ଅଜଣା ଗାଡ଼ି ଧକ୍କାରେ ୨ ମହିଳା ମୃତ। ଗାଧୋଇବା ପାଇଁ ନାଳକୁ ଯାଉଥିବା ବେଳେ ଏମାନଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବା ସୂଚନା ମିଳିଛି। ଆଜି ଭୋର ସମୟରେ ଗାଁ ନିକଟ ଏକ ନାଳକୁ ଗାଧୋଇବା ପାଇଁ ଯାଉଥିଲେ।
ଜଳପ୍ରପାତରେ ୫୦ ଫୁଟ୍ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।
୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା।
ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
ପୁଣି ଏମାର ମଠରେ ରୂପା ଇଟା ଖୋଜା ଆରମ୍ଭ ହୋଇଯାଇଛି। ମଠରେ ଆଉ ରୂପା ଇଟା ଅଛି ନା ନାହିଁ ସେନେଇ ଯାଞ୍ଚ ଚାଲିଛି। ପୂର୍ବରୁ ୫୨୨ ଓ ପରେ ୪୨ ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଇଛି।
ନିଶାରେ ମାତାଲ ହୋଇ କିଛି ଯୁବକ ସେମାନଙ୍କର ହିତାହିତ ଜ୍ଞାନ ଭୁଲି ଏକ ଅମାନବୀୟ କାଣ୍ଡ ଘଟାଇଛନ୍ତି। ନିଶାରେ ଏତେ ମାତାଲ୍ ଥିଲେ ଯେ, ଜଣେ ଯୁବକଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ।
ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି। ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ ଶେଷରେ ବିସ୍ଫୋରକ ରୂପ ନେଇଛି।
ମହଙ୍ଗା ପଡ଼ିଲା ବ୍ୟସ୍ତବହୁଳ ରାସ୍ତାରେ ଡ୍ୟାନ୍ସ କରିବା। ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବତୀ ଟ୍ରାଫିକ୍ ସିଗ୍ନାଲ ରେଡ୍ ହେବା ପରେ ମଧ୍ୟ ରାସ୍ତା ଉପରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମରେ ଭିଡିଓ ଅପଲୋଡ୍ କରିବା ପାଇଁ ଯୁବତୀ ଜଣକ ଏଭଳି କରିଥିବା ଜଣାପଡ଼ିଛି।
କୃଷି ଋଣରୁ ଚାଷୀମାନେ ୫୦.୨ ପ୍ରତିଶତ କୃଷି କାର୍ଯ୍ୟରେ ବ୍ୟୟ କରୁଥିବା ବେଳେ କୃଷି ବ୍ୟବସାୟରେ ୪.୨ ପ୍ରତିଶତ, ଆବାସ ପାଇଁ ୧୩.୨ ପ୍ରତିଶତ, ବିବାହ ଓ ଉତ୍ସବରେ ୮.୪ ପ୍ରତିଶତ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ୯.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ବ୍ୟବହାରିକ ଖର୍ଚ୍ଚରେ ୧୦.୨ ପ୍ରତିଶତ ବ୍ୟୟ କରିଥିବା ରିପୋର୍ଟରେ କୁହାଯାଇଛି।
ଆଜି ଅପରାହ୍ନ ସମୟରେ ବରୀ ବ୍ଲକ ବାଲିଆ ପଞ୍ଚାୟତ ଗଙ୍ଗାଧରପୁର ଗାଁର କୁଶ ସିଂ ଗାଈକୁ ନେଇ ଘରୁ ବାହାରି ଯାଇଥିଲେ। କିନ୍ତୁ ମାଟିଆପଦା ନିକଟରେ ଦୁଇ ଦୁଇଟା ବଡ଼ ଘାଇ ହୋଇଥିଲା। ଘାଇ ହୋଇଥିବାରୁ ରାସ୍ତା ପଟେ ପାଣି ଯାଉଥିଲା। ସେହି ରାସ୍ତାରେ ଯିବାବେଳେ କୁଶ ସିଂ ଭାସି ଯାଇଥିଲେ।
ଭଦ୍ରକ ଜିଲ୍ଲାରେ ପାଣିରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି। ଭଣ୍ଡାରିପୋଖରୀ ବ୍ଲକ୍ ନପଙ୍ଗ ପଞ୍ଚାୟତରେ ଜଣେ ବ୍ୟକ୍ତି ଓ ଧାମନଗର ବ୍ଲକର ପଧାନି ପଞ୍ଚାୟତ ରାମରାକୁଳରେ ଜଣେ ଯୁବକ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।
ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବାର ପ୍ରଥା ଦେଖିଛନ୍ତି କି ?
ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ।
ଭାରତ ସ୍ୱାଧୀନତା ପୂର୍ବରୁ ଏହା ଏକ ବଡ ପ୍ରସଙ୍ଗ ଥିଲା ଯେ ସ୍ୱାଧୀନ ଭାରତର ରାଷ୍ଟ୍ର ଭାଷା କ’ଣ ହେବ? ମୁସଲମାନ ଏବଂ ହିନ୍ଦୁମାନଙ୍କ ମଧ୍ୟରେ ବଢୁଥିବା ମତଭେଦ ପାଇଁ ଭାଷା ମଧ୍ୟ ଏକ ପ୍ରମୁଖ କାରଣ ଥିଲା। ଉତ୍ତର ଭାରତର ଲୋକେ ଭାବୁଥିଲେ ଯେ ହିନ୍ଦୀ ହିନ୍ଦୁମାନଙ୍କର ଭାଷା ଏବଂ ଉର୍ଦ୍ଦୁ ହେଉଛି ମୁସଲମାନମାନଙ୍କର ଭାଷା। ସେତେବେଳେ ମଧ୍ୟ ବହୁ ଲୋକ ଥିଲେ ଯେଉଁମାନେ ଉର୍ଦ୍ଦୁ ଜାଣିଥିଲେ ଓ ଲେଖୁଥିଲେ।
ବନ୍ଦ ହେଲା ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଆଶୀର୍ବାଦ ସ୍କିମ୍। ମାତ୍ର ୩ ମାସ ଭିତରେ ଏହି ଯୋଜନାରେ ପଡ଼ିଛି ତାଲା। କୋଭିଡରେ ବାପା, ମାଆଙ୍କୁ ହରାଉଥିବା ପିଲାମାନଙ୍କୁ ସହାୟତା ଯୋଗାଇବା ଲାଗି ଏହି ସ୍କିମ୍ ଆଣିଥିଲେ ରାଜ୍ୟ ସରକାର
ବୈଜ୍ଞାନିକମାନେ ସବୁବେଳେ ନୂଆ ଅନୁସନ୍ଧାନ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ଏପରି ଜିନିଷ ଗବେଷଣା କରନ୍ତି ଯାହାକୁ ସାଧାରଣ ଲୋକେ କେବେ ଭାବି ପାରିବେ ନାହିଁ। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଥରେ ଏଭଳି ଏକ ଅନୁସନ୍ଧାନ କରୁଛନ୍ତି। ବର୍ତ୍ତମାନ ସେମାନେ ମାମୋଥ୍(ବିଶାଳକାୟ ଲୋମଶ ହାତୀ) ପ୍ରଜାତିକୁ ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଆଠ ଲକ୍ଷ ବର୍ଷ ପୂର୍ବରୁ ଏହି ପ୍ରଜାତି ପୃଥିବୀରୁ ଲୋପ ପାଇଯାଇଛନ୍ତି।
ଆମେରିକାର ଏକ ଚିଡିଆଖାନାରେ ଥିବା ୬୦ଟି ଗରିଲାଙ୍କ ମଧ୍ୟରୁ ୧୩ ଗରିଲା କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପ୍ରାଣୀ ଉଦ୍ୟାନ ପ୍ରଶାସନ ଦୃଢଭାବରେ କହିଛି ଯେ କେତେକ କର୍ମଚାରୀଙ୍କ ଯୋଗୁଁ ସେମାନଙ୍କ ପାଖକୁ ଭାଇରସ୍ ଆସିଥିବ। ଯେତେବେଳେ ଚିଡିଆଖାନାର କର୍ମଚାରୀମାନେ ଗରିଲାଙ୍କ କାଶ ଓ ନାକରୁ ପାଣି ବୋହୁଥିବା ଦେଖିଲେ ସେତେବେଳେ ତାଙ୍କର ଯାଞ୍ଚ କରାଗଲା। ଏହା ସହିତ ସେମାନଙ୍କ ଭୋକ ମଧ୍ୟ ମରିଗଲା।
ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା। ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ କୋର୍ଟରେ ହୋଇଛି ଆବେଦନ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏସ୍ଆର୍ସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅଭାବୀ ପରିବାର ଭିତରେ ଦୁଇ ଦୁଇଟା ଭେଣ୍ଡିଆ ପୁଅ ବିଛଣାରେ ଗଡୁଛନ୍ତି । ଆର୍ଥିକ ଅନଟନ ସହ ଦୁର୍ଦ୍ଧିନରେ ଦିନ କାଟୁଥିବା ବୁଢା ବାପ ପରିବାର ବୋଝ ବୋହି ବୋହି ହାଲିଆ ହୋଇଗଲେଣି । ଭଙ୍ଗା ଚାଳିଆ ଆଉ ସନ୍ତସନ୍ତିଆ ଘରେ ମୁଣ୍ଡ ଗୁଞ୍ଜିଥିବା ପରିବାରକୁ ସରକାରୀ ସହାୟତାରେ ନା ପକ୍କାଘର ଘରଖଣ୍ଡେ ମିଳିଛି ନା, ପାଇଖାନାଟିଏ ମିଳି ପାରିଛି
ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଭିଜିଲାନ୍ସ ଟିମ୍ କବିତାଙ୍କ ୬ଟି ଘରେ ଚଢ଼ଉ କରିଛି।
ବୟସର ଅପରାହ୍ନରେ ସାଜିବ କ’ଣ ଜୀବନ୍ତ ଭଗବାନଙ୍କୁ ଅକଥନୀୟ ନିର୍ଯାତନା ଦେଉଛି କୁଳାଙ୍ଗାର ପୁଅ । ମାଡ଼ ଖାଇ ବାପାମା’ଙ୍କ ଦେହ ହାତ ଫୁଲିଗଲାଣି , ଅନବରତ ଆଖିରୁ ଲୁହ ଢ଼ଳାଉଛନ୍ତି । ଗୋଟିଏ ମା’ ଆଖିର ଏ ଲୁହ ଅପିଶାପ ହୋଇ ଝଡ଼ିପଡ଼ିବ । ମରମକୁ ସେତିକି ବାଧିନଥିଲେ ମା’ କ’ଣ ପୁଅକୁ ଏମିତି ଘୃଣା କରିପାରିବ । ରେଢାଖୋଲ ଥାନା କୁଷାପାଲି ଗାଁର ନୀରିହ ଗରିବ ବୁଢା ବାପାମା ନିଜର ଏକମାତ୍ର ପୁଅର ନିର୍ଯାତନା ସହି ନପରି ଶେଷରେ ଥାନାର ଆଶ୍ରୟ ନେଇଛନ୍ତି ।
ଅନୁଗୁଳ- ତାଳଚେର ରୋଡ୍ ରୁଟ୍ରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଏଥିଯୋଗୁଁ ଢେଙ୍କନାଳ-ସମ୍ବଲପୁର ରୁଟ୍ରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନ୍ର ରୁଟ୍ରେ ପରିବର୍ତ୍ତନ କରାଯାଇଛି।
ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ତାଙ୍କୁ ଜୀବନ ଜୀବିକା ନିର୍ବାହ କରିବାର ରାହା ଦେଖାଇଥିଲା । ଗାଁ ଗାଁ ବୁଲି ବ୍ୟବସାୟ କରିବାକୁ ଚିନ୍ତାକଲେ । ଜାଏଦା ପ୍ରଥମେ ଏକ ସାଇକେଲରେ ଆଖା ପାଖ ଗାଁକୁ ଯାଇ ଚୁଡି, ଟିକିଲି, ଛୋଟ ପିଲାମାନଙ୍କ ଡ୍ରେସ ସହ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲେ ।
ମାଆ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା କଟକଣାର ଜୋରଦାର ପ୍ରତିବାଦ। ଆଜି ରାଜରାସ୍ତାକୁ ଓହ୍ଲାଇଛି କଟକ ବିଜେପି। କ଼ଟକ ନଗର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଲଗାଣ ବର୍ଷାକୁ ଖାତିର ନକରି ରାସ୍ତାରେ ପ୍ରତିବାଦ କରିଥିଲେ ଶତାଧିକ ବିଜେପି କର୍ମୀ
ଭାରତର ପ୍ରସିଦ୍ଧ ଐତିହାସିକ ମନ୍ଦିର ତାଲିକାରେ ରହିଛି କର୍ଣ୍ଣାଟକର ହାମ୍ପିରେ ଅବସ୍ଥିତ ବିରୁପାକ୍ଷ ମନ୍ଦିର। ବିଶ୍ୱାସ କରାଯାଏ ଯେ ହାମ୍ପି ହେଉଛି ରାମାୟଣ ସମୟର କିଷ୍କିନ୍ଧା। ଏହି ମନ୍ଦିରରେ ଭଗବାନ ଶିବଙ୍କ ବିରପାକ୍ଷ ରୂପକୁ ପୂଜା କରାଯାଏ। ଏହି ପ୍ରାଚୀନ ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟରେ ମଧ୍ୟ ଅନ୍ତର୍ଭୁକ୍ତ। ଏହି ମନ୍ଦିରର ଅନେକ ବିଶେଷତା ରହିଥିବା ବେଳେ ଏହାର ରହସ୍ୟ ମଧ୍ୟ ରହିଛି। ବ୍ରିଟିଶମାନେ ମଧ୍ୟ ଏହି ମନ୍ଦିରର ରହସ୍ୟକୁ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଏ ଦିଗରେ ସଫଳ ହୋଇ ପାରି ନଥିଲେ।