• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଖବର କାଗଜରେ ଗିଆଗଲା ପବ୍ଲିକ୍ ନୋଟିସ୍

ଭୁବନେଶ୍ୱର: ଆଇପିଏସ୍ ଏନ୍.ବି. ଭାରତୀ ନିଖୋଜ ପ୍ରସଙ୍ଗରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖବର କାଗଜରେ ଦିଆଗଲା ପବ୍ଲିକ ନୋଟିସ । ଆସନ୍ତା ଅକ୍ଟୋବର ୨୯ ତାରିଖ ଦିନ ୧୧ଟା ସମୟରେ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୁହାଯାଇଛି । ଏହି ତାରିଖରେ ଯଦି ସେ ହାଜର ନହୁଅନ୍ତି, ତେବେ ତାଙ୍କ ବିରୁଦ୍ଧରେ ଏକତରଫା ଭାବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପବ୍ଲିକ୍ ନୋଟିସ୍ ରେ ଦର୍ଶାଯାଇଛି ।

ଓଡ଼ିଶା ପୋଲିସର HRPCରେ କାର୍ଯ୍ୟରତ ଆଇପିଏସ୍ ଅଧିକାରୀ ଏନ୍.ବି. ଭାରତୀ ନିଖୋଜ ଅଛନ୍ତି । ୨୦୧୭ ମସିହାରୁ ସେ ନିଜ କାର୍ଯ୍ୟରେ ଯୋଗ ଦେଇନଥିବାରୁ ତାଙ୍କ ବିରୋଧରେ ଗୃହ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ୨୦୧୭ ନଭେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଛି । ତାଙ୍କ ଅନୁପସ୍ଥିତିର ତଦନ୍ତ କରିବାକୁ ରାଜ୍ୟ କ୍ରାଇମ୍ ରେକର୍ଡସ ବ୍ୟୁରୋର ଅତିରିକ୍ତ ଡିଜିଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା ଗୃହ ବିଭାଗ ।

ତଦନ୍ତକାରୀ ଅଧିକାରୀ ଆଇପିଏସ୍ ଏନ୍.ବି. ଭାରତୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । ପୋଲିସ ଫାଇଲରେ ଥିବା ତାଙ୍କର ଠିକଣାରେ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା । ଫଳରେ ତାଙ୍କ ଚାମ୍ବର ବାହାରେ ଲଟ୍କା ଜାରି କରାଯାଇଥିଲା । ଏଥିରେ ମଧ୍ୟ ସଫଳ ନହେବାରୁ ଗତକାଲି ଏକ ଦୈନିକ ଖବରକାଗଜରେ ପବ୍ଲିକ୍ ନୋଟିସ୍ ଜାରି କରାଯାଇଛି ।