• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Sundargarh Bandh
ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ତେଜିଲା ଆନ୍ଦୋଳନ

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

ମନରେଗା ସ୍କାମ
ଶ୍ରମିକ ନାଁରେ ଟଙ୍କା ଲୁଟିଛନ୍ତି ସରପଞ୍ଚଙ୍କ ସଂପର୍କୀୟ !

ଆଶ୍ଚର୍ଯ୍ୟର କଥା, ଜୟଦେବଙ୍କ ପତ୍ନୀ ପୁଷ୍ପଲତା ନାଁରେ ଅଛି ତିନି ତିନିଟି ଦାମୀ କାର ଏସବୁ ପରେ ବି ତାଙ୍କ ନାଁରେ ରହିଛି ଜବକାର୍ଡ। ସେହିଭଳି ସରପଞ୍ଚ ପୁଷ୍ପଲତା ପରିଡ଼ାଙ୍କ ସ୍ୱାମୀ ଯୁବ ବିଜେଡିର ବ୍ଲକ୍ ସଭାପତି ଥିଲେ ମଧ୍ୟ  ମନରେଗା କାମର ଭେଣ୍ଡର ଭାବେ କାମ ବି କରୁଛନ୍ତି। ତା ସତ୍ତ୍ୱେ  ଶ୍ରମିକ ତାଲିକାରୁ ତାଙ୍କ ନାଁ ବାଦ୍ ପଡିନି।

omc
ଦାଦାଗିରି କରୁଛି OMC: ଜୋର ଜବରଦସ୍ତ ଆଦିବାସୀଙ୍କ ଜମି ଛଡ଼ାଇ ନେଇ କଲା ଡମ୍ପିଂୟାର୍ଡ

କେନ୍ଦୁଝର ବାଂଶପାଳ ବ୍ଳକ ଶୁଆକାଟୀ ସ୍ଥିତ ଓ ଏମସି ଖଣିରେ ଖଣି ଖନନ ଓ ଡମ୍ପିଙ୍ଗି ୟାର୍ଡ ହାତେଇବା ପାଇଁ ଗ୍ରାମସଭାରେ ବଡ ବଡ ସ୍ଵପ୍ନ ଦେଖାଇଥିଲା ଓଏମସି । ସ୍ଥାନୀୟ ଲୋକଙ୍କୁ ସେଠାରେ ନିଯୁକ୍ତି ଦେବାତ ଦୂରର କଥା । ନିଜର ଡମ୍ପିଙ୍ଗୟାର୍ଡ ପାଇଁ ଜୋର ଜବରଦସ୍ତ ହାତେଇ ନେଇଛି ଉପର କଇଁସାରୀ ଗ୍ରାମର ଗରିବ ଆଦିବାସୀଙ୍କ ଜମିକୁ । ଡାକ୍ତର ମୁଣ୍ଡା ଓ ଚରଣ ସିଂ ମୁଣ୍ଡାଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି

dead body
ମଣ୍ଡିରେ ଧାନ ବିକ୍ରି ନହେବାରୁ ଚାଷୀଙ୍କ ଆତ୍ମହତ୍ୟା !

ପୁଣି ସାମ୍ନାକୁ ଆସିଲା ଚାଷୀ ଆତ୍ମହତ୍ୟା ଘଟଣା । ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଧନକଉଡ଼ା ବ୍ଲକ୍‌ କୁଦଗୁଣ୍ଡେରପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Jajpur
ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ଅଦୈତ

ଏମିତି ଘଟଣା ଘଟିଛି, ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତ ମିର୍ଜାପୁର ଗାଁରେ। ଭିନ୍ନକ୍ଷମ ଯୁବକ ଅଦୈତ ମଳିକଙ୍କ ଘର ଓ ପରିବାରର କରୁଣଭରା କାହାଣୀର ଚିତ୍ର ଯିଏ ଦେଖିବ ତା ଆଖିରେ ବି ଲୁହ ଆସିଯିବ। ବାପା ମାଙ୍କ ଏକମାତ୍ର ପୁଅ ଅଦୈତ କିନ୍ତୁ ସେ ଭିନ୍ନକ୍ଷମ। ଭେଣ୍ଡିଆ ବୟସରେ ଭିନ୍ନକ୍ଷମ ସାଜି ବେସାହାରା ହୋଇପଡିଛନ୍ତି ଅଦୈତ୍ୟ । ଏହି ବୟସରେ ସେ ପରିବାର ବୋଝ ମୁଣ୍ଡାଇବା ପରିବର୍ତ୍ତେ ନିଜେ ପାଲିଟିଯାଇଛନ୍ତି ପରିବାର ପାଇଁ ବୋଝ

Teachers Association
ବିଧାନସଭା ଆଗରେ କାନ ଧରି ଆଣ୍ଠେଇଲେ ଆଶାୟୀ ଶିକ୍ଷକ

ରାଜଧାନୀ ଗାନ୍ଧୀମାର୍ଗରେ ଆଶାୟୀ ଶିକ୍ଷକଙ୍କ ଅଭିନବ ପ୍ରତିବାଦ । ରାସ୍ତାଉପରେ କାନଧରି ଆଣ୍ଠେଇ ବସିଲେ ଆଶାୟୀ ଶିକ୍ଷକ । ଏହାସହ ସରକାରଙ୍କ ବିରୋଧରେ ନାରାବାଜି ମଧ୍ୟ କଲେ ।

Flight service
ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ

ଖୁବ୍ ଶୀଘ୍ର ଜୟପୁର ଓ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। 

man killed 11
ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ। 

dahi pudina fish recipe
ଦହି ପୋଦିନା ମାଛ

ଓଡ଼ିଆ ଘରେ ପ୍ରାୟତଃ ସମସ୍ତେ ମାଛ ଖାଇବା ପାଇଁ ପସନ୍ଦ କରିଥାନ୍ତି । ଘରେ ଘରେ ମାଛକୁ ନେଇ ବିଭିନ୍ନ ରେସିପି ତିଆରି କରାଯାଇଥାଏ । ମାଛକୁ ନେଇ ଅନେକ ରେସିପି ରହିଛି ,କିନ୍ତୁ ଏହି ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ସୁଆଦିଆ ଖାଦ୍ୟରୁ ବଞ୍ଚିତ ରହିଯାଉ । କାରଣ ସୁଆଦିଆ କରିବା ପାଇଁ ଆମ ପାଖରେ ସମୟର ଅଭାବ। ତେବେ କେମିତି କମ୍‌ ସମୟ ମଧ୍ୟରେ ସୁଆଦିଆ ମାଛ ରାନ୍ଧିବେ, ଆସନ୍ତୁ ଜାଣିବା।

family planning surgery goes wrong
ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ

ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ କଟିିଗଲା ଖାଦ୍ୟ ନଳୀ। ଫଳରେ ମହିଳା ଜଣକଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ୍ ଅନ୍ତର୍ଗତ ଗୋପାଳପୁର ଗାଁରୁ ଏଭଳି ଅଭିଯୋଗ ଆସିଛି।

road accident
ମନ୍ଦିରରୁ ଘରକୁ ଫେରୁଥିଲେ, ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

ଏମିତି ବି ଆସେ ମୃତ୍ୟୁ ! ମନ୍ଦିରରୁ ଫେରୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌। ଆଜି ସକାଳୁ ସକାଳୁ ବଲାଙ୍ଗିର ସହରରେ ଏହି ଦୁଃଖଦ ଘଟଣା ଘଟିଛି।

Irrigation Work
ଠିକାଦାର-ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପାଣିରେ ପଡ଼ିଲା ଲକ୍ଷାଧିକ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ଜଣାପଡିଛି । ହିଞ୍ଜିଳିକାଟୁ ବ୍ଲକ୍ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ କ୍ଷୁଦ୍ରଜଳ ସେଚନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା କେନାଲ ଗାର୍ଡ ୱାର୍ଡ଼ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ହିଞ୍ଜିଳିକାଟୁ ବ୍ଲକ୍ ମକରଝୋଳ ପଞ୍ଚାୟତ ପଦ୍ମନାଭପୁର ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଚାଷ ଜମିକୁ ଜଳ ଯୋଗାଣର ସୁବନ୍ଦୋବସ୍ତ କରି ପ୍ରାୟ ୧ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ କେନାଲ ଗାର୍ଡ ୱାଲ କାମ ଦୀର୍ଘ ଦେଢ଼ ବର୍ଷ ଧରି କାମ ଚାଲିଲା ପରେ ପ୍ରାୟ ଦୁଇମାସ ତଳେ ନିର୍ମାଣ କାମ ଶେଷ ହୋଇଥିଲା

puri
ଖୋଲିବ ଶ୍ରୀମନ୍ଦିର, ଭକ୍ତଙ୍କ ପାଇଁ ସଜବାଜ ହେଲାଣି ବଡ଼ ଦାଣ୍ଡ

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଭକ୍ତଙ୍କୁ ପାଛୋଟିବା ପାଇଁ ଆରମ୍ଭ ହେଲାଣି ସଜବାଜ । ସଜେଇ ହେଲାଣି ବଡ଼ ଦାଣ୍ଡ । ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତ ମନରେ ଅନେକ ଖୁସି ।

Water Probelm
୫୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଲା ଓଭରହେଡ୍ ଟ୍ୟାଙ୍କ୍ କିନ୍ତୁ ଏବେ ବି ପାଣି ପାଉନାହାନ୍ତି ଲୋକେ

କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଏମିତି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୫ କିଲୋମିଟର ଦୂର ସଦାଶିବପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗାଁରେ ପାଇପ୍ ଲାଇନ୍ ପଡ଼ିଛି, ମାତ୍ର ସେଥିରୁ ଯେଉଁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ବାଧ୍ୟ ହୋଇ ମାଇଲ ମାଇଲ୍ ବାଟ ଚାଲିଚାଲି ଯାଇ ନଈ ମଝିରେ ଚୂଆ ଖୋଳି ପାଣି ଆଣୁଛନ୍ତି ଲୋକେ। ପଞ୍ଚାୟତ ଅଧିନରେ ଥିବା ପ୍ରାୟ ୫ ଖଣ୍ଡ ଗାଁର ୬ ହଜାରରୁ ଅଧିକ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

water logging in balesore
ରାସ୍ତା ଖଣ୍ଡିଏ ପାଇଁ ୨୦ ବର୍ଷ ହେଲାଣି ଦାବି, ଫଳ ଶୂନ

ସହରର ହାର୍ଟ କୁହାଯାଉଥିବା ଷ୍ଟେସନରୋଡ ଏବଂ ଓଟି ରୋଡକୁ ସଂଯୋଗ କରୁଛି ଏହି ରାସ୍ତା। ଏହି ରାସ୍ତାରେ ଗଲେ ଘରୋଇ ନର୍ସିଂହୋମ, ବଡ ବଡ ବ୍ୟବସାୟ ପ୍ରତିଷ୍ଠାନ ସହ କିଛି ପ୍ରତିଷ୍ଠିତ ଲୋକଙ୍କ ଘର ବି ରହିଛି। ହେଲେ ସାମାନ୍ୟ ବର୍ଷା ହେଲେ ରାସ୍ତା ହୋଇପଡେ ଜଳାର୍ଣ୍ଣବ। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ହୋଲଡିଂ ଟ୍ୟାକ୍ସ ଦେବା ସତ୍ତ୍ୱେ ସମସ୍ୟାରୁ ମୁକୁଳି ପାରୁନୁ। 

bolangir
ଧୋକାବାଜ ସ୍ୱାମୀ....ସ୍ତ୍ରୀ,ପିଲାକୁ ଛାଡି ଅନ୍ୟ ମହିଳାଙ୍କୁ ଆଣି ଘରେ ରଖିଛି, ଏସପିଙ୍କ ନିକଟରେ ଅଭିଯୋଗ ହେଲେ ପୀଡ଼ିତା

ଧୋକା ଦେଲା ସାତ ଜନମର ସାଥୀ । ରୀତି ନୀତିରେ ହୋଇଥିଲା ବାହାଘର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥି ହେବା ପାଇଁ ଉଭୟେ ଶପଥ ନେଇଥିଲେ । କିନ୍ତୁ ସାତଜନମର ସାଥି ହେବା ପାଇଁ ଶପଥ କରିଥିବା ସ୍ୱାମୀ, ଦଶ ବର୍ଷରେ ସ୍ତ୍ରୀକୁ ଦେଲା ଧୋକ୍କା ।

congress
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦୁର୍ନୀତି: ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ୍‌

କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ପଦବୀରୁ ତଡ଼ା ଖାଇଥିବା କରିତକର୍ମା କୋଟିପତି ବିରଞ୍ଚି ସାହୁ କେବଳ ଜଣେ ନୁହଁନ୍ତି, ଦୀର୍ଘଦିନ ଧରି ଅନେକ ଲୋକଙ୍କ ସଂପୃକ୍ତିରେ ଏ ଦୁର୍ନୀତି ଚାଲିଥିବା ଅଭିଯୋଗ ଉଠିଛି । ଜଣଙ୍କ ପରେ ଜଣେ ଚାକିରି ଆଶାୟୀ ସାମ୍ନାକୁ ଆସି ବିଷୋଦଗାର୍ କରୁଛନ୍ତି । ତାସହ ବଖାଣୁଛନ୍ତି ନିଜ ବେଦନାଦାୟକ କାହାଣୀ । ଏସବୁ ଭିତରେ ଗତକାଲି ବିରଞ୍ଚିଙ୍କ କୁବେରପଣର ସତ ଖୋଜିବାକୁ ଏବଂ ଆର୍ଥିକ କାରବାରର ଗୁମର ଖୋଲିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଅଣ୍ଟା ଭିଡ଼ିଛି।

udala
ପରୀକ୍ଷା ଫଳକୁ ନେଇ ଅସନ୍ତୋଷ : ତାତିଲେ ଅଭିଭାବକ, ପ୍ରିନ୍ସିପାଲଙ୍କୁ ଘେରିଲେ

୩ ତାରିଖ ସିବିଏସଇ ରେଜଲ୍ଟ ବାହାରିଥିବା ବେଳେ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ରେଜଲ୍ଟ ଭଲ ହୋଇନାହିଁ ବୋଲି ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଅଷ୍ଟମ ଏବଂ ନବମରେ ୯୦ ପ୍ରତିଶତ ନମ୍ବର ରଖୁଥିଲେ, ସେମାନଙ୍କୁ ୪୦ ପ୍ରତିଶତରୁ କମ୍ ନମ୍ବର ମିଳିଛି

Nuapada
ଅସହାୟ ଦୂରଙ୍କ ଦୁଃଖ ଶୁଣିବ କିଏ ? ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ

ସରକାରୀ ସହାୟତା ଆକାଶ କଇଁୟା ଚିଲିକା ମାଛ ପରି । ‍ବୟସର ଅପରାହ୍ନରେ ବୃଦ୍ଧ ମହିଳାଙ୍କ ଉପରେ ପରିବାର ବୋଝ । ବଳବୟସ ଗଲାଣି, ଚମ ଧୁଡ଼ୁ ଧୁଡ଼ୁ କରୁଛି, ତଥାପି ଘର କାମ କରୁଛନ୍ତି । ପୁଅ କାମ କରିପାରୁନି, ପରିବାର ଚଳାଉଛନ୍ତି । ଏମିତି ସମସ୍ୟାରେ ଜୀବନ ଜିଉଁଛନ୍ତି ଅସହାୟ ଦୂର ମାଝି ।

MLA
ଜଣେ ନିଆରା ନେତା : ସାଧାରଣ ଚାଷୀଙ୍କ ପରି କାଦୁଅ ବିଲରେ କାମ କରୁଛନ୍ତି, ଠୋଲାରେ ଭାତ ଖାଉଛନ୍ତି, ମାଟି ଘରେ ରହୁଛନ୍ତି

ନେତା ହେବା ପରେ ବି ବଦଳି ନାହାନ୍ତି । ଚାରିଥର ସରପଞ୍ଚ, ଥରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଥରେ ଜିଲ୍ଲା ପରିଷଦ ସଦସ୍ୟ ଆଉ ଏବେ ବିଧାୟକ । ବିଧାୟକଙ୍କୁ ଛୁଇଁପାରିନି ଭିଆଇପି କଲଚର୍ । ପଦବୀ ପାଇବାର ପରେ ବି ତାଙ୍କର ଚାଲିଚଳନ, ଆଚାର ବ୍ୟବହାରରେ କିଛି ପରିବର୍ତ୍ତନ ଆସିନି । ଆଜିକାଲି ନେତା ମାନେ ପଦ ପଦବୀ ପାଇଗଲା ସେମାନଙ୍କ ଢାଞ୍ଚା ବଦଳି ଯାଉଥିବା ଦେଖାଯାଉଛି ।

orissa high court
ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

 police personnel suspended
ନିଲମ୍ବିତ ହେଲେ ୪ ପୋଲିସ୍‌

ନିଲମ୍ବିତ ହେଲେ ୪ ପୋଲିସ୍‌ କର୍ମଚାରୀ। କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନାର ୪ ଜଣ ପୋଲିସ୍‌ଙ୍କୁ ନିଲମ୍ବନ କରାଯାଇଛି। 

5T SEC
ପାୱାରଫୁଲ୍‌ ଫାଇଭ୍‌-ଟି ସଚିବଙ୍କୁ ଛଟେଇ ନର୍ସିଂ ଷ୍ଟାଫ୍‌ଙ୍କ ବିରୋଧ

ପାୱାରଫୁଲ୍‌ ଫାଇଭ୍‌-ଟି ସଚିବକୁଙ୍କୁ ବିରୋଧ । ସ୍ଥିତି ସମୀକ୍ଷା ବେଳେ ସଚିବଙ୍କୁ ବିରୋଧ କଲେ ଛଟେଇ ନର୍ସିଂ ଷ୍ଟାଫ୍‌ । ରାଜ୍ୟ ସରକାରଙ୍କ ସଚିବ ସ୍ତରୀୟ ହାଇଲେଭେଲ୍ ଟିମ୍ ଆଜି ବଲାଙ୍ଗୀର ଗସ୍ତ କରି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଓ ଭିତ୍ତିଭୂମିର ତଦାରଖ କରିଛନ୍ତି ।

  • Wednesday, 04 August 2021
  • Odisha
PMAY Scam
ଯୋଜନା ଆସୁଛି କାହା ପାଇଁ ଆଉ ପାଉଛି କିଏ?

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଦରଡ଼ା ପଞ୍ଚାୟତର ୨ଟି ଘର ଦେଖିବାକୁ ମିଳିଛି। ସରକାରଙ୍କ ଆଖିରେ ୨ ମହଲା କୋଠା ତୋଳୁଥିବା ସୁଜୟ ପଟ୍ଟନାୟକ ଆବାସ ଯୋଜନା ପାଇଁ ଯୋଗ୍ୟ, ହେଲେ ଆଜବେଷ୍ଟସ୍ ଓ ଜରିପାଲ ତଳେ ଥିବା କାଶୀନାଥ ରାଉଳ ଅଯୋଗ୍ୟ ହୋଇଛନ୍ତି। ପଲସିଆ ଗାଁର ସୁଜୟଙ୍କର ଆନୁମାନିକ ୫୦ ଲକ୍ଷ ଟଙ୍କାର ସଂପତ୍ତି ଥିଲେ ବି ୨୦୧୯-୨୦ରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ଅଭିଯୋଗ ହୋଇଛି। ଏବେ ସେ ୧୬ଶହ ବର୍ଗଫୁଟର ୨ମହଲା କୋଠା ତୋଳୁଛନ୍ତି। ହେଲେ ବିଡ଼ମ୍ବନା, ବାରମ୍ବାର ଆବେଦନ ପରେ ବି କାଶୀନାଥଙ୍କ ଭାଗ୍ୟ ଫିଟୁନି। ସେପଟେ ଏନେଇ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି ବସ୍ତା ବିଡିଓ।

satabhaya
ଇତିହାସ ପାଲଟିବ ସାତଭାୟା : ମା ପଞ୍ଚୁ ବରାହୀଙ୍କ ମନ୍ଦିର ଦେଖି ପାରିବେନି ଆଗାମୀ ପୀଢ଼ି

ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର