/odishatv-khabar/media/post_attachments/uploadimage/library/16_9/16_9_0/IMAGE_1631100171.jpg)
Love in Bike
ଭୋପାଲ : ମଧ୍ୟପ୍ରଦେଶ ରାଜଧାନୀ ଭୋପାଲରେ ଏକ ଯୁବକ-ଯୁବତୀ ଚଳନ୍ତା ବାଇକରେ କରୁଥିଲେ ପ୍ରେମ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ପରେ ପୋଲିସ ସେମାନଙ୍କୁ ଖୋଜିବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡିଓ ଭୋପାଲର ଜଣାଶୁଣା ସହର ଭିଆଇପି ରୋଡର। ଏହି ଭିଡିଓରେ ଜଣେ ଯୁବତୀ ବାଇକର ଟାଙ୍କି ଉପରେ ବସିଥିବା ବେଳେ ବାଇକ୍ ଚଲଉଥିବା ଯୁବକ ଆଡକୁ ମୁହଁ କରିଛି। ଯୁବକ ଜଣଙ୍କ ମଧ୍ୟ ଯୁବତୀକୁ ଗଳାରେ ଲଗେଇ ବାଇକ ଚଲଉଥିବା ଦେଖାଯାଏ। ତେବେ ଏହି ଦୁଇ ପ୍ରେମୀ ଚଳନ୍ତା ବାଇକରେ ପ୍ରେମ କରୁଥିବା ବେଳେ ଜଣେ କାରବାଲା ଏହା ଦେଖି ସେମାନଙ୍କ ନିକଟରେ ପହଞ୍ଚିଥିଲା। କାର୍ ଭିତରେ ଥିବା ଜଣେ ବ୍ୟକ୍ତି ସେମାନଙ୍କ ରୋମାଣ୍ଟିକ୍ ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ଚଳନ୍ତା ବାଇକରେ ପ୍ରେମ୧୩ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଜମେଇକି ଭାଇରାଲ ହେବାରେ ଲାଗିଛି। ଭିଡିଓରୁ ସ୍ପଷ୍ଟ ଲାଗୁଛି ଯେ କାରରେ ଥିବା କେହି ଜଣେ ଏହାକୁ ସୁଟିଂ କରିଛନ୍ତି। ଏହି ଭିଡିଓ ଯୁବକକୁ ଯୁବତୀ ଜଣକ ଜାବୁଡି ଧରି ବସିଥିବା ଦେଖାଯାଏ। ଯେତେବେଳେ କାର୍ଟି ନିକଟତର ହୁଏ ଓ ମୋବାଇଲ୍ ଆଡେ ଯୁବତୀ ଜଣକର ନଜର ପଡେ ସେ ଲାଜରେ ମୁହଁକୁ ତଳକୁ ପୋତିଦେଉଥିବା ଦେଖାଯାଏ।
ଏହି ଘଟଣାକୁ ନେଇ ଭୋପାଲ ନର୍ଥ ଏସ୍ପି ବିଜୟ କୁମାର ଖନୀ କହିଛନ୍ତି ଯେ “ସୋସିଆଲ୍ ମିଡିଆରେ ବିପଦପୂର୍ଣ୍ଣ ଅବସ୍ଥାରେ ବାଇକ ଚଲଉଥିବା ଭିଡିଓ ଭାଇରାଲ ହେଉଛି। ତେବେ ଏହି ଭିଡିଓ କେବେ କରାଯାଇଛି, ଏହାକୁ କିଏ କରିଛି ଏବଂ ବାଇକ୍ ଉପରେ ରୋମାନ୍ସ କରୁଥିବା ଯୁବକ-ଯୁବତୀ କିଏ ତାହା ଏ ପର୍ଯ୍ୟନ୍ତ ଧରାପଡିନି। ଘଟଣାକୁ ନେଇ ପୋଲିସ୍ ଭିଆଇପି ରୋଡ୍ରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଚେକ୍ କରୁଛି ଯାହା ଦ୍ୱାରା ବାଇକର ନମ୍ବରକୁ ଟ୍ରାକ୍ କରାଯାଇ ପାରିବ। ଏହା ପରେ ଯୁବକ-ଯୁବତୀ ଧରା ପଡିଯିବେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)