Advertisment

ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ତେଜିଲା ଆନ୍ଦୋଳନ

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବିରେ ତେଜିଲା ଆନ୍ଦୋଳନ

Sundargarh Bandh

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ତେଜିଛି। କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳୁ ସକାଳୁ ସହରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ କାଁ ଭାଁ ଗାଡ଼ି ମୋଟର ଚଳାଚଳ କରୁଥିବା ନଜର ଆସିଛି। ଏହି ବନ୍ଦ ଯୋଗୁ ଏମ୍‌ସିଏଲ୍‌ରୁ କୋଇଲା ପରିବହନ ପ୍ରଭାବିତ ହୋଇଛି।

Advertisment

ସୁନ୍ଦରଗଡ଼ରେ ନବ ନିର୍ମିତ NTPC ମେଡିକାଲ ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ ରାଜ୍ୟ ସରକାର କେନ୍ଦ୍ରକୁ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଚିଠି ଲେଖିଥିଲେ। କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ NTPC ମେଡିକାଲ କଲେଜ ପରିଦର୍ଶନ କରି ଭିତ୍ତିଭୂମି ତଦାରଖ କରିବା ପରେ ଜନସାଧାରଣଙ୍କ ମନରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ଆଶା ସଞ୍ଚାର ହୋଇଥିଲା। ହେଲେ କାମ ଆରମ୍ଭ ହେଉନାହିଁ। ଫଳରେ ଏନେଇ କଂଗ୍ରେସ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଯାହାକୁ ସହରର ଜନସାଧାରଣ ସମର୍ଥନ ଜଣାଇଛନ୍ତି।

ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ‘ସୁନ୍ଦରଗଡ଼ ଜିଲ୍ଲା ହସ୍ପିଟାଲ୍‌ରେ ୪୦ ଜଣ ଡାକ୍ତର ନାହାନ୍ତି। ଖାଲି ମେଡିକାଲ୍‌ କଲେଜ ପ୍ରତିଷ୍ଠା କରି ଦେଲେ ସ୍ୱାସ୍ଥ୍ୟ ସେବା ମିଳେ ନାହିଁ। ମେଡିକାଲ୍‌ କଲେଜରେ ଉପଯୁକ୍ତ ଡାକ୍ତର ଓ ବିଭାଗ ରହିବା କଥା। ଚିକିତ୍ସା ପାଇଁ ସୁନ୍ଦରଗଡ଼ ଉପରେ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଗରିବ ଶ୍ରେଣୀର ଲୋକ ମଧ୍ୟ ନିର୍ଭର କରୁଛନ୍ତି। ତେଣୁ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେବା ନିହାତି ଜରୁରୀ। କାହିଁକି ପଶ୍ଚିମ ଓଡ଼ିଶାର କୌଣସି ଦାବି ସରକାର ଗ୍ରହଣ କରୁ ନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ ବୈମାତୃକ ମନୋଭାବ ରଖି ସୁନ୍ଦରଗଡ଼କୁ ଅଣଦେଖା କରୁଛନ୍ତି।’ 

Advertisment
Congress AIIMS Sundargarh Sundargarh Bandh Establishment Of AIIMS
Advertisment
Advertisment