ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି ବାଧିନଥିଲେ ମା’ କ’ଣ ପୁଅକୁ ଏମିତି ଘୃଣା କରିପାରିବ । ରେଢାଖୋଲ ଥାନା କୁଷାପାଲି ଗାଁର ନୀରିହ ଗରିବ ବୁଢା ବାପାମା ନିଜର ଏକମାତ୍ର ପୁଅର ନିର୍ଯାତନା ସହି ନପରି ଶେଷରେ ଥାନାର ଆଶ୍ରୟ ନେଇଛନ୍ତି ।
ଅନୁଗୁଳ- ତାଳଚେର ରୋଡ୍ ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍ର ରୁଟ୍ରେ ପରିବର୍ତ୍ତନ କରାଯାଇଛି।
ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ ।
ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ
ଭାରତର ପ୍ରସିଦ୍ଧ ଐତିହାସିକ ମନ୍ଦିର ତାଲିକାରେ ରହିଛି କର୍ଣ୍ଣାଟକର ହାମ୍ପିରେ ଅବସ୍ଥିତ ବିରୁପାକ୍ଷ ମନ୍ଦିର। ବିଶ୍ୱାସ କରାଯାଏ ଯେ ହାମ୍ପି ହେଉଛି ରାମାୟଣ ସମୟର କିଷ୍କିନ୍ଧା। ଏହି ମନ୍ଦିରରେ ଭଗବାନ ଶିବଙ୍କ ବିରପାକ୍ଷ ରୂପକୁ ପୂଜା କରାଯାଏ। ଏହି ପ୍ରାଚୀନ ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ମନ୍ଦିରର ଅନେକ ବିଶେଷତା ରହିଥିବା ବେଳେ ଏହାର ରହସ୍ୟ ମଧ୍ୟ ରହିଛି। ବ୍ରିଟିଶମାନେ ମଧ୍ୟ ଏହି ମନ୍ଦିରର ରହସ୍ୟକୁ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏ ଦିଗରେ ସଫଳ ହୋଇ ପାରି ନଥିଲେ।
ବିଭିନ୍ନ ପ୍ରକାର ପୋଷାକ ତିଆରି କରି ସାରା ରାଜ୍ୟରେ ନାଁ କମେଇ ଥିଲେ କଟକ ଜିଲ୍ଲା ଗୋବିନ୍ଦପୁର ପଂଚାୟତର କାରିଗର ମାନେ । ପ୍ରତିଟି ପରିବାର କୁଟୀରଶିଳ୍ପ ମାଧ୍ୟମରେ ପୋଷାକ ତିଆରି କରି ସ୍ୱାବଲମ୍ବୀ ହୋଇପାରିଥିଲେ । ହେଲେ ଏବେ ହାତବାନ୍ଧି ବସିଲେଣି କାରିଗର,ଯାହା କିଛି କାମ ଚାଲୁଥିଲା ୨ବର୍ଷ ହେବ ଲକଡାଉନରେ ବେପାର ବନ୍ଦ ହୋଇଥିବାରୁ ବହୁ ସମସ୍ୟା ଦେଇ ଗତି କରୁଛନ୍ତି କାରିଗରଙ୍କ ପରିବାର ।
ମନରେଗା ଏବଂ ପଞ୍ଚାୟତିରାଜ୍ ଓ ପାନୀୟଜଳ ବିଭାଗ ପକ୍ଷରୁ ପୋଖରୀ ଖୋଳା ଏବଂ ପଥର ପ୍ୟାକିଙ୍ଗରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଆସିଛି ଅଭିଯୋଗ ।ଆଉ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତରୁ
ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡ଼ାରେ କାନ୍ଥ ପଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପାଟକୁରା ଥାନା ଅଞ୍ଚଳ ବଡ଼ବେତର ଗାଁରେ ରାତିରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା
ଲଗାଣ ବର୍ଷା ପାଇଁ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଲାଗି ବନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ବର୍ଷା ଯୋଗୁଁ ବନ୍ୟ ଜନ୍ତୁଙ୍କର ଯେପରି କ୍ଷତି ନ ହୁଏ, ସେଥିଲାଗି ପ୍ରସ୍ତୁତ ରହିବା ପାଇଁ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଡିଏଫ୍ଓଙ୍କୁ କୁହାଯାଇଛି
ନିପଟ ମଫସଲରେ ଘର । ସ୍ୱାମୀ ଅଟୋ ଚଲାନ୍ତି । । ଘରେ ଗାଈ-କୁକୁଡା ରଖି ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଗୋପାଲନ ଓ କୁକୁଡ଼ା ଚାଷ ଦେଖାଇଛି ବଞ୍ଚିବାର ରାହା । କେବଳ ସରକାରୀ ଚାକିରୀ କିମ୍ବା ବଡ ବ୍ୟବସାୟ ଯେ ଜଣକର ଜୀବନଶୈଳୀ ବଦଳାଇ ପାରେ ତା ନୁହେଁ ଗୋପାଳନ ଓ କୁକୁଡ଼ା ଚାଷରୁ ମଧ୍ୟ ଲକ୍ଷାଧିକ ଟଙ୍କା
କେନାଲରୁ ବାହାରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ପାଣି ସୁଅରେ ସେ ଭାସି ଯାଇଥିଲେ। କମ୍ବେଶ୍ୱର ୬ମାସ ପୂର୍ବରୁ ବିବାହ କରିଥିଲେ। ତାଙ୍କ ଅକାଳ ମୃତ୍ୟୁରେ ଗାଁ ରେ ଶୋକର ଛାୟା ଖେଳିଯାଇଛି। କମ୍ବେଶ୍ୱରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ କସିଛନ୍ତି।
ଭାରତର ପୌରାଣିକ ଧାର୍ମ ଗ୍ରନ୍ଥରେ କୈଳାଶ ପର୍ବତର ଏକ ବିଶେଷ ସ୍ଥାନ ରହିଛି। ଭଗବାନ ଶିବଙ୍କ ସହିତ ଏହି ସ୍ଥାନର ଏକ ବିଶେଷ ସମ୍ପର୍କ ଅଛି। ଧାର୍ମିକ ଗ୍ରନ୍ଥ ଅନୁଯାୟୀ, କୈଳାଶ ପର୍ବତ ଭଗବାନ ଶିବଙ୍କ ବାସସ୍ଥାନ ବୋଲି କୁହାଯାଏ। ଏହି କାରଣରୁ, ପ୍ରତିବର୍ଷ ଅନେକ ଭକ୍ତ ଏହି ପବିତ୍ର ସ୍ଥାନକୁ ଭଗବାନଙ୍କ ଦର୍ଶନ ପାଇବାକୁ ଆସନ୍ତି। ବିଶ୍ୱାସ ରହିଛି ଯେ ଭଗବାନ ଶିବ ଏବେ ମଧ୍ୟ ନିଜ ପରିବାର ସହିତ ଏହି ପର୍ବତରେ ରୁହନ୍ତି। ଏହି ପର୍ବତକୁ ସ୍ୱର୍ଗର ସିଡି ବୋଲି ମଧ୍ୟ କୁହାଯାଏ।
ପଡ଼ିଆରେ ରହିଯାଇଥିବା ଫୁଟବଲକୁ ପାଇଥିଲେ ଭାଲୁ। ଆଉ ତାପରେ ଭାଲୁ ଖେଳିଥିଲେ ଫୁଟବଲ। ବେଶ କିଛି ସମୟ ପାଇଁ ଭାଲୁମାନେ ଫୁଟବଲ ସହ ଖେଳିଥିଲେ। ମୁହଁରେ ଫୁଟବଲ ଧରି ଫୋପାଡ଼ିବା, ତାକୁ ଧରି ବୁଲିବା ଓ ପରସ୍ପର ମଧ୍ୟରେ ଖେଳିବା ଭଳି ଘଟଣା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କିଛି ଦୂରରେ ରହି ଗାଁ ଲୋକେ ଏହି ଦୃଶ୍ୟ ଦେଖିଥିଲେ।
କରୋନା କାଳରେ ଲୋକଙ୍କୁ ଟିକା ଦେବା ପାଇଁ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହେଲେ ସ୍ୱାସ୍ଥ୍ୟକର୍ମୀ। ଲଗାଣ ବର୍ଷା ଯୋଗୁ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ଟିକା ଦେବାକୁ ଲୋକେ ଆସିପାରିନଥିଲେ। ଫଳରେ ବିପଦ ଥିବା ଜାଣି ମଧ୍ୟ ସ୍ୱାସ୍ଥ୍ୟକର୍ମୀ ବିପଦପୂର୍ଣ୍ଣ ଭାବେ ନଦୀ ପାର୍ ହୋଇ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଆଗଭର ହୋଇ ଆଗକୁ ବଢ଼ିଥିଲେ ଓ ଲୋକଙ୍କୁ ଟିକା ପ୍ରଦାନ କରିଥିଲେ।
ଜୀବନଶୈଳୀ ସହିତ ସାପକୁ ଯୋଡିଲେ ହିଁ ସାପଙ୍କ ସୁରକ୍ଷା ସମ୍ଭବ । ଏହାକୁ ଆଧାର କରି ଏବେ ସାପ ଗହଣାର ପସରା ମେଲିଛି । ଯୁବବର୍ଗଙ୍କୁ ଏଭଳି ଆକର୍ଷଣୀୟ ଗହଣା ମାଧ୍ୟମରେ ସଚେତନ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସୋସିଆଲ୍ ମିଡିଆରେ ବି ଏନେଇ ପ୍ରଚାର ପ୍ରସାର ଜୋରଦାର ହେଉଛି ।
ବାହାରିନରେ ଫସିଛନ୍ତି ଶତାଧିକ ଓଡ଼ିଇା ଶ୍ରମିକ । ସେଠାରେ ଏକ ଘରୋଇ କଂପାନିରେ ଶ୍ରମିକମାନଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ନିମ୍ନମାନର ଖାଦ୍ୟ ଦିଆଯିବା, ଆବଶ୍ୟକତା ଠାରୁ ଅଧିକ ସମୟ ଖଟାଇବା, କାମ ନ କଲେ ଶାରିରୀକ ନିର୍ଯାତନା ଦିଆଯାଉଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି
ରୋଜଗାର ପାଇଁ ଅନ୍ୟ କାହା ପାଖରେ କାମ ନକରି ବରଂ ନିଜସ୍ୱ ଉଦ୍ୟମରେ କରିପାରିଛନ୍ତି ଏକ ଜଳଖିଆ ଦୋକାନ । ନିଜେ ସ୍ୱାବଲମ୍ବୀ ହେବା ସହ ଲୋକଙ୍କୁ ଯୋଗାଉଛନ୍ତି ପୃଷ୍ଟିକର ଖାଦ୍ୟ । ତେବେ ଏହା ସାଧାରଣ ଟିଫିନ୍ ସେଣ୍ଟରଠାରୁ ଟିକେ ଭିନ୍ନ ।
ଏହି ଅବସରରେ ଚାଷୀର ସମସ୍ୟାକୁ ଆଦୌ ଅଣଦେଖା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି କାଳିଆ ଯୋଜନା ହେଉଛି ଚାଷୀର କଲ୍ୟାଣ ପାଇଁ ସମଗ୍ର ଦେଶରେ ସବୁଠୁ ଭଲ ଯୋଜନା। ଭୂମିହୀନ ଚାଷୀଙ୍କୁ ସହାୟତା ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ଲକ୍ଷଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠୁ ଅଧିକ ଉପକାର ପାଉଛନ୍ତି ।
ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାକୁ ଅନେକ କାହାଣୀରେ ଶୁଣାଯାଏ। ଅନେକ ଚେଷ୍ଟା ପରେ ମଧ୍ୟ ବୈଜ୍ଞାନିକମାନେ ସେଗୁଡିକର ରହସ୍ୟ ଉପରୁ ପରଦା ଉଠେଇ ପାରି ନାହାନ୍ତି। ଏହି ସ୍ଥାନଗୁଡ଼ିକ ପ୍ରାୟତଃ ସେଗୁଡିକର ଅନନ୍ୟ ଏବଂ କୌତୁକିଆ ଦିଗ ପାଇଁ ଆଲୋଚନାରେ ରହିଥାଏ। ସେଥିରୁ ଆମେରିକାର ଡେଥ୍ ଭ୍ୟାଲି ଅନ୍ୟତମ। କୁହାଯାଏ ଯେ ଏହି ରହସ୍ୟମୟ ସ୍ଥାନରେ ବିରାଟକାୟ ପଥର ବି ନିଜେ ନିଜେ ଶହ ଶହ ଫୁଟ ପର୍ଯ୍ୟନ୍ତ ଗତିକରେ।
ରାଜ୍ୟର ୨ଟି ସ୍ଥାନରୁ ପାଖାପାଖି ୯୦୦ କେଜିର ଗଞ୍ଜେଇ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ହେବ।ମୋହନାରୁ ଗଞ୍ଜାମ ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍ ଧରି ଥିବାବେଳେ କଟକ ମଙ୍ଗୁଳି ଛକରେ ଚଢ଼ାଉ କରି ଗଞ୍ଜେଇ ଜବତ ହୋଇଛି।
୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍କୁ ପଛରେ ବାଇକ୍ ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରି ପରେ ହସ୍ପିଟାଲ୍ରେ ମୃତ୍ୟୁବରଣ କରିଥିବା କୁଜଙ୍ଗର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି।
ଏହି କୋଚ୍ରେ ଆରାମଦାୟକ ଯାତ୍ରା ସହ ପ୍ରଶସ୍ତ ଝରକା ଏବଂ ଅତ୍ୟାଧୁନିକ ଆଭ୍ୟନ୍ତରୀଣ ସୁବିଧା ପ୍ରଦାନ କରାଯାଇଛି। ଯାତ୍ରୀଙ୍କୁ ଉନ୍ନତ ତଥା ସୁଖଦ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବା ରେଳମନ୍ତ୍ରାଳୟର ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ର ରେଳମନ୍ତ୍ରୀ କହିଛନ୍ତି। କିଛି ଦିନ ତଳେ ହୀରାଖଣ୍ଡ ଏକ୍ସପ୍ରେସରେ ଯାତ୍ରା କରିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଲକ୍ଷେ ଚେଷ୍ଟା ପରେ ମଧ୍ୟ ଜାନ୍ ସିଂହ ସିଡଲିବାଇଙ୍କୁ ବଞ୍ଚାଇ ପାରିନଥିଲେ। ମୃତଦେହକୁ ରାସ୍ତାରେ ରଖି କାନ୍ଦି ପକାଇଥିଲେ। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। କିନ୍ତୁ ବୃଦ୍ଧଙ୍କ ଏପରି ପ୍ରୟାସ ଦେଶର ସ୍ୱାସ୍ଥ୍ୟ ସେବାର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ସମୁଦ୍ରରେ ଘୂରି ବୁଲୁଛି ଭୂତ ଜାହାଜ। ଯିଏ ଦେଖିବ ତାହାର ମୃତ୍ୟୁ ହେବ। ଆପଣମାନେ କେବେ ନା କେବେ ନିଶ୍ଚିତ ଫ୍ଲାଇଙ୍ଗ୍ ଡଚ୍ମ୍ୟାନ୍ ସିପ୍ ବିଷୟରେ ଶୁଣିଥିବେ। କୁହାଯାଏ ଯେ ଏହା ହେଉଛି ଏକ ଅଭିଶପ୍ତ ଜାହାଜ। ଏହି ଜାହାଜ ଦୀର୍ଘ ୪୦୦ ବର୍ଷ ହେଲା ଅଭିଶପ୍ତ ହୋଇ ସମୁଦ୍ର ଭିତରେ ଘୂରି ବୁଲୁଛି। ଏହି ଜାହାଜକୁ ଆଧାର କରି ଅନେକ କାହାଣୀ ମଧ୍ୟ ରଚନା ହୋଇଛି, ଏହି କାରଣରୁ ଏହା ସବୁବେଳେ ଚର୍ଚ୍ଚାରେ ରହିଆସୁଛି।