ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଭୋଳନୂଆଗାଁ ଗାଁ। ଗାଁ ର ପୁଷ୍ପଲତା ନାୟକ ବିବାହର କିଛି ଦିନ ପରେ ସ୍ୱାମୀ ପରିତ୍ୟକ୍ତ ହେବାପରେ ୧୦ ବର୍ଷରୁ ଅଧିକ ସମୟ ଧରି ନିଜ ବାପ ଘର ନିକଟରେ ଏକ ଘର ନିର୍ମାଣ କରି ରହି ଆସୁଥିଲେ
ଛକୁ ମିଳିବ ପେନ୍ସନ। ଆଶ୍ଚଯ୍ୟ ଲାଗୁଥିଲେ ବି ସତ । ହରିଆଣାରେ ଗଛ ପାଇଁ ହୋଇଛି ପେନସନ୍ ଯୋଜନା। ଏଥିପାଇଁ ଗଛର ସର୍ବନିମ୍ନ ବୟସ ଅତିକମରେ ୭୫ ବର୍ଷ ହୋଇଥିବ ।
ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା ଉଦ୍ୟମ କରି ପରେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।
ନଦୀ ପାର ହେଉଥିଲା ଡମ୍ପର। ହଠାତ ଭୁଶୁଡି ପଡ଼ିଲା ପୋଲ। ନଦୀ ଭିତରେ ଖସିପଡ଼ିଲା ଡମ୍ପର। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲାରେ। ଘଟଣାସ୍ଥଳରୁ ଜଣକୁ ଉଦ୍ଧାର କରାଯାଇଛି।
ଚିକିତ୍ସା ଅବହେଳାରୁ ଆତ୍ମହତ୍ୟା କରିଥିବା ଦୁଷ୍ମନ୍ତ ମୃତ୍ୟୁ ମାମଲାରେ ଏସସିବି ମେଡିକାଲ କଲେଜ ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଅଧୀକ୍ଷକ ପ୍ରଫେସର ଲୁସି ଦାସଙ୍କ ନେତୃତ୍ୱରେ ଗଠିତ ୭ ଜଣିଆ ଟିମ୍ ଏହାର ରିପୋର୍ଟ ସରକାରଙ୍କୁ ଦେଇଛନ୍ତି ।
ଜମି କେଳେଙ୍କାରୀ ମାମଲାରେ ଜଣେ ତତ୍କାଳୀନ ଅତିରିକ୍ତ ତହସିଲଦାର ଓ ଦଲାଲ ସାଜିଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଉଠାଇ ନେଲା ପୋଲିସ।ଢେଙ୍କାନାଳ ସଦର ତହସିଲ ଅନ୍ତର୍ଗତ ସାନଷାଠିଏବାଟିଆ ଜମି କେଳେଙ୍କାରୀ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପ୍ରଦର୍ଶନ ନେଇ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ ନେଇ ସିଏଜି ସନ୍ତୋଷ ପ୍ରକାଶ କରିଛନ୍ତି।
ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ରହିଛି ଅନନ୍ୟ ଇକୋ ଟୁରିଜିମ୍ ବିଚିତ୍ରପୁରରେ ବର୍ଷକ ବାରମାସ ପର୍ଯ୍ୟଟକଙ୍କ ବେଶ ଭିଡ ଜମିଥାଏ । କିଛି ପର୍ଯ୍ୟଟନସ୍ଥଳୀକୁ କେବଳ ସମୁଦ୍ରର ମଜାନେବା ପାଇଁ ପର୍ଯ୍ୟଟକମାନେ ଆସିଥାନ୍ତି । କିନ୍ତୁ ବିଚିତ୍ରପୁରରେ ମିଳେ ଡବଲ ମଜା । କାରଣ ଏଠାରେ ସୁବର୍ଣ୍ଣରେଖା ନଦୀ କୀର୍ତ୍ତନିଆଠାରେ ସମୁଦ୍ରରେ ମିଶଛି । ତେଣୁ ଏହି ମିଳନସ୍ଥଳୀରେ ମ୍ୟାନଗ୍ରୋଭ ଭଳି ସାମୁଦ୍ରିକ ଗଛ ମାନଙ୍କରେ ବିଦେଶୀ ପକ୍ଷୀ ଦେଖାଯାଆନ୍ତି ।
ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।
ଷଷ୍ଠ ଶ୍ରେଣୀରୁ ମହାବିଦ୍ୟାଳୟ ସ୍ତରରେ ଛାତ୍ରୀ ମାନଙ୍କୁ ମିଳିବ ମାଗଣା ସାନିଟାରୀ ନାପ୍କିନ୍ । ଏହି ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର "ଖୁସି' ଯୋଜନା ଜରିଆରେ ଛାତ୍ରୀ ମାନଙ୍କୁ ମାଗଣାରେ ସାନିଟାରୀ ନାପ୍କିନ୍ ବଣ୍ଟନ କରାଗଲା ।
ପାଞ୍ଚ ମାସ ତଳେ ସ୍ୱାମୀଙ୍କ ଅକାଳ ବିଯୋଗ ପରେ ଆଠଟି ସନ୍ତାନଙ୍କ ଦାୟିତ୍ୱ ଲକ୍ଷ୍ମୀଙ୍କ ମୁଣ୍ଡ ଉପରେ । ୨୩ ବର୍ଷର ବଡ଼ ପୁଅ ଧର୍ମେନ୍ଦ୍ର ଜନ୍ମରୁ ଭିନ୍ନକ୍ଷମ । ସେହିପରି ଧର୍ମେନ୍ଦ୍ରଙ୍କ ଦୁଇ ଭାଇ ସୁଭମ ଓ ସନିଆ ମଧ୍ୟ ଭିନ୍ନକ୍ଷମ । ଚାରି ଝିଅ ଏବଂ ଚାରି ପୁଅକୁ ନେଇ ଲଷ୍ମୀଙ୍କ ପରିବାର । ପେଟର ଭୋକ ଠାରୁ ବଳି ପଡ଼ୁଛି ମୁଣ୍ଡ ଗୁଞ୍ଜିବାର ଚିନ୍ତା
ଡାକ୍ତର ନୁହଁନ୍ତି, ରୋଗୀଙ୍କୁ ଇଞ୍ଜେକ୍ସନ ଦେଲେ ସିକ୍ୟୁରିଟି ଗାର୍ଡ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓଟି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବୋଲି କୁହାଯାଉଛି।
ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।
ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ।
ବିଧାନସଭା ଆଗରେ ହାତକାଟି, ବିଷ ପିଇ ଆତ୍ମହତ୍ୟା ଉଦ୍ୟମ: ତରବରିଆ ଭାବେ ରାତି ଅଧରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରାଗଲା। ପୋଲିସ ଏସ୍କର୍ଟରେ ଶବକୁ ଗାଁକୁ ପଠାଇ ଦିଆଗଲା। ହେଲେ ଏତେ ତରବର ପ୍ରଶାସନ କାହିଁକି ?
ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି।
ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ
ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ଯୁବକ-ଯୁବତୀ ଚଳନ୍ତା ବାଇକରେ କରୁଥିଲେ ପ୍ରେମ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓ ଭୋପାଲର ଜଣାଶୁଣା ସହର ଭିଆଇପି ରୋଡର। ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ବାଇକ୍ ଚଲଉଥିବା ଯୁବକ ଆଡକୁ ମୁହଁ କରିଛି।
ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି
ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି ।
ଯାହାକୁ ଡରୁଥିଲେ ତାହା ହିଁ ଘଟିଲା। ବିଧାନସଭା ଆରମ୍ଭରୁ ପୋଲିସ ଓ ପ୍ରଶାସନକୁ ଘାରିଥିଲା ଆତ୍ମହତ୍ୟା ଉଦ୍ୟମ ଭୟ। କଡାକଡି ହୋଇଥିଲା କଟକଣା। ତଥାପି ଘଟିଲା। ବିଧାନସଭା ନିକଟରେ ପୁଣି ଅତ୍ମହତ୍ୟା ଉଦ୍ୟମ ହୋଇଛି।
ଦୁର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତା କେତେ ରହିବ, ସେ ନେଇ କୌଣସି ନିଷ୍ପତ୍ତି ଆଜି ନିଆଯାଇ ପାରିଲା ନାହିଁ । ପୁଣି ୨ ଦିନ ସମୟ ନେଇଛନ୍ତି ରାଜ୍ୟ ସରକାର।
କଟକ ଜିଲ୍ଲା ମାହାଙ୍ଗା ବ୍ଲକର ଲାପଟୁଆଁ-ବରାହିପୁର ଗାଁ । ପିଢ଼ି ପରେ ପିଢ଼ି ଏଠାରେ ସୁରକ୍ଷିତ ଜୀବନ ବିତାଉଛନ୍ତି ବାଦୁଡିମାନେ। ଗାଁର ଅନେକ ଗଛରେ ସେମାନେ ନିର୍ଭୟରେ ରୁହନ୍ତି । ଗାଁ ଲୋକଙ୍କ ବିଶ୍ଵାସ ଅନୁସାରେ ଗାଁରେ ବାଦୁଡ଼ିମାନେ ରହିବା ଦିନଠୁ ଗାଁ ଲୋକଙ୍କ ଉପରେ କାହାର କୁଦୃଷ୍ଟି ପଡୁନି ।
ଏମାନେ ଏକପ୍ରକାର ସ୍ୱତନ୍ତ୍ର ଧରଣର ମଇଁଷି। ଯେମିତି ଶକ୍ତିଶାଳୀ, ସେମିତି କାମିକା। ପାହାଡ଼ିଆ ଅଞ୍ଚଳରେ ଅଧିକ କାମ କରିପାରନ୍ତି। ଏମାନେ ହେଉଛନ୍ତି ମନ୍ଦା ମଇଁଷି। ଏମାନଙ୍କୁ ମିଳିଲା ଜାତୀୟ ମାନ୍ୟତା।