Advertisment

ବଞ୍ଚିଥିବାବେଳେ ପଚାରିଲେନି, ମଲା ପରେ ଦୁଷ୍ମନ୍ତଙ୍କ ପରିବାରକୁ ଛୁଟିଲା ସହାୟତାର ସୁଅ

ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ।

author-image
Minati Mishra
suicide attempt at odisha assembly

suicide attempt at odisha assembly

ଭୁବନେଶ୍ୱର:ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିବା ପରେ ତତ୍ପର ହୋଇପଡ଼ିଛି ପ୍ରଶାସନ। ବଞ୍ଚିଥିବାବେଳେ ତାଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଥିଲେ ନିଜେ ଦୁଷ୍ମନ୍ତ ଓ ତାଙ୍କ ପରିବାର। ହେଲେ ଏବେ ପରିବାରକୁ ଛୁଟୁଛି ସହାୟତାର ସୁଅ। 

Advertisment

ଗତକାଲି ରାତି ୧୨ଟାରେ ପୋଷ୍ଟମର୍ଟମ ପରେ ସ୍ୱତନ୍ତ୍ର ଭାବେ ଜଣେ ମାଜିଷ୍ଟ୍ରେଟ, ଡାକ୍ତରଙ୍କୁ ଡକାଗଲା। ୩/୪ ଘଣ୍ଟା ଧରି ପୋଷ୍ଟମର୍ଟମ କରାଗଲା। ତାଙ୍କ ଗାଁର କିଛି ମୁରବୀ ଓ ତାଙ୍କ ମା’, ପତ୍ନୀ ମଧ୍ୟ ଆସିଥିଲେ। ଶବ ବ୍ୟବଚ୍ଛେଦ ପରେ ବାଲିକୁଦା ଓ କୁଜଙ୍ଗ ଥାନା ପୋଲିସର ସଶସ୍ତ୍ର ବାହିନୀ ଏସକର୍ଟ କରି ତାଙ୍କ ଶବକୁ ପଠାଇ ଦିଆଗଲା।  

Advertisment

ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶବ ସତ୍କାର ହୋଇଥିବା ଜଣାପଡିଛି । ତେବେ ଗାଁକୁ ମୃତଦେହ ନିଆ ନଯାଇ ପୁରୀ ସ୍ୱର୍ଗଦ୍ୱାରରେ ଆଜି ଭୋରରୁ ଶବ ସତ୍କାର କରାଯାଇଛି। ଏହାକୁ ନେଇ ଗାଁ ଲୋକ ଓ ପାଖ ପଡ଼ୋଶୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କାହିଁକି ରାତି ଅଧିଆ ପୋଷ୍ଟମର୍ଟମ କରାଗଲା ଏବଂ ପୋଲିସ ଏସକର୍ଟରେ କାହିଁକି ନିଆଗଲା ସେ ନେଇ ଅନେକ ପ୍ରଶ୍ନ ଉଠିଛି। 

ଅନ୍ୟପକ୍ଷେ  ମୃତ ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ କୁଜଙ୍ଗ ବଡ଼ପାଳରେ ଭେଟିଛନ୍ତି ସ୍ଥାନୀୟ ବିଡିଓ। ତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍ ଦେବା ସହ ଆଉ ୧୦ ଲକ୍ଷ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି। ସେତିକି ନୁହେଁ, ସ୍ତ୍ରୀଙ୍କୁ ଯୋଗ୍ୟତା ଅନୁସାରେ ଚାକିରି ନେଇ ମୌଖିକ ପ୍ରତିଶ୍ରୁତି ମିଳିଥିବା ମଧ୍ୟ ସୂଚନା ମିଳିଛି। ତେବେ ମୃତ୍ୟୁ ପରେ ପ୍ରଶାସନର ତତ୍ପରତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ।

ସୂଚନାଥାଉ କି, ଗତବର୍ଷ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା।  କଟକ ବଡ଼ ମେଡ଼ିକାଲରେ ଦୁଇ ଦୁଇ ଥର ଅପରେସନ ପରେ କରୋନା ସଂକ୍ରମଣ ଆଳରେ କର୍ତ୍ତୃପକ୍ଷ ତାଙ୍କୁ ଘରକୁ ପଠାଇଦେଲେ। ତାପରେ ଘରେ ଥିବା ସମୟରେ ଅସୁସ୍ଥ ହେବାରୁ ପୁଣି ଥରେ ଏସ୍‌ସିବିକୁ ଯାଇଥିଲେ। କିନ୍ତୁ ତାଙ୍କର ଆଡମିଶନ୍ ହୋଇପାରିଲାନି। ସରକାରଙ୍କଠାରୁ ଏସ୍‌ସିବି ଯାଏଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ଅଗଷ୍ଟ ୨୬ ତାରିଖରେ ଦୁଷ୍ମନ୍ତଙ୍କ ମା’ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ ବି ଏଯାଏଁ କୌଣସି ସହାୟତା ମିଳିନଥିବା ସେ ଅଭିଯୋଗ କରିଥିଲେ ।

Odisha News Odisha Assembly
Advertisment
Advertisment