ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍ । ନିଆଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ ।
ସକ୍ଷମ ଭିନ୍ନକ୍ଷମ । କାହିରି ଉପରେ ବୋଝ ହେବାକୁ ଚାହାନ୍ତିନି । ସ୍ୱାଭିମାନର ସହ ବଞ୍ଚିବାର ଆଶା ବରଗଡ଼ର ଭିନ୍ନକ୍ଷମ ଯୁବକ ମଧୁସୂଦନ ବାଗଙ୍କୁ ବାଟ କଢ଼ାଉ ନେଉଛି । ପୋଲିଓ ଗ୍ରସ୍ତ ହୋଇ ଜନ୍ମରୁ ଭିନ୍ନକ୍ଷମ, ହେଲେ ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଭିନ୍ନକ୍ଷମତା । ଦିନଥିଲା ସେ ଶିକ୍ଷା ସହାୟକ ଭାବେ ପିଲାଙ୍କୁ ପାଠ ପଢ଼ାଉଥିଲେ ।
ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ ଅଛନ୍ତି।
ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି ।
ରାୟଗଡ଼ା ଜିଲ୍ଲା ଆନ୍ଧ୍ର ଓଡ଼ିଶା ସୀମାନ୍ତ ନାଗାବଳୀ ନଦୀରେ ବିପଦସଙ୍କୁଳ ଭାବେ ରାସ୍ତା ପାର କରୁଛନ୍ତି ଲୋକେ । ପାଦେପାଦେ ବିପଦ ଥିଲେ ବି ଦୈନଦିନ ଜୀବନ ଜାପନ ପାଇଁ ନଦୀ ଏପାରିରୁ ସେପାରିକୁ ଯିବାକୁ ବାଧ୍ୟ ହେଉଛନ୍ତି । ଭରା ନଦୀରେ ବାଜି ଲାଗିଛି ଜୀବନ । କିଏ ମୁଣ୍ଡରେ ଭାର ବୋହି ଚାଲିଛି ତ କିଏ ଶଗଡ଼ ଗାଡ଼ି ସାହାଯ୍ୟରେ ନଦୀ ପାର ହେଉଛି
୪ ମାସର ବ୍ୟବଧାନ ପରେ ଆସନ୍ତାକାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇବେ ଭକ୍ତ।
ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ସୀମାରେ ଦିନ ରାତି ଜଗୁଛନ୍ତି ଯବାନ । ହେଲେ ଏପଟେ ନିଜ ପରିବାର ଅସୁରକ୍ଷିତ । ଏକ ଜମିଜମା ବିବାଦକୁ ନେଇ ପଡ଼ୋଶୀଙ୍କ ନିର୍ଯାତନା ଓ ପୋଲିସ ବିରୋଧରେ ନାଲିଆଖି ଅଭିଯୋଗ ଆଣିଛନ୍ତି ଜଣେ ଯବାନ ।
ମାଷ୍ଟରକ୍ୟାଣ୍ଟିନସ୍ଥିତ ଐତିହ୍ୟ ଘୋଡ଼ା ଚତୁଃପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ମୂର୍ତ୍ତି ସ୍ଥାନାନ୍ତର ବେଳେ ଭାଂଗିଗଲା ନର୍ତ୍ତକୀ ମୂର୍ତ୍ତି । ଏହାର ପ୍ରତିବାଦ କରି ଆଜି ଘୋ଼ଡା ଏବଂ ଯୋଦ୍ଧା ମୂର୍ତ୍ତି ତଳେ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା ।
କଟକ ଚୌଦ୍ୱାର ଭଟିମୁଣ୍ଡା ଗାଁରେ ପ୍ରାୟ ୨ ହଜାର ଲୋକେ ବାସ କରୁଥିବା ବେଳେ ୫୦ରୁ ଅଧିକ ପରିବାର ପିତ୍ତଳ ବାସନ ପ୍ରସ୍ତୁତରେ ନିରନ୍ତର ଲାଗିଛନ୍ତି । ରଡ଼ ନିଆଁରେ ପିତଳକୁ ଆଉଟି ଗରା ପ୍ରସ୍ତୁତରେ ଲାଗିଛନ୍ତି କାରିଗର । ନିଆଁ ପାଖରେ ଅହରହ ପରିଶ୍ରମ ପରେ ପ୍ରସ୍ତୁତ ହେଉଛି ଚିକଚିକ୍ କରୁଥିବା ଗରା
ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ । ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ ଗହ୍ମା ପୁର୍ଣ୍ଣମୀ ଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ। ଏହାସହ ଅନେକ ସଂଗ୍ରାମୀ ଆହତ ମଧ୍ୟ ହୋଇଥିଲେ। ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି
ମୟୂରଭଂଜ ଜିଲ୍ଲାରେ ଘାଟି ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତାରେ ଯିବାକୁ ଡରୁଛନ୍ତି ଡ୍ରାଇଭର । ୪୯ ନମ୍ବର ଜାତୀୟ ରାଜପଥର ଏହି ବାଙ୍ଗିରୀପୋଷି ଘାଟିରେ ଗତ ୭ ବର୍ଷରେ ୫୨ ଜଣଙ୍କ ପ୍ରାଣହାନି ହୋଇଛି, ଆହତ ହୋଇଛନ୍ତି ଶତାଧିକ । ୨ ଦିନ ତଳେ ଘାଟିର ଶହେ ଫୁଟ ରାସ୍ତା ତଳକୁ ଖସିପଡିଥିଲା ମାଲ ବୋଝେଇ ଟ୍ରକ
ଗୋବରରେ ଖେଳନା ତିଆରି କରୁଛନ୍ତି ମହିଳା । ଦେଖିଲେ ଆଖି ଲାଖି ରହିଯିବ । ଗୋବରରେ ଯେ ଏତେ ସୁନ୍ଦର ଖେଳନା ତିଆରି କରିହୁଏ, ତାହା ବିଶ୍ୱାସ କରିହେବନି । ଗ୍ରାମାଞ୍ଚଳରେ ଯେଉଁଠି ଗୋବରକୁ ଘର ଲିପିବାରେ ବ୍ୟବହାର କରାଯାଏ, ସେଠାରେ କିଛି ମହିଳା ଏହାକୁ ସଂଗ୍ରହ କରି ପିମ୍ପୁଡି ମରା ପାଉଡର, ପାଉଁଶ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତି ।
ସୀମା ଜଗି ଦେଶକୁ ସୁରକ୍ଷା ଦେଉଛନ୍ତି ଯବାନ, ହେଲେ ଏପଟେ ନିଜ ଗାଁରେ ଅସୁରକ୍ଷିତ ପରିବାର। ପରିସ୍ଥିତି ଏପରି ଯେ ଯବାନଙ୍କ ବାପାମା’ ନିର୍ଯାତିତ ହୋଇ ନ୍ୟାୟ ନପାଇ ଆତ୍ମହତ୍ୟା କରିବାକୁ ବାହାରିଲେଣି। ପରିବାର ପାଇଁ ଜମ୍ମୁ ଓ କଶ୍ମୀରରୁ ଭିଡିଓ କରି ସୁରକ୍ଷା ଭିକ୍ଷା କରିଛନ୍ତି ଯବାନ ନନୀଗୋପାଲ ମହାପାତ୍ର।
ଗଞ୍ଜାମ ଜିଲ୍ଲା ଛତ୍ରପୁର ଉଜ୍ଜଳେଶ୍ୱରୀ ମନ୍ଦିର ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ୱ ନିକଟରେ ଅସହାୟ ହୋଇ ପଡ଼ିରହିଛି ବୃଦ୍ଧ ଘୋଡ଼ା । ମଣିଷ ଯେ ଏତେ ସ୍ୱାର୍ଥପର ତାହାର ଆଉ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳୁଛି। ମାଲିକ ଜୀବନ ସାରା ଘୋଡ଼ାକୁ ବ୍ୟବହାର କରି ଟଙ୍କା ରୋଜଗାର କରୁଥିଲା, ତାର ପରିବାର ପ୍ରତିପୋଷଣ କରୁଥିଲା।
ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜରେ ଶିକ୍ଷାର ବିକାଶ ଲାଗି ଏହି କୋଠାରେ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାଁରେ କଲେଜ ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆଜିଯାଏ ଏହି କୋଠାରେ ଏମ୍ପିସି କଲେଜ ଚାଲିଛି। ହେଲେ କୋଠାଟି ଧିରେ ଧିରେ ନଷ୍ଟ ହେବାକୁ ବସିଲାଣି। ଏମିତି ସ୍ଥିତି ହୋଇଛି ଯେ, ସରକାରଙ୍କ ପକ୍ଷରୁ ଏହି କଲେଜ କୋଠାର ୫ଟି ଅଂଶକୁ ବିପଦଜନକ ବୋଲି ଘୋଷଣା ମଧ୍ୟ କରାଯାଇଛି।
ଅସୁରକ୍ଷିତ ଜାତୀୟ ରାଜପଥ। ଯାଜପୁର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ହେଉ କିମ୍ବା ମୟୂରଭଞ୍ଜ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ, ଏଗୁଡିକ ଏବେ ମରଣଯନ୍ତା ପାଲଟିଛି। ଗାଡ଼ି ଚଳାଇବାକୁ ଡରୁଛନ୍ତି ଡ୍ରାଇଭର, ଯା’ଆସ କରିବାକୁ ଭୟ କରୁଛନ୍ତି ଲୋକେ।
ଗରିବ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ହେଲେ ରାୟଗଡା ପୌର ପରିଷଦ ଅଞ୍ଚଳରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି। ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘରଟିଏ ହୋଇଛି ସାତସପନ। ବର୍ଷବର୍ଷ ଧରି ବାସହୀନ ଗରିବ ଲୋକ ଘର ଖଣ୍ଡିଏ ପାଇବା ପାଇଁ ବାରମ୍ବାର ପୌର କାର୍ଯ୍ୟାଳୟକୁ ଦୌଡୁଥିଲେ ବି କିଛି ଫଳ ମିଳୁନି।
ଏପରିକି ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି।
ନୂଆ ନିୟମ ଅନୁସାରେ ଭୋଟ ଗ୍ରହଣ ଶେଷ ହେବାପରେ ପ୍ରିଜାଇଡିଂ ଅଫିସର୍, ପ୍ରାର୍ଥୀ କିମ୍ବା ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ବେଲଟ୍ ବକ୍ସ ଓ ଅନ୍ୟାନ୍ୟ ପେପର୍ ସିଲ୍ଡ କରିବେ। ତାପରେ ତାକୁ ଇଲେକସନ୍ ଅଫିସରଙ୍କ ପାଖକୁ ପଠାଯିବ। ଆଉ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାପରେ ବ୍ଲକରେ କାଉଣ୍ଟିଂ ହେବ।
ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ ନେଇ ଲୋକଙ୍କ ମନରେ କ୍ରେଜ୍ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।
ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ
ରାଜ୍ୟରେ ରହିଥିବା ହାତୀଙ୍କ ସୁରକ୍ଷା ଲାଗି ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ, ହାତୀଙ୍କ ଚଲାପଥ ସୁରକ୍ଷିତ କରିବାକୁ ଖୁବଶୀଘ୍ର ୧୪ଟି ହାତୀ କରିଡର ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗ୍ରୀନ ଟ୍ରିବ୍ୟୁନାଲ । ୨ ମାସ ମଧ୍ୟରେ ଏନେଇ ବିଜ୍ଞପ୍ତି ଜାରି କରିବାକୁ କୁହାଯାଇଛି ।
ଦେଶବିଦେଶରେ ମହକିବ କୋରାପୁଟ କଫି । ଟାଟା କମ୍ପାନୀ ଏହାକୁ କିଣିବା ପାଇଁ ଆଗ୍ରହ ଦେଖାଇବାପରେ ବେସ୍ ଉତ୍ସାହିତ ଅଛନ୍ତି କୋରାପୁଟର ଚାଷୀ । ବିଶେଷ କରି ଆଦିବାସୀ କଫି ଚାଷୀମାନଙ୍କ ମଧ୍ୟରେ ଦେଖାଦେଇଛି ଆନନ୍ଦ ଓ ଉତ୍ସାହ । କୋରାପୁଟ କଫିର ଚାହିଦା ବଢିବା ସହ ଆଦିବାସୀ ଚାଷୀଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ଆଶା ମଧ୍ୟ ଦେଖାଦେଇଛି ।
ଭଦ୍ରକ ବନ୍ତ ବ୍ଳକ ଅଧିନସ୍ତ ବସନ୍ତିଆ ପଞ୍ଚାୟତ ସିଲନ୍ଦୀ ଗାଁର ଉଦୟନାଥ କର । ପେଶାରେ ମେକାନିକାଲ ଇଞ୍ଜିନିଅର, ନିଶା ଚାଷ । ତାହା ପୁଣି ଭଳିକି ଭଳି ଚାଷ । ଜମିରେ ଗଛ ତ ଲଗାଇଛନ୍ତି । ତାସହ ମାଛଚାଷ, କୁକୁଡ଼ା ଚାଷ, ଜିଆ ଚାଷ, ଧଳା ଘୁଷୁରୀ, ଠେକୁଆ ଚାଷ କରିଛନ୍ତି । ଏପରିକି ଗୋପାଳନ ସହ ଦୁଗ୍ଧ ଚାଷ କରି ବେଶ୍ ଦୁଇ ପଇସା ଉପାର୍ଜନ କରୁଛନ୍ତି ଉଦୟନାଥ
ଖୋର୍ଦ୍ଧା ବାଣପୁର ଥାନା ଗମ୍ଭାରୀମୁଣ୍ଡା ଗାଁରେ ଏକ ଅଘଟଣ ଘଟି ଯାଇଛି। ରୋଷେଇ ଗ୍ୟାସ ଟାଙ୍କି ଫାଟି ପୋଡ଼ିହୋଇ ୭ ଆହତ ହୋଇଛନ୍ତି।