Advertisment

ମଧ୍ୟାହ୍ନରେ ବିଧାନସଭା ସାମ୍ନାରେ ବିଷ ପିଇଥିଲେ, ଏବେ SCBରେ ପ୍ରାଣ ତ୍ୟାଗ କଲେ

ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି।

author-image
Sarbeswar
ଅଦ୍ୟତନ ହୋଇଛି
SCB କୋଭିଡ୍‌ ହସ୍ପିଟାଲ୍‌ର ଚାରି ମହଲାରୁ ଖସି ପଡ଼ିଲେ ରୋଗୀ

cuttack scb medical

ଭୁବନେଶ୍ୱର: ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି। BSKY କାର୍ଡ ଗ୍ରହଣ ହେଉନଥିବା ଓ SCBରେ ଚିକିତ୍ସା ମିଳୁନଥିବା ଅଭିଯୋଗ କରି, ଆଜି ବିଧାନସଭା ଆଗରେ ସେ ହାତ କାଟିବା ସହ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା।

Advertisment

କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ । ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସସିବିକୁ ଯାଇଥିଲେ । କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ତେବେ ଯିଏ ଯାହା କହିଲେ, ସେହି ଅନୁଯାୟୀ ସରକାରଙ୍କଠାରୁ ଏସସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଥିଲେ।

Advertisment

ସୂଚନା ଅନୁସାରେ, ୨୦୨୦ ମାର୍ଚ୍ଚରେ ସଡ଼କ ଦୁର୍ଘଟଣାରେ ବାମ ଗୋଡ଼ରେ ଗଭୀର କ୍ଷତ ଯୋଗୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହେବା ସହ ଦୁଇ ଦୁଇ ଥର ଅପରେସନ ବି ହୋଇଥିଲେ ଦୁଷ୍ମନ୍ତ। ଏହାପରେ ୧୫ ଜୁଲାଇ ୨୦୨୦ରେ କରୋନା ସଂକ୍ରମଣର ଆଳ କରି ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସବିକୁ ଯାଇଥିଲେ। କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ଜଗତସିଂପୁର ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଗୁହାରି କରିବା ପରେ ସେ ଏସସିବିକୁ ପଠାଇଥିଲେ ବି ସେଠାରେ ପୁଣି ନିରାଶ ହେବାକୁ ପଡ଼ିଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲ୍‌ରେ ଚିକିତ୍ସା ହୋଇପାରିବେ ବୋଲି କହିବା ପରେ ଗତ ଫେବ୍ରୁଆରୀ ୨ରେ ଘରୋଇ ହସ୍ପିଟାଲ୍‌ରେ ଆଡମିଶନ୍ ହୋଇଥିଲା ତାଙ୍କର। ତେବେ ଆଜି ମଧ୍ୟାହ୍ନରେ ସେ ବିଷ ପିଇ ଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡ଼ିଛି।

Odisha Cuttack Odisha Assembly SCB Medical
Advertisment
Advertisment