Advertisment

ଗାଁ ପୋଖରୀରେ ନିର୍ମାଣ ହେଲା ପାର୍କ

ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି

author-image
Sarbeswar
Pond

Pond

କେନ୍ଦ୍ରାପଡ଼ା: ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲାର କପାଳେଶ୍ୱର ପଂଚାୟତ । ଏଠାକାର ପରିବେଶ ଦେଖିଲେ ଆପଣ ବି ଚକିତ ହୋଇଯିବେ। ଗ୍ରାମୀଣ ପରିବେଶରେ ସହରୀ ଷ୍ଟାଇଲରେ ନିର୍ମାଣ ହୋଇଛି ଆଦର୍ଶ ପୋଖରୀ ଓ ପାର୍କ। ଯାହାର ସୌନ୍ଦର୍ଯ୍ୟକରଣ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମୁଛି। ସକାଳ ପ୍ରାତଭ୍ରମଣ ହେଉ, କି ନିଜର କାମଧନ୍ଦା ସାରି ଥକା ମେଣ୍ଟାଇବା, ପିଲାଠୁ ବୁଢା ସମସ୍ତଙ୍କ ଭିଡ଼ ଜମୁଛି ଏଠାରେ।

Advertisment

ରାତିର ଅନ୍ଧକାରରେ ପାଣି ମଝିରେ ଫାଉଣ୍ଟେନ ଲାଇଟର ସୁନ୍ଦର ଦୃଶ୍ୟ, ତାସାଙ୍ଗକୁ ଆଲୋକ ମାଳାରେ ସଜ୍ଜିତ ପାର୍କରେ ବସିବାର ମଜା। ଇଏ କୌଣସି ସହରୀ ପାର୍କର ଦୃଶ୍ୟ ନୁହେଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଜଜାଙ୍ଗ ଗାଁରେ ନୂତନ ଭାବେ ନିର୍ମାଣ ହୋଇଥିବା ଦୁଇଟି ଆଦର୍ଶ ପୁସ୍କରିଣୀ ଜେନା ପୋଖରୀ ଓ ବାଲିଚତୁରୀ ପୋଖରୀର ଦୃଶ୍ୟ। ପୋଖରୀ ହୁଡ଼ା ଚାରିପଟେ ବିଭିନ୍ନ ଜୀବଜନ୍ତୁଙ୍କ ଚିତ୍ର ସାଙ୍ଗକୁ ବୋଟିଂ, ଦୋଳି ଏବଂ ପ୍ରାତଭ୍ରମଣର ବ୍ୟବସ୍ଥା କରାଯାଇଛି। ସମୟ ମିଳିଲେ ପିଲାଠୁ ବୁଢା ସମସ୍ତେ ଧାଇଁ ଆସୁଛନ୍ତି ଏଠାକୁ ବୁଲିବାକୁ। ଗାଁ ପରିବେଶରେ ଏଭଳି ନିଆରା ପୋଖରୀ ଓ ପାର୍କ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି।

Advertisment

ଦିନଥିଲା ଏହି ସ୍ଥାନଟି ଅଳିଆ ଆବର୍ଜନା ଓ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା। ଆଉ ଏବେ ସେହି ସ୍ଥାନରେ ତିଆରି ହୋଇଛି ଆଦର୍ଶ ପୋଖରୀ ଓ ପାର୍କ । ଯାହାକି ଆଠ ମାସ ସମୟ ମଧ୍ୟରେ ୪୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ର୍ନିମାଣ କରାଯାଇଛି। ବ୍ଲକ ପ୍ରଶାସନରୁ ୯ ଲକ୍ଷ ଓ ପଞ୍ଚାୟତରୁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୩୪ ଲକ୍ଷ ଟଙ୍କା ଅନୁଦାନରେ ପାର୍କ ଓ ସୁନ୍ଦର ପୁଷ୍କରିଣୀ ର୍ନିମାଣ ହୋଇପାରିଛି। ଆଉ ସବୁଠୁ ବଡ଼କଥା ହେଉଛି ଏଥିରେ ପାଣି ପଶିବା ପାଇଁ ବୋରିଂ ବ୍ୟବସ୍ଥା ସହିତ ଉନ୍ନତ ମାନର ମାଛ ଚାଷ କରାଯାଉଛି। ଆଉ ଏହାକୁ ନେଇ ଯୁବ ପିଢ଼ି ଠାରୁ ଆବଳ ବୃଦ୍ଧ ବନିତା ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

Odisha News Kendrapada
Advertisment
Advertisment