ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସଂପାଦିକା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।
କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ।
ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।
୧୯୮୦ ମସିହାରେ ଭଗବାନ ପାଙ୍ଗି ଡାକ ବିଭାଗ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବା ପରେ ଡାକ ବିଭାଗରେ ଚାକିରି ଛାଡିଥିଲେ। ନିଜସ୍ୱ ଜମି ନଥିବାରୁ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଜଙ୍ଗଲରେ ୪୦ ବର୍ଷ ତଳେ ଚାଲି ଆସିଥିଲେ ।
ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା ।
ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ୍ ଆଲର୍ଟ ଜାରି କରାଯାଇଛି ।
ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ। ତା ଛଡ଼ା ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଭାତ କହିଛନ୍ତି।
ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ କାଲିଠୁ ଭକ୍ତଙ୍କ ଲାଗି ଖୋଲିବାକୁ ଯାଉଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ। ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।
ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି।
ଦିନ ଦିନ ଧରି ହାତୀ ଉପଦ୍ରବରେ ନାକେଦମ୍ ହେଲେଣି ମୟୂରଭଂଜ ଜିଲ୍ଲାର କରଞ୍ଜିଆ ଓ ଦୁଧିଆଣି ରେଞ୍ଜର ଶିରମଣିପୁର, କୁଂଜିଆମ, ମତା, ବଡଦେଉଳି, ସାନ ଦେଉଳି, ବାଲିପୋଷି, ନୂଆଗାଁ, ନେଡଡ଼ୁଆପାଳ ଭଳି ଗାଁ ଗୁଡିକ । ଗଲା ୩୦ ଦିନ ମଧ୍ୟରେ ପ୍ରାୟ ୩୫ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରୁଛନ୍ତି
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକକୁ ବାତ୍ୟା ୟାସ ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଆଜିଯାଏ ବଣ୍ଟା ଯାଇ ପାରିନାହିଁ । ପଂଚାୟତ କାର୍ଯ୍ୟାଳୟରେ ପଡି ପଡି ନଷ୍ଟ ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାଇ ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।
ମାଲକାନଗିରି ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ମାମଲାରେ ରଦ୍ଦ ହେଲା । ଆନ୍ଧ୍ର କଂପାନୀର ସଲଭେନ୍ସି ସାର୍ଟିଫିକେଟ୍ କିଛି ମାସ ତଳେ ଜିଲ୍ଲାରେ ଲଘୁ ଖଣିଜ ଟେଣ୍ଡର ବେଳେ ଜିଲ୍ଲା ପ୍ରଶାସନ ଅନିୟମିତତା କରିଥିବା ନେଇ ଅଭିଯୋଗ ଆସିଥିଲା । ଆନ୍ଧ୍ରର ଜଣେ ଠିକାଦାର ଭୁଲ ତଥ୍ୟ ଦେଇ କୋଟିଏ ଟଙ୍କାର ସଲଭେନ୍ସିଂ ହାତେଇ ଥିବା ଅଭିଯୋଗ ହୋଇଥିଲା
ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ।
ମାନ୍ୟତା ପରେ ମିଳୁଛି ମାନ୍ୟତା। ହେଲେ ବଦଳୁନି ଭିତ୍ତିଭୂମି। ନା ଅଛନ୍ତି ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନା ଆରମ୍ଭ ହୋଇପାରୁଛି ଦ୍ୱିତୀୟ କ୍ୟାମ୍ପସ।ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟରେ ଏଭଳି ଅସୁବିଧା ଦେଖିବାକୁ ମିଳିଛି।
ସ୍କୁଲ୍ ଓ କଲେଜ ପରେ କାଲିଠୁ ଖୋଲୁଛି ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । ଏଥିପାଇଁ କ୍ୟାମ୍ପସ୍କୁ ବିଶୋଧନ ସହ ଛାତ୍ରଛାତ୍ରୀଙ୍କୁ ସଂକ୍ରମଣମୁକ୍ତ ପରିବେଶରେ ରଖିବାକୁ ସବୁ ପ୍ରକାର ପଦକ୍ଷେପ ନେଇଛନ୍ତି ସମସ୍ତ ଶିକ୍ଷାନୁଷ୍ଠାନ ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଜାରି ରହିଛି ରାଜନୈତିକ ଘମାସାନ । ଯୋଜନାରେ ଘୋଟାଲାକୁ ନେଇ ବିରୋଧୀ ଖଡ୍ଗହସ୍ତ ।
ଆବାସ ଯୋଜନାରେ ପୁଣି ଦୁର୍ନୀତି ହୋଇଥିବା ନେଇ ଆସିଲା ଅଭିଯୋଗ। ଯୋଜନାରୁ ବଂଚିତ ହୋଇଛନ୍ତି ବହୁ ଯୋଗ୍ୟ ହିତାଧିକାରୀ। କେବଳ ଏତିକି ନୁହେଁ ବରଂ ଆବାସ ଗୃହ ଯୋଗାଇ ଦେବା ଲାଗି ହିତାଧିକାରୀମାନଙ୍କୁ ଲାଂଚ ମଗାଯାଉଥିବା ପରି ଅଭିଯୋଗ ବି ହୋଇଛି । ହାତଗୁଞ୍ଜା ନଦେଲେ ଆବାସ ଗୃହ ମିଳୁ ନଥିବା ଲୋକେ ସିଧାସଳଖ ଅଭିଯୋଗ କରିଛନ୍ତି
ବୋଧ ହୁଏ ଏହା ଦୁନିଆର ସବୁଠୁ ଛୋଟ ନଦୀ । ଯାହାକି ମାତ୍ର ୪ରୁ ୫ଟି ଘର ପର୍ଯ୍ୟନ୍ତ ପ୍ରବାହିତ ହୋଇଛି । ଏହାର ଲମ୍ବା ଏତିକି ରହିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
୪ ଛୁଆଙ୍କ ଜନ୍ମ ଖବର ଜାଣିବା ପରେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ସେ ଲେଖିଛନ୍ତି ଯେ ଓଡ଼ିଶାରେ ଘଟିଲା ଭାରତୀୟ ଚିକିତ୍ସା ଇତିହାସର ଏକ ବିରଳ ମୁହୂର୍ତ୍ତ। ଏକାଥରେ ଜନ୍ମନେଲେ ୪ଟି ଲକ୍ଷ୍ମୀ ଆଉ ମୁଁ ହେଲି ମାମୁଁ ।
କେବଳ ରାଜ୍ୟ ନୁହେଁ, ଦେଶବ୍ୟାପୀ ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ। ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି।
କରୋନାରେ ଜୟନ୍ତୀଙ୍କ ପୁରା ପରିବାର ସଂକ୍ରମିତ ହେବା ପରେ ଘରେ କ୍ୱାରେଣ୍ଟିନ୍ରେ ରହିଥିଲେ। ସେତେବେଳେ ଘରେ ଖାଲି ବସିବା ଅପେକ୍ଷା କିଛି କରିବା ପାଇଁ ଯୋଜନା କରିଥିଲେ ଜୟନ୍ତୀ। ପରେ ମାଆଙ୍କ ସହ ମିଶି ଏସବୁ ପ୍ରସ୍ତୁତ କରିବା ସହ ନୂଆ ବିଜନେସ୍ ସେଟ୍ଅପ୍ କରିଥିଲେ।
ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା । ନା ଅଛି ପଥର ପ୍ୟାକିଂ ନା କରାଯାଉଛି ବିକଳ୍ପ ବ୍ୟବସ୍ଥା । ଅନେକ ସ୍ଥାନରେ ବନ୍ଧ ଫାଟି ଆଁ କରିଛି । ବଡ଼ ବଡ଼ ଗଛଲତା ମାଡି ଯାଇଥିବାରୁ ନଦୀ ଫୁଲିଲେ ବନ୍ଧରେ ଘଳିଆ ସୃଷ୍ଟି ହେବାର ଆଶଙ୍କା କରୁଛନ୍ତି ଲୋକେ
ରାଜ୍ୟରେ ଏବେ ପାଖାପାଖି ହଜାରେ ଡେଙ୍ଗୁ ରୋଗୀ ରହିଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି । ତେବେ ହଜାରେ ଭିତରୁ କେବଳ ଭୁବନେଶ୍ୱର ମହାନଗର ନିଗମରୁ ୭୧୪ କେସ୍ ରହିଛି ।
କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ?