୧୯୯୯ ମହାବାତ୍ୟା ପରଠୁ ଏମିତି ନିୟମିତ ଚାଲିଛି। ପରିବାର- ପିଲାଛୁଆ ଧରି ଦି ପଇସା କମେଇବାକୁ ଗାଁଠୁ ହଜାର ହଜାର କିଲୋମିଟର ଦୂର ଚେନ୍ନାଇ ଓ କେରଳ ଧାଉଁଥିବା ସାତଭାୟାର ଲୋକମାନେ କିଏ ଇଟା ଭାଟିରେ ତ କିଏ ସୂତାକଳରେ ତ ପୁଣି କିଏ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଛନ୍ତି ।
ସମୁଦ୍ରର କରାଳ ରୂପରେ ସାତଭାୟାର ସାତ ଟି ଗାଁ ଲୀନ ହୋଇଯାଇଥିବା ବେଳେ ସାତଭାୟାର ସ୍ମୃତି ବଖାଣୁଥିବା ଆରାଧ୍ୟ ଦେବୀ ମା ପଞ୍ଚୁ ବରାହିଙ୍କ ପୁରୁଣା ମନ୍ଦିର ମଧ୍ୟ ସମୁଦ୍ର ଧୀରେ ଧୀରେ ଲୀନ ହେବାକୁ ବସିଛି । ଜନବସତି ଆଡ଼କୁ ସମୁଦ୍ର ମୁହାଁଇବା ହେତୁ ପାଣିରେ ମିଶିବାକୁ ବସିଲାଣି ସାତଭାୟାର ମା ପଞ୍ଚୁ ବରାହୀଙ୍କ ମନ୍ଦିର