Advertisment

ବାରମ୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ନେଇ ତେଜିଛି ବିରୋଧ, ରାସ୍ତାକୁ ଓହ୍ଲାଇଲା ବିଜେପି

ବିଦ୍ୟୁତ୍‌ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ

author-image
Sarbeswar
BJP

BJP

ଭୁବନେଶ୍ୱର: ବିଦ୍ୟୁତ୍‌ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ତେବେ ୪ ମାସ ହେଲା ରିଭ୍ୟୁ ପିଟିସନର ନାଁ ଗନ୍ଧ ନଥିବା ବେଳେ ପୁଣି ଦର ବଢାଇବାକୁ ଓଇଆରସିଙ୍କ ନିକଟରେ ଆବେଦନ କରିଛି ଓଡିଶା ଜଳ ବିଦ୍ୟୁତ ନିଗମ- ଓଏଚ୍ପିସି। ଜୁଲାଇ ୨୮ରେ ହୋଇଥିବା ଏହି ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ରାସ୍ତାକୁ ଓହ୍ଲାଇଛି ବିଜେପି। ଦଳ ପକ୍ଷରୁ ଆଜି ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ଯାଏଁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି।

Advertisment

ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ବିଜେପିର ହାଲ୍ଲାବୋଲ। ବିଧାନସଭା ଚଲୋ ଅଭିଯାନରେ ଦଳୀୟ ନେତା ଓ କର୍ମୀ। ପୋଲିସ ସହ ଧସ୍ତାଧସ୍ତୀ ବି ହୋଇଛି। ବାରମ୍ବାର ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ନେଇ ତେଜିଛି ବିରୋଧ, ରାସ୍ତାକୁ ଓହ୍ଲାଇଛି ବିଜେପି। ବର୍ତ୍ତମାନର ଦର ୟୁନିଟ ପିଛା ୮୯.୨୮ ପଇସାକୁ ବଢାଇ ୯୫.୩୬ ପଇସା କରିବାକୁ ଜୁଲାଇ ୨୮ରେ ଓଇଆରସିରେ ଆବେଦନ କରିଛି ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ-ଓଏଚପିସି । ଏହା ଉପରେ ଶୁଣାଣି ବି ଆରମ୍ଭ ହୋଇଛି। ତେବେ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ଏହାକୁ ଜୋରଦାର ବିରୋଧ କରିଛନ୍ତି। କାରଣ ଗ୍ରିଡକୋ ଓଏଚ୍ପିସିଠାରୁ ଅଧିକ ଦରରେ ବିଦ୍ୟୁତ୍‌ କିଣିଲେ ବିତରଣ କଂପାନଙ୍କ ଜରିଆରେ ଗ୍ରାହକଙ୍କଠାରୁ ସେଇ ଅର୍ଥ ଆଦାୟ କରିବ। ତେଣୁ ଗ୍ରାହକଙ୍କ ଉପରେ ହିଁ ବୋଝ ବଢିବ। ତେଣେ ଏପ୍ରିଲରେ ଗ୍ରିଡକୋ ପାଇଁ ବଢିଥିବା ଶୁଳ୍କକୁ ବିରୋଧ କରି ବିଭିନ୍ନ ଘରୋଇ ଅନୁଷ୍ଠାନ ପକ୍ଷରୁ ଦାୟର ରିଭ୍ୟୁ ପିଟିସନର ଶୁଣାଣୀ ଚାଲିଥିବା ବେଳେ କଂପାନୀ ପୁଣି ଥରେ କାହିଁକି ଦର ବଢାଇବା ପାଇଁ ଆବେଦନ କରିଛି ତାକୁ ନେଇ ଉଠିଛି ପ୍ରଶ୍ନ।

Advertisment

୨୦୨୦-୨୧ ବର୍ଷରେ ୟୁନିଟ ପିଛା ୯୫.୩୬ ପଇସାରେ ଗ୍ରୀଡକୋକୁ ବିଦ୍ୟୁତ୍‌ ବିକିବାକୁ ଆବେଦନ କରିଥିଲା ଓଏଚ୍ପିସି। ତେବେ ଏପ୍ରିଲରୁ ଲାଗୁ ହୋଇଥିବା ନୂଆ ଟାରିଫ ଅର୍ଡରରେ ୟୁନିଟ୍ ପିଛା ୮୯.୨୮ ପଇସା ସ୍ଥିର କରିଥିଲେ ଓଇଆର୍ସି। ତେବେ ଏହାକୁ ନେଇ ଖଡଗହସ୍ତ ହୋଇଥିଲେ ବିରୋଧୀ। ବିଧାନସଭାରେ ସୃଷ୍ଟି ହୋଇଥିଲା ଝଡ଼। ତେବେ ବିଦ୍ୟୁତ୍ ଦର ବୃଦ୍ଧିକୁ ନେଇ ରିଭ୍ୟୁ ପିଟିସନ ଦାଖଲ କରାଯିବ ବୋଲି ସେତେବେଳେ ଗୃହକୁ ଆଶ୍ୱସ୍ତ କରିଥିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ମାତ୍ର ୪ ମାସ ବିତି ଯାଇଥିଲେ ମଧ୍ୟ ଏନେଇ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ପୁଣି ବିଦ୍ୟୁତ୍ ଦର ବଢାଇବାକୁ ଆବେଦନ କରିଛି ଓଏଚ୍ପିସି। ଏହା ଗ୍ରାହକଙ୍କୁ ଧୋକ୍କା ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ସରକାର ମିଛୁଆ ବୋଲି କହିଛି କଂଗ୍ରେସ।

ଓଏଚ୍ପିସି ଏବେ ବି ସଂପୂର୍ଣ୍ଣ ସରକାରଙ୍କ ଅଧୀନରେ ରହିଛି। ଖୋଦ୍ ଶକ୍ତି ବିଭାଗର ସଚିବ ମଧ୍ୟ ଓଏଚ୍ପିସିର ସିଏମ୍ଡି ରହିଛନ୍ତି। କରୋନା ମାଡ଼ରେ ତ୍ରସ୍ତ ରାଜ୍ୟବାସୀଙ୍କ ଉପରେ ସରକାରୀ କଂପାନି କାହିଁକି ବିଦ୍ୟୁତ୍ ବୋଝ ବଢାଇ ଚାଲିଛି, ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ବିଧାନସଭା ଚାଲିଥିବା କହି ବିଭାଗୀୟ ମନ୍ତ୍ରୀ କଥା ଏଡାଇ ଯାଇଛନ୍ତି।

Odisha Odisha Assembly
Advertisment
Advertisment