• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନବରଙ୍ଗପୁର: ସାର ପାଇଁ ଅସମ୍ଭାଳ ସ୍ଥିତି। ହାଉଜାଉ ଲୋକ, ଅସମ୍ଭାଳ ଭିଡ଼। ଠେଲାପେଲା ସହ ଭଙ୍ଗାରୁଜା। ଏଭଳି ସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଝରିଗାଁ ଲ୍ୟାମ୍ପ୍‌ସରେ। ପୂର୍ବ ପ୍ରତିିଶ୍ରୁତି ମୁତାବକ ଚାଷୀମାନେ ସାର ନେବା ପାଇଁ ଆଜି ଭିଡ଼ ଲଗାଇଥିଲେ। ପ୍ରତ୍ୟେକ ଚାଷୀଙ୍କୁ ଗୋଟିଏ ଲେଖାଏଁ ସାର ବସ୍ତା ଦେବାକୁ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଦୁଇ ବସ୍ତା ଲେଖାଏଁ ସାର ନେବାକୁ କିଛି ଚାଷୀ ଜିଦ୍ ଧରିଥିଲେ ଯାହାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି।

ଏପରିକି ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦ୍ଦେଶକଙ୍କୁ ଧସ୍ତାଧସ୍ତି କରିବା ସହ ଚେୟାର ଟେବୁଲ ଭଙ୍ଗାରୁଜା କରିଥିଲେ। ଚାଷୀ ପରେ ଝରିଗାଁ ତହସିଲଦାର, ଉମରକୋଟ ଏସଡିପିଓ ଓ ଝରିଗାଁ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ଆଗକୁ ଅଧିକ ସାର ଆସିଲେ ଚାଷୀଙ୍କୁ ଦିଆଯିବ ବୋଲି ଝରିଗାଁ ତହସିଲଦାର କହିଛନ୍ତି।

ୟୁରିଆ ସାର ପାଇଁ ଗତ ୧୩ ତାରିଖରେ ଚାଷୀମାନେ ରାସ୍ତାକୁ ଓହ୍ଲାଇବା ସହ ଦୋକାନ ବଜାର ବନ୍ଦ କରିଥିଲେ। ପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାର ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।