାଣ୍ଟ ନିର୍ମାଣ କରାଯିବ ।

ପିପିପି ମୋଡ଼ରେ ଏହା ହେବାକୁ ଥିବାବେଳେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ସହରରୁ ପ୍ରତିଦିନ ନିର୍ଗତ ୭୦୦ ଟନ୍‌ ଅଳିଆ ମଧ୍ୟରୁ ୩୦୦ ଟନ୍‌ ଓଦା ଅଳିଆ ବାହାରୁଛି । ବାୟୋ ମିଥେନ ପ୍ଲାଣ୍ଟରେ ୨୦୦ ଟନ୍‌କୁ ପ୍ରକ୍ରିୟା କରଣ କରାଯିବ । ବାକି ଅଳିଆକୁ ଏମ୍‌ସିସି ଏବଂ ଏମଆରଏଫରେ ପ୍ରକ୍ରିୟା କରଣ କରାଯାଇ ଖତ ପ୍ରସ୍ତୁତ ହେବ। ପ୍ଲାଣ୍ଟରୁ ନିର୍ଗତ ମିଥେନ ଗ୍ୟାସକୁ ସିଏନ୍‌ଜି ଭାବେ ବିକ୍ରି କରିବାକୁ ଯୋଜନା ରଖିଛି ବିଏମ୍‌ସି । 

ଦାରୁଠେଙ୍ଗ ଡମ୍ପିଂ ୟାର୍ଡ ବନ୍ଦ ହେବା ପରେ ସେଠାରେ ପଡ଼ି ରହିଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ୍‌ ଅଳିଆକୁ ବାୟୋ ମାଇନିଂ କରିବାକୁ କାର୍ଯ୍ୟ ଆରମ୍ଭ ହୋଇଛି । ଦାରୁଠେଙ୍ଗ ଆଖପାଖ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରିବାକୁ ଦାରୁଠେଙ୍ଗ ବାସୀଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇଛି । 

  • Reported by:
  • BIBARTAN PANDA